ଦୁଃଖ ଶୁଣିଲେନି ସରକାର, ନିଜ ପରିଶ୍ରମରେ କଲେ ଦୀର୍ଘତମ ରୋଡ, ଆଉ ବନିଗଲେ ଲୋକାଲ ହିରୋ

କଥାରେ ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହି କଥାଟି ସତ ହୋଇଛି କେନିଆ କାଗଣ୍ଡା ଗାଁର ମୁଚାମି ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ । ଗାଁରୁ ବଜାରକୁ ଯିବା ପାଇଁ ନିତିଦିନଆ ରାସ୍ତା ଖଣ୍ଡେ ନଥିବାରୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା ଗ୍ରାମବାସୀଙ୍କୁ । ଏଥିପାଇଁ ସରକାରଙ୍କୁ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ । ହେଲେ ସରକାର ଏହାକୁ କର୍ଣ୍ଣପାତ ନକରିବାରୁ ମୁଚାମି ବାଧ୍ୟ ହୋଇ ନିଜ ପରିଶ୍ରମରେ ଏକ ପାହାଡ କାଟି ରାସ୍ତା କରିଛନ୍ତି । ଯେଉଁଥି ପାଇଁ ସେଠାକାର ଲୋକଙ୍କ ନିକଟରେ ମୁଚାମି ହୋଇଯାଇଛନ୍ତି ‘ରିୟଲ ହିରୋ’ ।

ସପ୍ତାହରେ ୬ଦିନ ମଜୁରି ଲାଗି କିଛି କିଛି ଟଙ୍କା ସଞ୍ଚୟ କରି ଗୋଟିଏ ଦିନର ରାସ୍ତା କାମରେ ସେହି ଅର୍ଥକୁ ଖର୍ଚ୍ଚ କରନ୍ତି । ଯେଉଁ ଦିନ ଏହି ରାସ୍ତା କାମ କରନ୍ତି ସେଦିନ ସକାଳ ୬ଟାଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପୂରା ଦମ୍‌ରେ ଲାଗିପଡ଼ନ୍ତି । ଆଉ ଏହି କାମରେ କେବଳ ମୁଚାମି ନୁହନ୍ତି ତାଙ୍କୁ ସାହାଯ୍ୟ କରିବାକୁ ବେଳେ ବେଳେ ତାଙ୍କ ପରିବାର ଲୋକ ମଧ୍ୟ ଆଗେଇ ଆସନ୍ତି ।

ଏଠାକାର ଲୋକମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଥିଲା ଏହି ରାସ୍ତା । ତେଣୁ ଏହାକୁ ତିଆରି କରି ଏବେ ଚର୍ଚ୍ଚ, ବଜାର, ମେଡିକାଲ ଆଦିକୁ ସୁବିଧାରେ ଯାତାୟତ କରୁଛନ୍ତି ଲୋକେ । ଆଉ ଯେଉଁ କାରଣରୁ ମୁଚାମି ୨ବର୍ଷ ହେବ ଚର୍ଚ୍ଚ ଯିବା ବନ୍ଦ କରିଦେଇଥିଲେ ଏବେ ନିଜ ମେହେନତରେ ତିଆରି ରାସ୍ତା ଦେଇ ନିୟମିତ ଯାଇ ପାରୁଛନ୍ତି । ତେଣୁ ଏହି କାମ କରି ମୁଚାମି ଖୁବ୍‌ ଖୁସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.