ଚାଲିଥିଲା ଜେଜେଙ୍କ ଦଶାହ କାର୍ଯ୍ୟ, ପୋଖରୀରେ ଗାଧୋଉଥିବା ବେଳେ ଚାଲିଗଲା ନାତିର ଜୀବନ

ଵାଲେଶ୍ୱର : ହସ୍ପିଟାଲ ବେଡରେ ପୁଅ ଚିର ନିଦ୍ରାରେ ଶୋଇଛି । ମା’ ପୁଅର ଛାତିରେ ମୁଣ୍ଡ ରଖି ଭୋ ଭୋ ହୋଇ କାନ୍ଦୁଛି । ମୁଣ୍ଡ ପିଟି କହୁଛି କିଏ ମୋତେ ବୋଉ ବୋଲି ଡାକିବ ? ଉଠରେ ବାବା.. ଉଠରେ ଦେଖ ତୋ ବୋଉ …. ମୋତେ ବୋଉ ବୋଲି ଡାକ ଥରେ…ମୋ ଧନ ସୁନା ଏ ତୋର କଣ ହୋଇଗଲା….। ପୁଅକୁ ଏପରି ଅବସ୍ଥାରେ ଦେଖଇ ଧୈର୍ଯ୍ୟ ରହୁନଥାଏ ମା’ର …..କଣ ବା ଆଉ ସେ କରିପାରିବ ? ହଠାତ୍ ପୁଅ ସହ ଆଖି ସାମ୍ନାରେ ଏମିତି କିଛି ଘଟିଗଲା ମା’ କିଛି କରିପାରିଲାନି….ସେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ପୁଅ ଏମିତି ତାକୁ ଏକା କରି ଛାଡ଼ି ଚାଲିଯିବ ବୋଲି । ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା ।
ଵାଲେଶ୍ୱର ଜିଲ୍ଲା ଖଇରାଥାନା ନୂଆଗାଁ ଵଡ଼ ଗାଁର ଜେଜେଵାପାଙ୍କ ଦଶାହରେ ନାତିର ମୃତ୍ୟୁ ଘଟିଛି । ଖଇରା ଥାନା ଅନ୍ତର୍ଗତ ନୁଆଗାଁ ବଡ଼ ଗ୍ରାମର ଜେଜେ ଵାପା ଉପେନ୍ଦ୍ର ଲେଙ୍କାଙ୍କ ଦଶାହ କର୍ମ ସ୍ଥାନୀୟ ପଞ୍ଚାୟତ ପୋଖରୀ ନିକଟରେ ଚାଲିଥିଲା । ମୁଣ୍ଡନ ପରେ ଶ୍ରୀଧର ଲେଙ୍କାଙ୍କ ସାନପୁଅ ଜଗମୋହନ ପୋଖରୀରେ ଗାଧେଇବା ପାଇଁ ଯାଇଥିଲେ । ହଠାତ ତାଙ୍କର ଗୋଡ ଖସିଯିବାରୁ ପୋଖରୀରେ ବୁଡ଼ିଯାଇଥିଲେ ।
ଗ୍ରାମବାସୀ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ । ପରେ ଔପଦା ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ । ପୋଖରୀରୁ ତାଙ୍କୁ ଉଦ୍ଧାର କରି ଖଇରା ମେଡିକାଲ ନିଆଯାଇଥିଲା । ମାତ୍ର ସେଠାରେ ନାତିକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଜଗମୋହନ ଖଇରା କଲେଜର ଯୁକ୍ତ ୩ କଳାର ପ୍ରଥମ ବର୍ଷ ରେ ପଡୁଥିଲା । ଜେଜେ ବାପା ଉପେନ୍ଦ୍ରଙ୍କ ଦଶାହ ଥିଲା ବୋଲି ଶୁଦ୍ଧି ପାଇଁ ତୁଠକୁ ଆସିଥିଲେ । ହେଲେ ଅକାଳରେ ଚାଲିଗଲା ତାଙ୍କ ଜୀବନ । ଏନେଇ ଅଭିଯୋଗ ପାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ସୋର ପଠାଇଛି ।
Also Read:ସାଙ୍ଗକୁ ହତ୍ୟା ଅଭିଯୋଗରେ ମହିଳାଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ମସିହା ମାମଲା