Categories: ସ୍ପେଶାଲ

୧୪ ବର୍ଷ ବାଳକର ଭିଡିଓ ଗେମ୍ ନିଶା , ଗୋଟେ ବର୍ଷରେ ଇନକମ୍ କଲେ ୧.୪କୋଟି ଟଙ୍କା

ଛୁଆମାନେ ଭିଡିଓ ଗେମ୍ ଖେଳିବାକୁ ଖୁବ୍ ପସନ୍ଦ କରିଥାନ୍ତି । ହେଲେ ଏଥିପାଇଁ ସେମାନଙ୍କୁ ତାଙ୍କ ବାପା ମାଙ୍କ ଠାରୁ ବହୁତ ଗାଳି ଶୁଣିବାକୁ ପଡିଥାଏ । କିନ୍ତୁ ଆମେରିକାରେ ରହୁଥିବା ଏକ ୧୪ ବର୍ଷିୟ ବାଳକ ଏଥିପାଇଁ ନିଜ ପରିବାର ଲୋକଙ୍କଠାରୁ ଗାଳି ନୁହେଁ ବରଂ ସାବାସୀ ପାଉଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବାଳକଟି ଭିଡିଓ ଗେମ୍ ଖେଳି ଏକ ବର୍ଷ ଭିତରେ ପାଖାପାଖି ୧.୪କୋଟି ଟଙ୍କା ଇନକମ୍ କରିସାରିଲେଣି ।

ଏହି ବାଳକଟିର ନାଁ ଗ୍ରିଫିନ୍ ସ୍ପିକୋସ୍କି, ଯିଏ ନ୍ୟୁୟର୍କର ନିବାସୀ ଅଟନ୍ତି । ଗ୍ରିଫିନଙ୍କୁ ଭିଡିଓ ଗେମ୍ ଖେଳିବା ଖୁବ୍ ପସନ୍ଦ । ସେ ପ୍ରତିଦିନ ପାଖାପାଖି ୧୮ଘଣ୍ଟା ଭିଡିଓ ଗେମ୍ ଫୋର୍ଟନାଇଟ୍ ଖେଳିଥାନ୍ତି । ଏହାସହିତ ସେ ନିଜର ଭିଡିଓକୁ ନିଜର ୟୁଟ୍ୟୁବ୍ ଚ୍ଯାନେଲ୍ ସ୍କେପଟିପ୍ ରେ ଅପଲୋଡ୍ କରିଥାନ୍ତି । ଏହି ଭିଡିଓ ଗୁଡିକ ବଦଳରେ ଗ୍ରୀଫିନଙ୍କୁ ୟୁଟ୍ୟୁବ୍ ରୁ ବହୁତ ଟଙ୍କା ମିଳିଥାଏ ।
ଗ୍ରିଫିନଙ୍କ ୟୁଟ୍ୟୁବ ଚ୍ୟାନେଲରେ ପାଖାପାଖି ୧୨ଲକ୍ଷ ସବସ୍କ୍ରାଇବର ରହିଛନ୍ତି । ତାଙ୍କ ଭିଡିଓକୁ ୭.୧ କୋଟି ଭ୍ୟୁ ମିଳିସାରିଛି। ଗ୍ରିଫିନଙ୍କ ମା ବାପାଙ୍କ କହିବା ମୁତାବକ ତାଙ୍କ ଧ୍ୟାନ ସର୍ବଦା ଗେମ୍ ଉପରେ ହିଁ ରହିଥାଏ । ଭିଡିଓ ଗେମ୍ ପ୍ରତି ଗ୍ରିଫିନ୍ ର ସଉକ୍ ଏବଂ ଉନ୍ନତି ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ଅଟନ୍ତି ।

ମିଡିଆ ରିପୋଟର୍ସ କହିବା ମୁତାବକ ଗ୍ରିଫିନଙ୍କ ଇନକମ୍ ଦେଖି ତାଙ୍କ ବାପା ମା ତାଙ୍କ ପାଇଁ ଏକ ଫାଇନାନ୍ସସିଆଲ ଏଡଭାଟାଇଜର୍ ଏବଂ ଏକ ଆକାଉଣ୍ଟ ରଖିଛନ୍ତି । ଏଠାରେ କହିରଖିବାକୁ ଚାହୁଁଛୁ ଯେ ଗ୍ରିଫିନ୍ ୨୦୧୮ରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଯେତେବେଳେ ସେ ଫୋର୍ଟନାଟ୍ ଗେମ୍ ର ଏକ ଜଣାଶୁଣା ଖେଳାଳିଙ୍କୁ ହରାଇଦେଇଥିଲେ । ସେ ଏହାର ଭିଡିଓକୁ ୟୁଟ୍ୟୁବ୍ ରେ ଅପଲୋଡ କରିଥିଲେ । ଯାହାକୁ ପାଖାପାଖି ୭୫ଲକ୍ଷ ଲୋକ ଦେଖିଥିଲେ । ଏହା ବଦଳରେ ଗ୍ରିଫିନ୍ ଙ୍କୁ ପାଖାପାଖି ୧୦୦ଡଲାର ମାନେ ପାଖାପାଖି ୭ହଜାର ଟଙ୍କା ମିଳିଥିଲା । ଏହା ତାଙ୍କର ପ୍ରଥମ ଇନକମ୍ ଥିଲା ।

ଗ୍ରିଫିନଙ୍କ ବାପା ମା’ କୁହନ୍ତି କି ସେ ତିନି ବର୍ଷ ବୟସରୁ ଏହି ଭିଡିଓ ଗେମ୍ ଖେଳିବା ଆରମ୍ଭ କରିଦେଇଥିଲେ । ଭିଡିଓ ଗେମ୍ ପ୍ରତି ତାଙ୍କ ଇଚ୍ଛା ଦେଖି ସେ ତାଙ୍କର ସ୍କୁଲ ଯିବା ମଧ୍ୟ ବନ୍ଦ କରି ଦେଇଛନ୍ତି। ଏବେ ଗ୍ରିଫିନ୍ ଘରୁ ହିଁ ଅନଲାଇନ୍ ମାଧ୍ୟମରେ ପାଠପଢା ପଢୁଛନ୍ତି । ଏହା ସହିତ ଭିଡିଓ ଗେମ୍ ଖେଳି ଘରେ ବସି କୋଟି କୋଟି ଟଙ୍କା ଇନକମ୍ କରୁଛନ୍ତି ।

Sonalisa

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

10 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

26 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

35 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

44 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago