ବିବାହରେ ଅଧିକ ଟଙ୍କା ଖର୍ଚ୍ଚ ନକରି ଗାଁ ରାସ୍ତା ତିଆରି କଲେ ବର, ସମାଜ ପାଇଁ ପାଲଟିଲେ ଉଦାହରଣ

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଯୁବକ ପାଲଟିଲେ ଏକ ବିଶେଷ ଉଦାହରଣ । ଆଡମ୍ବରପୂର୍ଣ୍ଣ ବିବାହ ନ କରି ଲୋକଙ୍କ ସୁବିଧା ପାଇଁ ୬୦୦ ମିଟର ପର୍ଯ୍ୟନ୍ତ ତିଆରି କଲେ ରାସ୍ତା । ଯାହା ଫଳରେ କ୍ଷେତରେ ପହଞ୍ଚିବାର ସୁଯୋଗ ପାଇବେ ଲୋକେ । ତେଣୁ ତାଙ୍କର ଏଭଳି ପ୍ରଚେଷ୍ଟା ରହିଥିଲା । ଏହା ବ୍ୟତୀତ ୯୦ଟି ଗଛ ମଧ୍ୟ ଲଗାଇଥିଲେ ।
ସେହି ଯୁବକ ଜଣକ ହେଲେ ଚନ୍ଦ୍ରପୁର ଜିଲ୍ଲା ୱାରୋରା ତହସିଲ ସୁସା ଗାଁର ଶ୍ରୀକାନ୍ତ ଏକୁଡେ । ବିବାହରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ସେ ଗାଁ ଲୋକଙ୍କ ସୁବିଧା ପାଇଁ କ୍ଷେତ ପର୍ଯ୍ୟନ୍ତ ରାସ୍ତା ତିଆରି କରିଥିଲେ । ସେ ଝିଅ ଘରୁ କୌଣସି ଉପହାର ନେବାକୁ ମଧ୍ୟ ମନାକରିଥିଲେ । ଏହା ସହିତ ଶ୍ରୀକାନ୍ତ ୩୬ ପ୍ରକାରର ଫଳ ଗଛ ଲଗାଇଥିଲେ । ୨୮ ଏପ୍ରିଲରେ ଅଞ୍ଜଳିଙ୍କୁ ଅତି ସାଧାରଣ ଶୈଳୀରେ ବିବାହ କରିଥିଲେ ଏବଂ ବାହାଘରରେ ଖର୍ଚ୍ଚ ହେବାକୁ ଥିବା ଟଙ୍କାରେ ରାସ୍ତା ନିର୍ମାଣ କରିଥିଲେ । ପ୍ରାୟ ୫୦ ହଜାର ଟଙ୍କା ରାସ୍ତା ତିଆରି ପାଇଁ ସଂଗ୍ରହ କରିଥିଲେ । ଯାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିପାରିଛି ।
ଏଭଳି ଦୃଶ୍ୟ କେବଳ ଆମେ ଫିଲ୍ମରେ ଦେଖିଥାଉ କିନ୍ତୁ ଆଜି ଯୁବକଙ୍କ ଉତ୍ତମ ଚିନ୍ତାଧାରା ପାଇଁ ଏହି ଫିଲ୍ମି ଦୃଶ୍ୟକୁ ସତରେ ପରିଣତ ହୋଇପାରିଛି । ଏହି ପଦକ୍ଷେପ କେବଳ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଗ୍ରାମୀଣ ବିକାଶର ଏକ ମହାନ ଉଦାହରଣ । ଶ୍ରୀକାନ୍ତଙ୍କ ଚିନ୍ତାଧାରା ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣା । ଆଜିକାଲିର ସ୍ୱାର୍ଥପର ଦୁନିଆରେ ଅନ୍ୟ ପାଇଁ ଏଭଳି ନିଷ୍ପତି ଖୁବ କମ ଲୋକ ନିଅନ୍ତି । ଯେଉଁଥି ପାଇଁ ଝିଅ ଗାଁରେ ପ୍ରସଂଶା ଏବଂ ଆଶୀର୍ବାଦର ସୁଅ ଛୁଟିଛି ବରଙ୍କୁ । ସେ ଝିଅ ବି ଭାଗ୍ୟବାନ ଯିଏ ଏପରି ଗୋଟେ ଜୀବନସାଥୀଙ୍କୁ ପାଇଛନ୍ତି ।
Also Read : ଗୋଟିଏ ବହି ପଢି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭାଇ