ମହାରାଷ୍ଟ୍ର: ଯୌତୁକରେ ବରର ଆସିଲା ଅଜବ ଡିମାଣ୍ଡ, ଭାଇରାଲ ହେଲା ଖବର

ପ୍ରାଚୀନ କାଳରୁ ପ୍ରଚଳିତ ହେଉଥିବା ଯୌତୁକ ପ୍ରଥାକୁ ବିରୋଧ କରି ଆମ ଦେଶରେ ଅନେକ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ଯୌତୁକ କଥା ଆସିଲେ ଆମ ଦେଶରେ ଥିବା ନିୟମ କାନୁନ କଥା ପ୍ରଥମେ ମନେପଡେ। କାରଣ ଏହାକୁ ସମାଜ ବିରୋଧି ପ୍ରଥା ରୂପେ ମନାଯାଇଛି। ତେବେ ଏହାକୁ ନେଇ ଦେଶର ଅନେକ ସ୍ଥାନରେ କିଛି ନା କିଛି ଅଜବ ଧରଣର ଘଟଣା ସାମ୍ନାକୁ ଆସିଛି।

ଯୌତୁକରେ ସାଧାରଣତଃ ଟଙ୍କା, ଗହଣା, ଗାଡ଼ି ଏବଂ ମହଙ୍ଗା ଗିଫ୍ଟ ଦିଆଯିବାର ଆମେ ସମସ୍ତେ ଜାଣିଛେ। କିନ୍ତୁ ଏ ଘଟଣା ଟିକେ ଭିନ୍ନ। ଏଥିରେ ବର ଡିମାଣ୍ଡ କରିଛନ୍ତି କନ୍ୟା ଘରକୁ କିଛି ଅଜବ ଜିନିଷ। ବର ଯୌତୁକରେ ମାଗିଛନ୍ତି ୨୧ କଇଁଛ ସହ କଳା କୁକୁର। ଘଟଣାଟି ମହାରାଷ୍ଟ୍ର ଜିଲ୍ଲା  ଔରଙ୍ଗାବାଦରେ ଘଟିଛି। ଏହାକୁ ନେଇ ପୋଲିସ ବର ଓ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି।

ବର ଜଣକ ୨୧ଟି କଇଁଛ ସହିତ ଏକ ବ୍ଲାକ ଲାବ୍ରାଡର କୁକୁର ଏବଂ ୧୦ ଲକ୍ଷ ଟଙ୍କାର ଡିମାଣ୍ଡ କରିଛନ୍ତି । ଯାହାକୁ ନେଇ ତାଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡିଛି। କନ୍ୟା ଘରର ଲୋକ ଏଥିପାଇଁ ଥାନାରେ ମାମଲା ଦାୟର କରିଥିଲେ। ଅଭିଯୋଗ ଆସିଛି ଯେ, ଏହାପୂର୍ବରୁ ମଧ୍ୟ ବର ଘରକୁ ନିର୍ବନ୍ଧରେ ୨ ଲକ୍ଷ ଟଙ୍କା ସହ  ୧୦ ଗ୍ରାମର ସୁନା ଦେଇଥିଲେ।

ତେବେ ଥାନାରେ ମାମଲା ଦାୟର ହେବା ପରେ ତାଙ୍କ ବିରୁଦ୍ଧରେ ୪୨୦, ୪୦୬ ଏବଂ ୩୪ ଦଫା ଲାଗିଛି। ତାଙ୍କ ବିରୁଦ୍ଧରେ ଏବେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.