ବିବାହର ପରଦିନ ହେଲା ବରର ମୃତ୍ୟୁ ! ପରିବା ଓ ମିଠା ଦୋକାନୀଙ୍କ ସମେତ ୧୧୧ ଜଣ ବରଯାତ୍ରୀ କରୋନା ପଜିଟିଭ୍‌

ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଏକ ବିବାହ ସମାରୋହ। ବିବାହରେ ସାମିଲ ହୋଇଥିବା ଲୋକମାନେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି। ଏବେ ସୁଦ୍ଧା ଏହି ବିବାହରେ ଯୋଗ ଦେଇଥିବା ୩୬୯ ଜଣ ଲୋକଙ୍କର ଯାଞ୍ଚ ସରିଛି। ଯେଉଁମାନଙ୍କ ମଧ୍ୟରେ ୮୯ ଜଣ ସଂକ୍ରମିତ ମିଳିଥିବାବେଳେ ୩୧ ଜଣ ଲୋକ ପୂର୍ବରୁ ହିଁ ପଜିଟିଜ୍‌ ଚିହ୍ନଟ ହୋଇଥିଲେ।  ସବୁଠାରୁ ଦୁଃଖର କଥା ହେଉଛି ପାଟଣାର ପାଲିଗଞ୍ଜରେ ହୋଇଥିବା ଏହି ବିବାହ ଉତ୍ସବରେ ବର ପାତ୍ର ଜଣଙ୍କ ବାହାଘରର ଗୋଟିଏ ଦିନ ପରେ ହିଁ ପ୍ରାଣ ହରାଇଲେ। ଯାହାପରେ ଏହି ମାମଲା ଗୋଷ୍ଠି ସଂକମ୍ରଣ ଆଡକୁ ରୂପ ନେଉଛି।

new corona virusଜିଲ୍ଲା ପ୍ରଶାସନ ଅନୁଯାୟୀ ୧୫ ଜୁନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏବଂ ବିବାହର ପରଦିନ ହିଁ ବରର ମୃତ୍ୟୁ ହୋଇଗଲା ତେବେ ବିବାହରେ ସାମିଲ ହୋଇଥିବା କିଛି ଲୋକଙ୍କର କରୋନା ଲକ୍ଷଣ ଦେଖାଯାଇଥିଲା। ଯାହାପରେ ତାଙ୍କର ରକ୍ତ ନମୂନା ଟେଷ୍ଟ କରାଯାଇଥିଲା। ଯାହାପରେ ୯ ଜଣ ଲୋକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ଆଉ କିଛି ଲୋକ ସଂକ୍ରମିତ ହୋଇଥିବା ଜଣାପଡିଲା। ସ୍ୱାସ୍ଥ୍ୟ ବିଭାଗର କହିବାନୁଯାୟୀ ଚାରୋଟି ପର୍ଯ୍ୟାୟରେ ଏବେ ସୁଦ୍ଧା ୩୬୯ ଲୋକଙ୍କ ସାମ୍ପୂଲ ନିଆଯାଇସାରିଛି।

brideତେବେ ପରିବାରଙ୍କ କହିବାନୁଯାୟୀ ବରପାତ୍ର ଜଣଙ୍କ ବିବାହ ପୂର୍ବରୁ ଗାଡି ମାଧ୍ୟମରେ ଦିଲ୍ଲୀରୁ ବିହର ଆସିଥିଲେ। ବିହାରରେ ପହଁଚିବା ପରେ ସେ କିଛି ଦିନ ଆଇସୋଲେସନରେ ରହିଥିଲେ। ତେବେ ତାଙ୍କ ମଧ୍ୟରେ ବିବାହ ପୂର୍ବରୁ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା। ବିବାହରେ ପରଦିନ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ତେବେ ଆଉ ଚକିତକର ଖବର ହେଉଛି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ସ୍ଥାନୀୟ ଦୋକାନୀ, ପରିବା ଦୋକାନୀ ଏବଂ ମିଠା ଦୋକାନୀ ମଧ୍ୟ କରୋନା ପଜିଟିଭ୍‌ ଥିବା ଜଣାପଡିଛି। ଯାହା ଏବେ ପ୍ରଶାସନର ଚିନ୍ତା ବଢ଼ାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.