ଦୁଇ କେ ପଣିକିଆ ଆସିଲାନି, ଖାସ୍ ସେଥିପାଇଁ ବିବାହ ବେଦୀରୁ ଶିଶୁପାଳ ହୋଇ ଫେରିଲା ବର

ଆପଣମାନେ ବିବାହ ବେଦୀରେ କିମ୍ବା ବିବାହ ପୂର୍ବରୁ ଅନେକ କାରଣ ଯୋଗୁଁ ବିବାହ ଭାଙ୍ଗିଥିବା କଥା ନିଶ୍ଚିତ ଜାଣିଥିବେ। କେତେବେଳେ ଯୌତୁକ ପାଇଁ ତ କେତେବେଳେ ମଦ୍ୟପ ବର ଯୋଗୁ ବାହା ଘର ଭାଙ୍ଗିଯାଏ। କିନ୍ତୁ ଏମିତି ଖବର ଆମେ ଆପଣଙ୍କୁ ଜଣାଇବୁ, ଯାହା ବିଷୟରେ ଜାଣିଲେ ଆପଣ ହସିବେ କି କ’ଣ କରିବେ ତାହା ଜାଣିପାରିବେ ନାହିଁ। ଯଦି ଆପଣ ପଣିକିଆ ଜାଣିନାହାନ୍ତି ତେବେ ବିବାହ କରିବା ପୂର୍ବରୁ ଶିଖିନିଅନ୍ତୁ। ଏମିତି ଜଣେ ବର ଗଣିତ ଜାଣିନଥିବାରୁ ହଟହଟା ହୋଇଛନ୍ତି । ଏପରିକି କନିଆଁ ନିଜେ ବେଦୀରୁ ଉଠି ପଳାଇଛନ୍ତି। ବିବାହ ପାଇଁ କନିଆଁ ସିଧା ମନା କରିଦେବା ପରେ ଶିଶୁପାଳ ହୋଇ ଫେରିଛି ବର।

ଏମିତି ଏକ ଘଟଣା ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଅନ୍ତର୍ଗତ ଧବାର ଗାଁରେ ଘଟିଛି। ଖବର ମୁତାବକ, ବର ଦୁଇ କେ ପଣକିଆ ଡାକିବାରେ ଅସମର୍ଥ ହେବାରୁ ବିବାହ ଭାଙ୍ଗିଥିବା ଜଣାପଡ଼ିଛି। ଘଟିଛି। ଶନିବାର ସନ୍ଧ୍ୟାରେ ବିବାହ ପାଇଁ ମଣ୍ଡପରେ ପହଞ୍ଚିଥିଲେ ବର। ମଣ୍ଡପରେ ବରଙ୍କୁ ଦେଖି ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ କନିଆଁଙ୍କ ସନ୍ଦେହ ହୋଇଥିଲା। ନିଜର ସନ୍ଦେହ ଦୂର କରିବା ପାଇଁ ବରମାଳା ଅଦଳବଦଳ ହେବା ବେଳେ ବରକୁ ଦୁଇ କେ ପଣକିଆ ଡାକିବାକୁ କହିଥିଲେ କନିଆଁ । ପଣିକିଆ କହିବାରେ ଅସମର୍ଥ ହୋଇଥିଲେ ବର। ତାପରେ ୭ ଫେରା ନେବାକୁ ମନା କରିଥିଲେ ଯୁବତୀ।

ଗଣିତ ଜାଣିନଥିବା ଲୋକକୁ ବିବାହ କରିବାକୁ ଚାହୁଁନାହିଁ ବୋଲି କହି ପଳାଇଥିଲେ କନିଆଁ। ସେପଟେ କନିଆଁଙ୍କ ଘର ଲୋକେ ବର ଅଶିକ୍ଷିତ ବୋଲି ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ବର ଘର ଲୋକେ କନିଆଁ ପକ୍ଷକୁ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଛ କହିଥିଲେ ବୋଲି କନିଆଁଙ୍କ ଭାଇ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.