ପୁଅ ବରହେବା ଖୁସିରେ ପ୍ଲେନରୁ ଟଙ୍କା ବର୍ଷା କଲେ ବାପା

ଆପଣମାନେ ବିଭିନ୍ନ ପ୍ରକାରର ବାହାଘର ବିଷୟରେ ଜାଣିଥିବ, ଶୁଣିଥିବେ ଓ ଜୀବନରେ ଅନେକ ବାହାଘରରେ ଅଂଶ ଗ୍ରହଣ ମଧ୍ୟ କରିଥିବେ ନିଶ୍ଚୟ । କିନ୍ତୁ କେବେ ଶୁଣିଛନ୍ତି କି ଆକାଶ ମାର୍ଗରୁ କନ୍ୟା ଘର ଉପରେ ଟଙ୍କା ବର୍ଷା ହୋଇବା । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ହଁ ଆଜ୍ଞା ଏଭଳି ଏକ ଘଟଣା ଘଟିଛି ପାକିସ୍ତାନରେ ।

ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବରର ବାପା କରିଥିବା କାମକୁ ନେଇ ବେଶ ଚର୍ଚ୍ଚା ହୋଇଛି । ବରର ବାପା ବହୁତ ଖୁସି ହୋଇଯାଇଥିଲେ ଯେତେବେଳେ ତାଙ୍କ ପୁଅ ବର ହୋଇଥିଲା । ଅତି ଉତ୍ସାହିତ ହୋଇ ଏକ ପ୍ଲେନ ବୁକ କରିଥିଲେ । ଏହାପରେ କନ୍ୟାର ଘର ଉପରେ ଟଙ୍କାର ବର୍ଷା କରାଇଦେଇଥିଲେ ।

ଏହି ଭିଡ଼ିଓକୁ ସୋସ୍ଆଲ ମିଡିଆରେ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଏହି କାମ ବରର ବାପା କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏକ ଟୁଇଟର ଆକାଉଣ୍ଟରେ ଏଭଳି ଏକ ଭିଡିଓ ପୋଷ୍ଟ କରାଯାଇଛି । ଯାହାକୁ କି ପାକିସ୍ତାନର ବୋଲି କୁହାଯାଉଛି । ଏହି ଭିଡିଓରେ ଏକ ପ୍ଲେନ ଆକାଶରେ ଉଡୁଥିବାର ଦେଖିବାକୁ ମିଳୁଛି ।

ଏହା ଉପରକୁ ଯାଇଁ ଟଙ୍କା ବର୍ଷା କରୁଥିବାର ଦେଖିବାକୁ ମିଳୁଛି । ଏହି ଟଙ୍କାବର୍ଷା ବରର ବାପା କରାଇଥିବା ଚର୍ଚ୍ଚା ହେଉଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନରେ ଏକ ବରର ବାପା ପୁଅର ବାହାଘରେ ଏତେ ଖୁସି ହୋଇଯାଇଥିଲେ ଯେ ସେ ଲକ୍ଷ ଲକ୍ଷ ଟଙ୍କା କନ୍ୟା ଘର ଉପରେ ଉଡାଇ ଦେଇଥିଲେ ।