ସାତ ଦରିଆ ପାର କରି କନ୍ୟାକୁ ଟେକି ଆଣିଲେ ବର, ଯାହାକୁ ନେଇ ନିଜେ କନିଆଁ ବି ଗଲେ ଲାଜେଇ

ଏବେ ବାହାଘର ସିଜନ ଚାଲିଛି। କରୋନା ଏବଂ ଲକଡାଉନ ସତ୍ତ୍ୱେ ବି ବହୁତ ପୁଅ ଆଉ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବିବାହ ସିଜନରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟ ଜିତିନେବ।

ଭିଡିଓରେ ଆପଣ ଦେଖିବେ ଯେ ଦୁହ୍ଲେ ରାଜା ନିଜର ନବବିବାହିତା ସ୍ତ୍ରୀଙ୍କୁ କାନ୍ଧରେ ଉଠାଇ ଘରକୁ ନେଇଛନ୍ତି। ବାହାଘର ପରେ ବର ଆଉ କନିଆଁ ବାହାଘର ପୋଷାକରେ ଦେଖିବାକୁ ମିଳୁଛନ୍ତି। ତେବେ ଏହି ସମୟରେ ଏକ ମନ ଛୁଆଁ ଚିତ୍ର ଦେଖିବାକୁ ମିଳିଲା।

ଭିଡିଓରେ ଦେଖିପାରିବେ ଯେ କନ୍ୟାକୁ ବର ପାତ୍ର ଜଣଙ୍କ ନିଜ କାନ୍ଧରେ ବସାଇ ନଦୀ ପାର କରାଇ ଦେଉଛନ୍ତି। ଯାହାପରେ କନିଆଁ ଜଣଙ୍କ ଏକଦମ୍‌ ଲାଜେଇ ଯାଉଛନ୍ତି। ସେଠାରେ ଥିବା ଲୋକମାନେ ବି ଏହି ଦୃଶ୍ୟ ଦେଖି ଖୁସି ହେଇଯାଉଛନ୍ତି।

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏ ଦୃଶ୍ୟ ଦେଖି ଲାଗୁଛି ଯେ ବେଦିରେ ବର ଯାହା ବଚନ ନେଇଥିଲେ ତାର ପ୍ରମାଣ ସେ ଇନଷ୍ଟାଣ୍ଟ କରି ଦେଖାଉଛନ୍ତି।

Leave A Reply

Your email address will not be published.