କନ୍ୟାକୁ ନେବା ପାଇଁ ବର ଆଣିଲା ଜେସିବି, କାରଣ ଥିଲା କିଛି ଏଭଳି..ଦେଖନ୍ତୁ ଥରେ ଭିଡ଼ିଓ

ଏବେ ଆରମ୍ଭ ହୋଇସାରିଛି ବିବାହ ସିଜିନ। ଏହି ସମୟରେ ପୁଅ ନିଜ ପରିବାର ସହ କାର୍‌ ରେ ବସି ଆସିବା ସହିତ ଗୀତ ନାଚରେ ସମସ୍ତ ମଜା କରିବାକୁ ଭୁଲନ୍ତି ନାହିଁ। ଏବେ ଏହାକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିିଛି। ଏବେ ପୁଅ ହାତୀ, ଘୋଡ଼ା ବା କାର ରେ ଆସୁନାହିଁ ବରଂ ପ୍ରସେସନ୍‌ ରେ ସେ ଜେସିବି ସହ ଏଣ୍ଟ୍ରି ମାରୁଛି। ଏହା ପଛରେ କଣ କାରଣ ରହିଛି ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ରାସ୍ତା ବନ୍ଦ ହୋଇଯିବା ହେତୁ ପୁଅ ଜଣକ ଜେସିବି ଧରି କନ୍ୟାକୁ ବିବାହ କରିବାକୁ ଆସିଛନ୍ତି। ଏତିକି ନୁହେଁ ବରଂ ବିବାହ ପରେ କନ୍ୟାକୁ ସେହି ଜେସିବିରେ ଘରକୁ ଆଣିଛନ୍ତି। କିନ୍ତୁ ଏହା ତାଙ୍କର ଇଚ୍ଛା ନଥିଲା ବରଂ ମଜବୁରୀ ଥିଲା। ସେ ପରିସ୍ଥିତିକୁ ଦେଖି ବାଧ୍ୟ ହେଲେ ଏପରି କରିବା ପାଇଁ।

ଏହି ଘଟଣା ଗତ ରବିବାର ଗିରିପାରର ସଙ୍ଗରାହ ଗାଁରେ ଘଟିଛି। ସୂଚନା ଅନୁଯାୟୀ ଭାରି ବରଫ ବର୍ଷା ହେବା ଫଳରେ ରାସ୍ତା ବନ୍ଦ ହୋଇଯାଇଥିଲା। ତେଣୁ ପୁଅ ବାଧ୍ୟ ହୋଇ ଜେସିବିର ସାହାରା ନେଲା। ଏଥିରେ ମୋଟ ୩୦ କିଲୋମିଟର ସେ ଯାତ୍ରା କରିଥିଲେ । ବିବାହ ପରେ ସେହି ଜେସିବିରେ ହିଁ ପୁଣି କନ୍ୟାକୁ ନେଇ ଫେରିଥିଲେ ।