ସ୍ପେଶାଲ

ମଣ୍ଡପରୁ ଗାୟବ ହେଲା ବର, ବରଯାତ୍ରୀକୁ ବିବାହ କଲେ କନ୍ୟା

କର୍ଣ୍ଣାଟକ ଚିକମଗଳୁରୁ ଜିଲ୍ଲାରେ ଘଟିଛି ଏକ ଅଜବ ଘଟଣା । ବିବାହ କରିବାକୁ ଆସିଥିଲା ଜଣେ କିନ୍ତୁ ବାହା ହେଲେ ଆଉ ଜଣେ । ହଁ ଏହା ସତ । ବରଯାତ୍ରୀଙ୍କ ସହ ଧୁମଧାମରେ ବାଜାରୋଷଣୀ ଧରି ଆସିଥିବା ବର ହଠାତ ପ୍ରେମିକା ସହ ବିବାହ ମଣ୍ଡପରୁ ଚାଲିଯାଇଥିଲେ । ଆଉ କନ୍ୟାଙ୍କ ବିବାହ ହୋଇଥିଲା ବରଯାତ୍ରୀରେ ଆସିଥିବା ଜଣେ ଅତିଥିଙ୍କ ସହ । ଏମିତି ଏକ ମଜାଦାର ଘଟଣା କର୍ଣ୍ଣାଟକର ଚିକମଗଲୁରୁ ଜିଲ୍ଲା ଅନ୍ତର୍ଗତ ତରିକେରେ ଗାଁରେ ଘଟିଛି । ଏଠିକା ଅଧିବାସୀ ଦୁଇ ଭାଇ ଅଶୋକ ଓ ନବୀନଙ୍କ ବିବାହ ରବିବାର ଦିନ ହେବା ନେଇ ସ୍ଥିର ହୋଇଥିଲା । ଭାବି ପତ୍ନୀଙ୍କ ସହ ବିବାହ ପୂର୍ବର ସବୁ ରୀତିନୀତିରେ ନବୀନ ଭାଗ ନେଇଥିବା ବେଳେ କିନ୍ତୁ ବିବାହ ଦିନ ତାଙ୍କ ପତ୍ତା ମିଳିନଥିଲା । ପରିବାର ଲୋକେ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ ।

ଖୋଲତାଡ଼ରୁ ଜଣା ପଡିଥିଲାକି ନବୀନଙ୍କ ପୂର୍ବ ପ୍ରେମିକା ବିବାହ ଭାଙ୍ଗିଦେବା ଓ ଅତିଥି ମାନଙ୍କ ସାମ୍ନାରେ ବିଷ ପିଇବା ନେଇ ବାରମ୍ବାର ଧମକ ଦେଇ ଆସୁଥିଲେ । ଯାହାକୁ ଭୟ କରି ଶେଷ ମୁହୂର୍ତ୍ତରେ ନବୀନ ନିଜ ପ୍ରେମିକା ସହ କର୍ଣ୍ଣାଟକର ଅନ୍ୟ ଏକ ସହର ତୁମାକୁର ଚାଲି ଯାଇଥିଲା ।ସ୍ଥାନୀୟ ଖବର କାଗଜ ସଂସ୍ଥା ଅନୁଯାୟୀ, ନବୀନର ଖୋଜ ଖବର ମିଳିନଥିବା ବେଳେ କିନ୍ତୁ ନିର୍ଦ୍ଧାରିତ ସମୟରେ ନବୀନଙ୍କ ଭାଇ ଅଶୋକର ବିବାହ ହୋଇଥିଲା । କିନ୍ତୁ ମଙ୍ଗୁଳା କନ୍ୟାକୁ ଅବିହାଡା ନଛାଡିବା ପାଇଁ ତୁରନ୍ତ କନ୍ୟା ପାଇଁ ବର ଟିଏ ଖୋଜିବା ଆରମ୍ଭ କରିଦେଇଥିଲେ । ଆଉ ସବୁଠୁ ମଜାଦାର କଥା ହେଉଛିକି, ବିବାହ ଉତ୍ସବରେ ଭାଗ ନେବାକୁ ଆସିଥିବା ଅତିଥିଙ୍କ ମଧ୍ୟରୁ ହିଁ ନିଜ ପାଇଁ ଏକ ଯୋଗ୍ୟ ପାତ୍ର ଖୋଜିଥିଲେ ସିନ୍ଧୁ ।ନୂଆ ବର ଜଣଙ୍କର ନାଁ ଚନ୍ଦ୍ରପା ହୋଇଥିବା ବେଳେ ସେ ବିଏମଟିସିରେ କଣ୍ଡକ୍ଟର ଭାବେ କାମ କରୁଛନ୍ତି । ସିନ୍ଧୁଙ୍କ ପ୍ରସ୍ତାବରେ ତୁରନ୍ତ ବିବାହ ପାଇଁ ରାଜି ହୋଇ ଯାଇଥିଲେ । ଦୁଇ ପରିବାରର ସହମତିରେ ବିବାହ ଉତ୍ସବଟି ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା ।

କହିରଖିବା ଉଚିତ ହେବକି, ଏହା ପୂର୍ବରୁ ବି ଥରେ ୨୦୧୯ ମସିହାରେ ମଧ୍ୟପ୍ରଦେଶରେ ଏପରି ଏକ ସମାନ ଧରଣର ଘଟଣା ଘଟିଥିଲା । ଏଠାକାର ସିରୋଞ୍ଜ ସହରରେ ବିବାହର ମାତ୍ର ୨ ସପ୍ତାହ ପରେ କନ୍ୟା ଜଣଙ୍କ ପୂଜା କରିବାକୁ ଆସିଥିବା ପୂଜାରୀ ସହିତ ଅଚାନକ ଗାୟବ ହୋଇଯାଇଥିଲା । ଖାଲି ସେତିକି ନୁହେଁ ନିଜ ଘରୁ ୧.୫ ଲକ୍ଷ ଟଙ୍କା ସମେତ ୩୦ ହଜାର ନଗଦ ଟଙ୍କା ଗାୟବ କରିନେଇଥିଲେ । ପରେ ଯାଞ୍ଚରୁ ଜଣାପଡିଥିଲାକି ପୂଜାରୀଙ୍କ ସହ ଦୁଇ ବର୍ଷ ପୂର୍ବରୁ ହିଁ ସମ୍ପର୍କରେ ଥିଲେ ଯୁବତୀ ଜଣଙ୍କ ।

 

 

KNews Bureau

Recent Posts

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

21 seconds ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

6 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

18 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

24 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

28 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

30 mins ago