ସୁସଜ୍ଜିତ ଜେସିବି ମେସିନ୍ ସବାରୀରେ ବିଦା ହେଲା କନ୍ୟା : ଫଟୋ ଭାଇରାଲ

ଭାରତୀୟ ପରମ୍ପରା ଅନୁଯାୟୀ ବିବାହିତ ବରକନ୍ୟାଙ୍କୁ ସୁସଜ୍ଜିତ ଗାଡ଼ିରେ ନିଆଯାଇଥାଏ । ଏବେ କିନ୍ତୁ ନିଜ ବିବାହକୁ ଭିନ୍ନ ଏବଂ ରୋମାଞ୍ଚକର କରିବା ପାଇଁ ବିଭିନ୍ନ ବ୍ୟକ୍ତି ଭିନ୍ନ ଅସାଧାରଣ ପ୍ରକାରର ବିବାହର ପ୍ରସ୍ତୁତି ପାଇଁ ଚେଷ୍ଟା କରୁଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ପୁରୁର ନିକଟରେ । ସେଠାରେ ଜଣେ ବିବାହିତ ଦମ୍ପତି ବିବାହ ପରେ କୌଣସି ମହଙ୍ଗା ଗାଡ଼ିରେ ଯାଇନଥିଲେ ବରଂ ଏଥିପାଇଁ ସେମାନେ ଜେସିବି ମେସିନର ସାଥ୍ ନେଇଥିଲେ । ଜେସିବି ଚଳାଇ ନିଜର ଜୀବିକା ନିବାହ କରୁଥିବା ଚେତନ ସାଲୋଁ ବିବାହ କରି ନିଜ ନବବିବାହିତା ପତ୍ନୀ ମମତାଙ୍କୁ ଜେସିବିରେ ବସାଇ ଘରକୁ ନେଇଥିଲେ ।

ନ୍ୟୁଜ୍୧୮ ସହିତ କଥାବାର୍ତ୍ତା ସମୟରେ ଚେତନ କହିଛନ୍ତି , ମୋ ଧର୍ମପତ୍ନୀ ମମତା ପ୍ରଥମେ ଜେସିବିରେ ବସିବା ପାଇଁ ରାଜି ହେଉନଥିଲା । ପରେ କିନ୍ତୁ ମୁଁ ଏବଂ ମୋ ସାଙ୍ଗ ମାନେ ବହୁ କହିବା ପରେ ସେ ଏଥି ପାଇଁ ରାଜି ହୋଇଯାଇଥିଲେ । ତେବେ ଏସବୁ ଆଗରୁ କିଛି ନିର୍ଦ୍ଦାରିତ ନଥିଲା କିନ୍ତୁ ବିବାହ ଭୋଜି ପରେ ଯେତେବେଳେ ମୁଁ ଏବଂ ମୋ ସାଙ୍ଗ ମାନେ ଏକା ସାଙ୍ଗରେ ବସିଥିଲୁ ସେତେବେଳେ ଆମେ ଅନ୍ୟ କୌଣସି ଗାଡ଼ି ବଦଳରେ ମୁଁ ଯେଉଁ ଗାଡ଼ି ଚଳାଇ ପେଟ ପୋଷେ ସେହି ଗାଡ଼ିରେ ଯିବା ପାଇଁ ନିଷ୍ପତି ନେଲୁ । ଏହାପରେ ଜେସିବିକୁ ଫୁଲରେ ସୁସଜ୍ଜିତ କରି ସେଥିରେ ମମତାଙ୍କୁ ନେଇ ଆମ ଘରକୁ ନେଇ ଯାଇଥିଲୁ ।

Leave A Reply

Your email address will not be published.