ଯେତେ ଯାହା ହେଉ ପଛେ ଇଏ ଆମର ବାହା ହେବେ ହିଁ ହେବେ, ଦେଖନ୍ତୁ ଭିଡିଓ

(କେନ୍ୟୁଜ) : ବେଳେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଯାଏ, ଯାହା ଆପଣଙ୍କୁ ହସାଇ ହସାଇ ଏକଦମ୍‌ ବେଦମ୍‌ କରିଦିଏ। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ବିଶ୍ୱାସ କରନ୍ତୁ ଆପଣଙ୍କ ହସକୁ ଅଟକାଇପାରିବେନି।

ଏ ଭିଡିଓରେ ଦେଖନ୍ତୁ ଜଣେ ଭାଇ ଆମର ବର ବେଶରେ ଯାଉଛନ୍ତି ବାହା ହେବାକୁ। କିନ୍ତୁ ଏଠି ଫରକ କେବଳ ଏତିକି ଯେ ଭାଇ ଜଣକ ବାରାତି ତ ସାଙ୍ଗରେ ନେଉଛନ୍ତି କିନ୍ତୁ ଡଙ୍ଗାରେ ବସାଇ। ଏବେ ଚାରିଆଡେ ଲକଡାଉନ ବୋଧହୁଏ ବାତ୍ୟା ପାଇଁ ଚାରିଆଡେ ଜଳମଗ୍ନ ହୋଇଯାଇଛି। ରାସ୍ତା ଘାଟ ସବୁ ପାଣିରେ ବୁଡିଛି, ସେଥିପାଇଁ ବରପାତ୍ର ଜଣଙ୍କ ଡଙ୍ଗାରେ ବସି କନ୍ୟା ଘରକୁ ଯାଉଛନ୍ତି।

ସେ ଯାହା ବି ହେଉ ନା କାହିଁକି ଏହି ବାହାଘର ତାଙ୍କର ନିଶ୍ଚୟ ମନେ ରହିବ। ଆପଣ ତ ୟାକୁ କହିପାରିବେ ସାତ ଦରିଆ ପାର କରି ବାହାହେବାକୁ ଯାଉଛନ୍ତି ବର। ତେବେ ଏ ଭିଡିଓ ଭିଡିଓ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। କିନ୍ତୁ ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସେଥିପାଇଁ ଆମେ ବି ଚାହିଁଲୁ ଆପଣଙ୍କ ସହ ସେୟାର କରିବାକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.