ସ୍ପେଶାଲ

ବ୍ୟକ୍ତିଙ୍କୁ ସାଇଡ୍ ମାରିବା ପଡ଼ିଲା ମହଙ୍ଗା, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ସାମାନ୍ୟ ସାଇଡ୍‌ ମରାକୁ ନେଇ ମହାଭାରତ। ଭୁଲ୍‌ ତାଙ୍କର କେବଳ ଏତିକି ରାସ୍ତାରେ ଅଟୋ ନେଇ ଯିବା ବେଳେ ସାଇଡ୍‌ ମାରିଥିଲେ। ଯେଉଁ କଥାର ରାଗ ସୁଝାଇଛନ୍ତି ଏହି ବ୍ୟକ୍ତିଙ୍କ ଉପରେ । ଏଇ ଦେଖୁନାହାଁନ୍ତି କିଭଳି ହସ୍ପିଟାଲ ବେଡ୍‌ରେ ଛଟପଟ ହେଉଛନ୍ତି ସେ । କିନ୍ତୁ ହସ୍ପିଟାଲ ବେଡ୍‌ରେ ପଡ଼ିବା ପୂର୍ବରୁ ଯେଉଁଭଳି ଭାବେ ତାଙ୍କ ଉପରେ ଆକ୍ରମଣ ହୋଇଛି ସେହି ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ।

ଏ ଦୃଶ୍ୟକୁ ଯିଏ ଦେଖୁଛି ସିଏ କହୁଛି କେତେ ନୃଶଂସ ଏ ଲୋକ । ସାମାନ୍ୟ ସାଇଡ୍‌ ମରାକୁ ନେଇ ଆଜି ଏହି ବ୍ୟକ୍ତିକୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତେବେ ଏଭଳି ଘଟଣା ଵାଲେଶ୍ୱର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ଦେଖିବାକୁ ମିଳିଛି ।ତୁଡ଼ିଗଡ଼ିଆ ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଗୁରୁତର ହୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ଖଇରା ବ୍ଲକ ଡାଲଙ୍ଗ ଗ୍ରାମର ଅଜୟ କୁମାର ସାହୁ । ନିଜ ଅଟୋ ନେଇ ଯାଉଥିବା ବେଳେ ତୁଡ଼ିଗଡ଼ିଆ ବଜାରରେ ଛିଡ଼ା ହୋଇଥିବା ମଛଦା ଗ୍ରାମର ଶିବନାଥଙ୍କୁ ସାଇଡ୍ ମାରିଥିଲେ ।ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉକ୍ତ ଘଟଣା ଙ୍କୁ ନେଇ ବିଳମ୍ବିତ ରାତିରେ ଅଜୟ କୌଣସି କାମରେ ତୁଡ଼ିଗଡ଼ିଆ ବଜାରକୁ ଆସିଥିବା ବେଳେ ଶିବ ଓ ତାଙ୍କର ସହଯୋଗୀଙ୍କ ସହ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର ସମସ୍ତ ଦୃଶ୍ୟ ଭିଡିଓ ସିସିଟିଭି ରେ କଏଦ ହୋଇଛି ।ଆକ୍ରମଣ ଯୋଗୁଁ ଅଜୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ସୋର ଓ ବାଲେଶ୍ଵର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଗୁରୁତର ଅଜୟଙ୍କ ସର୍ମଥକ ମାନେ ଆକ୍ରମଣ କାରିଙ୍କ ମଛଦା ଗ୍ରାମକୁ ଯାଇ ଖୋଜାଖୋଜି କରି ଭଙ୍ଗାରୁଜା କରି ଫେରିଥିଲେ । ଫଳରେ ତାଙ୍କୁ ପୋଲିସ ଖୋଜା ଖୋଜି ଚଳାଇଛି। ଦୁଇଦିନ ହେବ ପୋଲିସ ତଦନ୍ତ କରୁଥିବା ବେଳେ ୨ ଜଣ ଆକ୍ରମଣ କାରିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଆକ୍ରମଣ କାରୀଙ୍କୁ ପୋଲିସ ଖୋଜୁଛି ହେଲେ ସେମାନଙ୍କୁ ଧରିଵାରେ ସଫଳ ହୋଇ ନାହିଁ । ସେପଟେ ଆକ୍ରମଣକାରୀଙ୍କୁ ତୁରନ୍ତ ଧରିବା ନେଇ ଅଭିଯୋଗ ହୋଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

48 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago