ଏହି ଦେଶରେ ରହିଛି ଅଜବ ନିୟମ: ମୃତଦେହକୁ କବରରେ ରଖିବା ପାଇଁ ପ୍ରତି ମାସରେ ଦେବାକୁ ପଡ଼ିଥାଏ ‘ଭଡା’

ମଧ୍ୟ ଆମେରିକାର ଦେଶ ‘ଗ୍ବାଟେମାଲା’, ଯେଉଁଠି ଅଜବଗଜବ ନିୟମ କାନୁନ୍ ଜାଣି ଆପଣ ବି ଚକିତ ହୋଇଯିବେ। ‘ଗ୍ବାଟେମାଲା’ ସବୁଜିମା ଓ ସୁନ୍ଦରତାରେ ପରିପୂର୍ଣ୍ଣ ଏକ ଦେଶ, ଯାହାକି କେବେ ଗ୍ହଯୁଦ୍ଧ ନିଆଁରେ ଜଳି ଉଠୁଥିଲା। କିନ୍ତୁ ଏହାସତ୍ତ୍ବେ ଏଠାକାର ବାସିନ୍ଦା ସବୁବେଳେ ହସୁଥିବାର ନଜର ଆସିଥାଆନ୍ତି।
ଏକ ରିପୋର୍ଟ ମୁତାବକ, ଦୁନିଆରେ ସବୁଠାରୁ ଅଧିକ ହତ୍ୟା ଏହି ଦେଶରେ ଘଟିଥାଏ। କିନ୍ତୁ ହାପ୍ପିନେସ୍ ଇଣ୍ଡେକ୍ସ ମାମଲାରେ ୧.୬୬ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ପ୍ରଥମ ସ୍ଥାନରେ ରହିଛି। ଗଣମାଧ୍ୟମର ସୂଚନାନୁସାରେ, ଗ୍ବାଟେମାଲାର ମହିଳାମାନେ ନିଜ ପିଲାମାନଙ୍କୁ ଗରମରୁ ବଞ୍ଚାଇବା ପାଇଁ ବରଫ ପାଣିରେ ଡୁବକ୍ ଲଗାଇବାକୁ ଦିଅନ୍ତି। ଏହି ସମୟରେ ଛୁଆମାନେ କାନ୍ଦୁଥିଲେ ମଧ୍ୟ ମା’ମାନେ ଏପରି କରିବାରେ ବିଶ୍ବାସ ରଖନ୍ତି।
ଏହି ଦେଶରେ ବିବାହ ନିୟମ ମଧ୍ୟ ବହୁତ ଅଜବ ଅଟେ। ଏଠାରେ ବରକନ୍ୟାଙ୍କ ସୁଖ-ସମ୍ଦ୍ଧି ପାଇଁ ବରର ମା’ ଏକ ଧଳା ଘଣ୍ଟିକୁ ଭାଙ୍ଗିଦେଇଥାଏ। ଗ୍ବାଟେମାଲା ଏକ ଏପରି ଦେଶ, ଯେଉଁଠି ସାର୍ବଜନୀନ ବସକୁ ଲୋକେ ‘ଚିକନ୍ ବସ୍’ କହି ଡାକନ୍ତି, କାହିଁକି ନା ଏହି ବସଗୁଡ଼ିକରେ ଯାତ୍ରୀଙ୍କ ସହିତ ବହୁ ସଂଖ୍ୟାରେ ଛେଳି ଓ କୁକୁଡ଼ା ବି ଯାତ୍ରା କରନ୍ତି।
ଏହାସହ ପଢ଼ନ୍ତୁ: ମହିଳା ଘରର କାନ୍ଥରେ ବନାଇଲେ ‘ଇମୋଜି’, ପଡ଼ୋଶୀ କହିଲେ, ‘ମୋତେ ଚିଡ଼ାଇବାକୁ ଏମିତି କରାଯାଇଛି’
ତେବେ ଏ ସବୁ ମଧ୍ୟରେ ସବୁଠାରୁ ଅଜବ ନିୟମ ହେଉଛି, ଏଠାରେ ମ୍ତଦେହକୁ କବର କରିବା ପାଇଁ ପ୍ରତ୍ୟେକ ମାସରେ ‘ଭଡ଼ା’ ଦେବାକୁ ପଡ଼ିଥାଏ। ଯେଉଁ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ମ୍ତଦେହ କବର ହୋଇଥାଏ, ସେହି ବ୍ୟକ୍ତି କୌଣସି ଭଡ଼ା ନ ଦେଲେ ମ୍ତଦେହକୁ ବାହାରକୁ ବାହାର କରିଦିଆଯାଏ ଏବଂ ସେହି ସ୍ଥାନରେ ଅନ୍ୟ ଜଣଙ୍କ ମ୍ତଦେହ ରଖିଦିଆଯାଏ। ଯଦିଓ ସରକାରଙ୍କ ଦ୍ବାରା ପ୍ରତି ସହର ବାହାରେ ଏକ କବରସ୍ଥାନ ବନାଯାଇଛି, ଯେଉଁଠି ଏହି ମ୍ତଦେହଗୁଡ଼ିକୁ କବର ଦିଆଯାଇଥାଏ। ଆଉ ସେମାନଙ୍କ ସମ୍ପର୍କୀୟଙ୍କୁ କୌଣସି ଭଡ଼ା ଦେବାକୁ ପଡ଼ି ନ ଥାଏ।