ଭାରତୀୟ କୁର୍ତ୍ତିକୁ ଲକ୍ଷାଧିକ ଟଙ୍କାରେ ବିକୁଛି Gucci, ଟ୍ୱିଟରରେ ରହିଛି ଚର୍ଚ୍ଚାରେ

ପୁଣିଥରେ ଚର୍ଚ୍ଚାକୁ ଆସିଛି ବିଶ୍ୱ ପ୍ରସିଦ୍ଧ ଇଟାଲୀଆନ ଫ୍ୟାଶନ ହାଉସ ଗୁଚି(Gucci)। ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଅଛି ଏହି ଫ୍ୟାଶନ ହାଉସ। ଏହାର କାରଣ ହେଉଛି ଏକ କୁର୍ତ୍ତି। ଗୁଚିରେ ଏକ କୁର୍ତ୍ତି ସେୟାର କରାଯାଇଛି, ଯାହାର ଦାମ୍ ରହିଛି ଦେଢ଼ରୁ ଅଢ଼େଇ ଲକ୍ଷ। ଡ୍ରେସ ନିଜର ଦାମ୍ ଯୋଗୁ ଏବେ ଚର୍ଚ୍ଚାରେ ରହିଛି। କାରଣ ଭାରତରେ ଏହି କୁର୍ତ୍ତି ୧୫୦ ରୁ ୧୫୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି।

ତେବେ ଏହି କୁର୍ତ୍ତିର ଦାମ୍ ଏତେ ଟଙ୍କା ହୋଇଥିବାରୁ ସୋସିଆଲ ମିଡିଆ ୟୁଜର ତାହାକୁ ଟ୍ରୋଲ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ଏହି ଡ୍ରେସ ୫୦୦ ଟଙ୍କାରେ ମିଳୁଛି। ଏହାକୁ ଦେଢ଼ ଲକ୍ଷରେ କାଇଁ ବିକ୍ରି କରାଯାଉଛି?”


ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏହି କପଡ଼ାର ଦାମ୍ ଏତେ କମ୍ ହୋଇଥିବା ବେଳେ ଏହାକୁ ଏତେ ଟଙ୍କାରେ କାହିଁକି ବିକ୍ରି କରାଯାଉଛି?

ଦେଖନ୍ତୁ ଡ୍ରେସକୁ ନେଇ କରାଯାଇଥିବା କେତେକ ଟ୍ୱିଟ୍:

Leave A Reply

Your email address will not be published.