Categories: ସ୍ପେଶାଲ

ଏପରି ପ୍ରକୃତି ପ୍ରେମ ଦେଖିନଥିବେ ଆପଣ, ବଂଶାନୁକ୍ରମେ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ଗୁରଙ୍ଗ ଗ୍ରାମବାସୀ

ଜଙ୍ଗଲ ସୁରକ୍ଷାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ଅନୁଗୁଳ ଜିଲ୍ଲା ବନଖଣ୍ଡ ଗୁରଙ୍ଗ ଗ୍ରାମବାସୀ । କେତେବେଳେ ଶିଳ୍ପ, କାରଖାନା, କୋଠାବାଡି ତ ଆଉ କେତେବେଳେ ନୂତନ ରାସ୍ତା ପାଇଁ ପ୍ରତିଦିନ ଲୋକେ ଗଛ କାଟୁଛନ୍ତି । ହେଲେ ୪୦ବର୍ଷର ଠେଙ୍ଗାପାଳିି ପରମ୍ପରାରେ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ଗୁରଙ୍ଗ ଗ୍ରାମବାସୀ । ଆଉ ଏନେଇ ରାଜ୍ୟ ସରକାରଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କାରରେ ପୁରସ୍କୃତ ହୋଇ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି ଏହି ଗାଁ ।

ଜଙ୍ଗଲ ନଷ୍ଟ ଓ ଗଛକଟାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ବିଭିନ୍ନ ସ୍ତରରେ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ସେସବୁ ଏତେଟା ସଫଳ ହୋଇପାରୁନି । ଏଭଳି ସ୍ଥିତିରେ ଅନୁଗୁଳ ଗୁରଙ୍ଗ ଗ୍ରାମବାସୀ କିନ୍ତୁ ଦୀର୍ଘ ୪୦ବର୍ଷର ଠେଙ୍ଗାପାଳି ପରମ୍ପରାରେ ବଂଶାନୁକ୍ରମେ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ସେମାନଙ୍କ ଜୀବନଜୀବିକା ସହ ଜଙ୍ଗଲ ଜଗିବା ପରମ୍ପରା ଆଜି ବି ନିବିଡ଼ ହୋଇ ରହିଛି ।

୪୦ବର୍ଷ ପୂର୍ବରୁ ଗୁରଙ୍ଗ ଜଙ୍ଗଲ ପଡ଼ିଆ ଥିଲା । ଏହାକୁ ସବୁଜିମାରେ ପରିଣତ କରିବା ପାଇଁ ଅଣ୍ଟା ଭିଡିଥିଲେ ଗାଁ ଲୋକେ । ଜଙ୍ଗଲକୁ ସୁରକ୍ଷା ଦେବାକୁ ଗାଁର ଶହେଟି ପରିବାର ଠେଙ୍ଗାପାଳି କରିଥାନ୍ତି । ପ୍ରତିଦିନ ଦୁଇ ଜଣଙ୍କ ଘରକୁ ଠେଙ୍ଗା ନେଇ ଯିବା ପରେ ସେହି ଦୁଇ ସଦସ୍ୟ ଜଙ୍ଗଲ ଜଗିବାକୁ ଯାଇଥାନ୍ତି । ଆଉ ନିଜ ପରିବାର ସଦସ୍ୟ ଭଳି ଜଙ୍ଗଲକୁ ସୁରକ୍ଷା ଦେଇଥାନ୍ତି । ଗାଁର ମହିଳାମାନଙ୍କର ଭୂମିକା ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ । ଉଭୟ ମହିଳା ଓ ପୁରୁଷ ଏଥିପାଇଁ ସହଯୋଗ କରୁଥିବାରୁ ରାଜ୍ୟ ସରକାର ପ୍ରକୃତି ମିତ୍ରରେ ପୁରସ୍କୃତ କରିଛନ୍ତି । ଏହାସହ ୧୦ହଜାର ଟଙ୍କା ଅର୍ଥରାଶି ମଧ୍ୟ ଦେଇଛନ୍ତି । ଏନେଇ ସ୍ଥାନୀୟ ଲୋକ ବେଶ୍ ଉତ୍ସାହିତ । ଜଙ୍ଗଲ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଗୁରଙ୍ଗ ଗ୍ରାମବାସୀ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

12 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

20 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

26 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

34 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

37 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

44 mins ago