୩୦୦ ଫୁଟ ତଳକୁ ଖସି ପଡିଥିଲା ୨ ବର୍ଷର ଶିଶୁ: ଏମିତି ଜୀବନ ବଞ୍ଚାଇଲେ ଭାରତୀୟ ଯବାନ, ଭାଇରାଲ ହେଉଛି ଭିଡିଓ

ଯୁଦ୍ଧକ୍ଷେତ୍ର ହେଉ କିମ୍ବା ବିପର୍ଯ୍ୟୟ ସମୟ ହେଉ। ଭାରତୀୟ ସେନା ନିଜର ସାହସିକତା ଏବଂ କୌଶଳ ମାଧ୍ୟମରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସବୁବେଳେ ତତ୍ପରଥାନ୍ତି। ଠିକ ସେମିତି ଆଉ ଏକ ଚମତ୍କାର କରିଛନ୍ତି ଭାରତର ଜଣେ ବୀର ଯବାନ । ୩୦୦ ଫୁଟ ବୋରୱେଲରେ ଖସି ପଡିଥିବା ଏକ ଶିଶୁକୁ ଉଦ୍ଧାର କରିଛନ୍ତି ଜଣେ ସୈନିକ ।
ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ସେନାର ଏହି ସଫଳ ଅପରେସନର ତାଙ୍କୁ ପ୍ରଶଂସାଏ ସୁଅ ଛୁଟୁଛି । ବାସ୍ତବରେ ଏଠାରେ ଥିବା ଏକ କ୍ଷେତରେ ଦୁଇ ବର୍ଷର ଶିଶୁ ଏକ ଗଭୀର ବୋରୱେଲରେ ପଡ଼ିଯାଇଥିଲା।ଯାହାକୁ ୪୦ ମିନିଟ୍ ପରେ ସେନା କର୍ମଚାରୀମାନେ ନିରାପଦରେ ବାହାର କରି ନେଇଥିଲେ । ଅଧିକାରୀଙ୍କ କହିବାନୁସାରେ,
ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଏକ ଛୋଟ ଶିଶୁ ଶିବମ ଖେଳୁଥିବା ବେଳେ ପାଖ ବୋରୱେଲରେ ଖସି ପଡିଥିଲା । ତାଙ୍କ ପିତାମାତା ସେହି ଫାର୍ମରେ କାମ କରନ୍ତି। ତେବେ ଏହି ବୋରୱେଲର ଗଭୀର ପ୍ରାୟ ୩୦୦ ଫୁଟ ବୋଲି ଅନୁମାନ କରାଯାଉଛି । ଶିବମ ୩୦ ଫୁଟ ଗଭୀରରେ ଫସିଯାଇଥିବା ଜଣାପଡିଥିଲା । ପିଲାଟିକୁ ଉଦ୍ଧାର କରିବା ପାଇଁ ପୋଲିସକୁ ସୂଚନା ଦେଇଥିଲେ ପରିବାର ଲୋକେ ।
#WATCH | Indian Army safely rescues 18-month old Shivam who had accidentally fallen into a 300-ft borewell in Dudhapur village located 20 km from Dhrangadhra Taluka of Surendranagar district, Gujarat
(Source: Defence PRO, Gujarat) pic.twitter.com/b58KM4kRCl
— ANI (@ANI) June 8, 2022
ଖବର ପାଇଁ ଭାରତୀୟ ସେନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରେସ୍କୁ ଅପରେସନ ଆରମ୍ଭ କରିଥିଲେ । ଏକ ହୁକ ତିଆରି କରି ବୋରୱେଲ ଭିତରକୁ ପକା ଯାଇଥିଲା । ଶିବମର ପୋଷାକରେ ଏହି ହୁକ ଲାଗି ଯିବାରୁ ଧିରେ ଧିରେ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଏ ନେଇ ଅପରେସନରେ ସାମିଲ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସାଂସଦ ପଟେଲ କହିଛନ୍ତି ଯେ ଶିଶୁଟିକୁ ପ୍ରଥମେ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା। ଶିଶୁର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସେନା, ପୋଲିସ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ 40 ମିନିଟ ମଧ୍ୟରେ ଶିଶୁଟିକୁ ବୋରୱେଲରୁ ଉଦ୍ଧାର କରିଥିବାର ସେ କହିଛନ୍ତି।
ତେବେ ଏହି ସମସ୍ତ ଘଟଣାର ଏକ ଛୋଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତୀୟ ଯବାନର କୋଣାର୍କ କର୍ପ୍ସ ଏହି ଅପରେସନରେ ସଫଳତା ହାସଲ କରିଥିବା ସୂଚନା ମିଳିଛି । ଏବେ ଏହି ଭିଡିଓକୁ ଅନେକ ଲୋକ ଦେକିବା ସହ ଯବାନଙ୍କ ଏହି କାରନାମାକୁ ଖୁବ ପ୍ରଶଂସା କରୁଛନ୍ତି ।