ଦିନକୁ ଦୁଇଥର ଉଭାନ ହୋଇଯାଏ ଗୁଜୁରାଟର ସ୍ତମ୍ଭେଶ୍ୱର ମନ୍ଦିର, ଦର୍ଶନ ପାଇଁ ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ପବିତ୍ର ତୀର୍ଥ କ୍ଷେତ୍ର ଭାରତ ଭୂମିରେ ଅନେକ ମନ୍ଦିର ଏପରି ରହିଛି ଯାହା ପଛରେ ରହସ୍ୟ ଲୁଚି ରହିଛି। ସେହି ସବୁ ମନ୍ଦିରର ବିଶେଷତ୍ତ୍ୱ ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ତେବେ ଆମେ ଅନେକ ରହସ୍ୟମୟୀ ମନ୍ଦିର ସମ୍ପର୍କରେ ଆପଣଙ୍କୁ କହିଛୁ ଆଜିର ଭିଡ଼ିଓ କିନ୍ତୁ ରହିଛି ଟିକେ ଅଲଗା। କାରଣ ଆମେ ଯେଉଁ ମନ୍ଦିର ସମ୍ପର୍କରେ କହୁଛୁ ତାହା ଦିନକୁ ଦୁଇଥର ଉଭାନ ହୋଇଯାଏ। ହଁ ଆଜ୍ଞା ଠିକ ଶୁଣିଛନ୍ତି। ଏପରି ଆଶ୍ଚର୍ଯ୍ୟକାରୀ ମନ୍ଦିର ଏହି ଭାରତ ବର୍ଷରେ ରହିଛି। ସୁଦୂର ଗୁଜୁରାଟ ସହରର ଭଦୋଦରା ଅଞ୍ଚଳରେ ଏହି ମନ୍ଦିର ରହିଛି।

ଗୁଜୁରାଟର ଭଦୋଦରାରେ ଏଭଳି ଏକ ମନ୍ଦିର ରହିଛି ଯାହା ଦିନକୁ ଦୁଇଥର ଉଭେଇ ଯାଏ। ଏହାକୁ ଦେଖିବା ପାଇଁ ପ୍ରତିଦିନ ହଜାର ହାଜର ଭକ୍ତ ଯାଇଥାନ୍ତି। ବିଶ୍ୱାସ ନହେଲେ ବି ଏହା ସତ।

ଭାରତର ପ୍ରତ୍ୟେକ ପ୍ରାଚୀନ ମନ୍ଦିର ନିଜ ନିଜ ସ୍ୱତନ୍ତ୍ରତା ପାଇଁ ଅନ୍ୟଠାରୁ ଭିନ୍ନ ହୋଇଥାଏ। ଆଜିର ଯେଉଁ ମନ୍ଦିର ସମ୍ପର୍କରେ ଆମେ ଆପଣଙ୍କୁ କହିବୁ ତାହା ମଧ୍ୟ ଖୁବ ପ୍ରାଚୀନ। ଏହତ ମନ୍ଦିରକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି। ନିଜ ମନସ୍କାମନା ପୂର୍ଣ୍ଣ ପାଇଁ..

ଗୁଜୁରାଟର ପ୍ରସିଦ୍ଧ ଭଦୋଦରା ସହରରୁ ପାଖାପାଖି ୪୦ କିଲୋମିଟର ଦୂରରେ ଜମ୍ବୁସାର ତହସିଲ ରହିଛି। ଏହି ତହସିଲ ଅନ୍ତର୍ଗତ କବି କବୋଈ ଗାଁରେ ଅଛି ସ୍ତମ୍ଭେଶ୍ୱର ମନ୍ଦିର। ମନାଯାଏ ଯେ ଏହି ମନ୍ଦିର ପାଖାପାଖି ୧୫୦ ବର୍ଷ ପୁରୁଣା। ଭଗବାନ ଭୋଳାନାଥ ଙ୍କୁ ଏହି ମନ୍ଦିର ସମର୍ପିତ କରାଯାଇଛି। ଏହି ମନ୍ଦିରକୁ କେବଳ ଗୁଜୁରାଟ ନୁହେଁ ବରଂ ଦେଶ ବିଦେଶରୁ ଅନେକ ଲୋକ ଆସନ୍ତି। ଶ୍ରାବଣ ମାସରେ ଏଠାରେ ଅନେକ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମେ।

ଏହି ମନ୍ଦିର ଦିନକୁ ୨ ଥର ଉଭାନ ହୋଇଯାଏ। ଏମିତି ହେବା ପଛରେ କାରଣ ମଧ୍ୟ ରହିଛି। ଏହି ମନ୍ଦିର ସମୁଦ୍ର କୂଳରେ ଅବସ୍ଥିତ। ସକାଳ ଓ ସନ୍ଧ୍ୟା ସମୟରେ ସମୁଦ୍ର ଜଳସ୍ତର ବଢ଼ିବା କାରଣରୁ ଏହି ମନ୍ଦିର ବୁଡ଼ିଯାଏ। କିଛି ସମୟ ପରେ ପାଣି କମିବା ପରେଏହି ମନ୍ଦିର ପୁଣି ଥରେ ଦେଖାଯାଏ। ନିଜର ଏହି ବିଶେଷତା ଏହାକୁ ଅନ୍ୟ ମନ୍ଦିରଠୁ ସ୍ୱତନ୍ତ୍ର ବନାଇଛି। ତେଣୁ ଏହାକୁ ଉଭାନ ମନ୍ଦିର ମଧ୍ୟ କୁହାଯାଏ। ଏହାକୁ ଦେଖିବା ପାଇଁ ପ୍ରତିଦିନ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ପାଣି କମିବା ପରେ ଭକ୍ତ ମନ୍ଦିରକୁ ଯାଇ ପୂଜା କରିଥାନ୍ତି।

ଏହି ମନ୍ଦିର ସମ୍ପର୍କର୍ରେ ସ୍କନ୍ଧ ପୁରାଣରେ ମଧ୍ୟ ଉଲ୍ଲେଖ ଅଛି। କୁହାଯାଏ ଯେ ତାଡ଼କାସୁର ରାକ୍ଷସକୁ ନିଧନ କରିବା ପାଇଁ କାର୍ତ୍ତିକେୟଙ୍କ ଜନ୍ମ ହୋଇଥିଲା। ତାଙ୍କୁ ମାରିବା ପରେ କାର୍ତ୍ତିର୍କେୟ ଗ୍ଲାନି ଅନୁଭବ କଲେ। ଜଣେ ଶିବ ଭକ୍ତକୁ ମାରିବା କାରଣରୁ ସେ ଖୁସି ନଥିଲେ। ପରେ ଆତ୍ମଗ୍ଲାନିରୁ ମୁକ୍ତି ପାଇଁ ଭଗବାନ ବିଷ୍ଣୁ ତାଙ୍କୁ ଶିବ ଲିଙ୍ଗ ସ୍ଥାପନ କରି ପୂଜା କରିବାକୁ କହିଲେ। ମନାଯାଏ ଯେ କାର୍ତ୍ତିକ ଶିବ ଲିଙ୍ଗ ଯେଉଁଠି ସ୍ଥାପନା କରିଥିଲେ ସେହି ସ୍ଥାନରେ ଏହି ମନ୍ଦିର ରହିଛି।