Categories: ସ୍ପେଶାଲ

ଆସିଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟକଙ୍କ ମନମୋହୁଛି ଘଟଗାଁ ନିକଟରେ ଥିବା ଗୁଣ୍ଡିଚାଘାଗୀ ଜଳପ୍ରପାତ

ଘଟଗାଁ(କେନ୍ୟୁଜ୍): ଶୀତର ଆଗମନ ସହିତ ଆସିଯାଇଛି ପର୍ଯ୍ଯଟନର ଋତୁ । ପ୍ରକ୍ରୁତିର ସୌନ୍ଦର୍ଯ୍ଯକୁ ଉପଭୋଗ କରିବାର ଏହା ହିଁ ସଠିକ୍ ସମୟ । ପ୍ରକ୍ରୁତିକ ପରିବେଶ ତଥା ପର୍ଯ୍ଯଟନ କଥା କହିଲେ ମନେପଡିଯାଏ ଓଡିଶା କଥା । ଯେଉଁଠାରେ ଏସବୁର ଅଭାବ ନାହିଁ । ବିଭିନ୍ନ ପର୍ଯ୍ଯଟନ ସ୍ଥଳୀ ମାନଙ୍କ ମଧ୍ଯରେ କେନ୍ଦୁଝର ଜିଲ୍ଲା ଅନ୍ଯତ୍ତମ । ଏଠାକାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଘଟଗାଁ ବ୍ଲକ ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟରେ ଥିବା ଗୁଣ୍ଡିଚାଘାଗୀ ଜଳପ୍ରପାତର ସ୍ଥାନ ସ୍ବତନ୍ତ୍ର । ଘଟଗାଁ ଠାରୁ ୧୨କିମି ଦୂରରେ ଥିବା ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଳପ୍ରପାତରେ ସମୟାନୁକ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ଏହା ନିକଟ ଅତିତରେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ଥାନ ଅଳଙ୍କୃତ କରିସାରିଛି । ଏହି ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଅକର୍ଷଣ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପ୍ରପାତ ନିକଟରେ ରହିଥିବା ଆଦିବାସୀ ମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବଣ ପାହାଡ ଦେଇ ଅଙ୍କାବଙ୍କା ପଥର ସଜ୍ୟାରେ ବୋହି ଆସୁଥିବା ମୂଷଳ ନଦୀ ଏହି ଠାରେ ପ୍ରାୟ ୫୦ଫୁଟ ତଳକୁ ଖସି ସୃଷ୍ଟି କରିଛି ପ୍ରକୃତିର ମନୋରମ ଦୃଶ୍ୟ । ଗୁଣ୍ଡୁଚୀ ମୂଷା ପୀଠି ସଦୃଶ ପରି ପଥର ଶଯ୍ୟାରୁ ତିନି ଧାରରେ ଶୁଭ୍ର ରଙ୍ଗର ଜଳ ଖସୁଥିବା କାରଣରୁ ଏହି ଜଳ ପ୍ରପାତକୁ ଗୁଣ୍ଡିଚାଘାଗୀ ନାମରେ ନାମିତ କରାଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳପ୍ରପାତ ଟିକୁ ଯେକେହିବି ଦେଖିବା ମାତ୍ରେ କ୍ଷଣିକ ପାଇଁ ସ୍ତବ୍ଧ ହୋଇଯିବ । ସବୁଜ ବନାନୀ ମଧ୍ୟରେ ଜଳପ୍ରପାତ ନିକଟରେ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ନେବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ । ପ୍ରପାତ ନିକଟକୁ ଯିବାପାଇଁ ପାହାଚ, ସୁରକ୍ଷା ବାଡ , ବଣଭୋଜୀ ପାଇଁ ପିଣ୍ଡି, ପାନୀୟ ଜଳ ଯୋଗାଣ ପାଇଁ ୩ଟି ନଳକୂପ ପର୍ଯ୍ୟଟକ ମାନଙ୍କୁ ସୁବିଧା ଯୋଗଇ ଦେବା ପାଇଁ ବେସ ସହାୟକ ହୋଇଛି ।

ଏଠାରେ ବଣଭୋଜୀ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ । ବିଶେଷ କରି ପର୍ଯ୍ୟଟନ ରୁତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ପରିଲିଖିତ ହୋଇଥାଏ । ଭିଡ କାରଣରୁ ସ୍ଥାନୀୟ ଆଦିବାସୀ ବିଭିନ୍ନ ଦୋକାନ ଦେଇ ବେସ ଦୁଇପଇସା ରୋଜଗାର କରିପାରୁଛନ୍ତି । ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ସକାଳୁ ସଞ୍ଜ ଭିଡ ଲାଗିରହିଥାଏ । ଏଥି ସହ ଏଠାରେ ଏକ ବେଲି ବ୍ରିଜ ନିର୍ମାଣ ହୋଇଥିବା କାରଣରୁ ଘଟଗାଁ ଓ ହରିଚନ୍ଦନପୁର ବ୍ଲକର ଉଭୟ ପାଶ୍ୱରୁ ପର୍ଯ୍ୟଟକ ସହଜରେ ଜଳପ୍ରପାତ ନିକଟରେ ପହଂଚି ପାରୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁଣ୍ଡିଚାଘାଗୀ ଜଳପ୍ରପାତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଆଳଙ୍କୃତ କରିଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଦି ଏହାକୁ ଅଧିକ ଅକର୍ଷଣ କରାଯାନ୍ତା ତେବେ ଏହା ଅଧିକ ମରୋରମ ହୋଇପାରନ୍ତା ବୋଲି ଆଶାକରାଯାଉଛି ।
                                                                                                           

ଭବାନୀ ପ୍ରସାଦ ମହାନ୍ତ,ଘଟଗାଁ (କେନ୍ୟୁଜ୍)

Sonalisa

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

8 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

9 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

13 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

15 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

20 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

28 mins ago