ଜୀବନକୁ ବରବାଦ୍‌ କରିଦିଏ ଗୁରୁ ଚାଣ୍ଡାଳ ଦୋଷ, ଜାଣନ୍ତୁ କେମିତି କରିବେ ଶାନ୍ତ

ମଣିଷ କୁଣ୍ଡଳୀରେ ଅନେକ ଶୁଭ ଓ ଅଶୁଭ ଯୋଗ ରହିଥାଏ। ଏହି ଯୋଗ ଗ୍ରହ ସଂଯୋଗରୁ ହୋଇଥାଏ। ଶୁଭ ଯୋଗ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ। ସେମିତି ଅଶୁଭ ଯୋଗ ଜୀବନରେ ଅନେକ ପ୍ରକାର ଅସୁବିଧା ଆଇଥାଏ। ଏମିତି ଏକ ଯୋଗ ଗୁରୁ, ରାହୁ ଏବଂ କେତୁ ମିଳନରେ ହୋଇଥାଏ। ଯାହାକୁ ଗୁରୁ ଚାଣ୍ଡାଳ ଯୋଗ କହନ୍ତି। କୁଣ୍ଡଳୀରେ ଗୁରୁ ଚାଣ୍ଡାଳ ଯୋଗର କ’ଣ କ୍ଷତି ରହିଥାଏ ଏବଂ ଏହାକୁ ଶାନ୍ତ କରିବା ପାଇଁ କ’ଣ କରିବା ଉଚିତ, ତାହା ଜାଣନ୍ତୁ…

– ଯଦି କୁଣ୍ଡଳୀର ପ୍ରଥମ ଘରେ ଗୁରୁ ଚାଣ୍ଡାଳ ଯୋଗ ରହିଥିବା ତେବେ ବ୍ୟକ୍ତିର ଚରିତ୍ରରେ ସନ୍ଦେହ କରିବା ସ୍ଥିତି ଦେଖାଦେଇଥାଏ। ଏହା ସହିତ ବ୍ୟକ୍ତିର ଅନୈତିକ ରୂପେ ଧନଅର୍ଜନ କରିଥାଏ।

– ସେହିପରି କୁଣ୍ଡଳୀର ଦ୍ୱିତୀୟ ଗୁରୁ ଚାଣ୍ଡାଳ ଯୋଗ ରହିଥିଲେ, ବ୍ୟକ୍ତି ଧନବାନ ହୋଇଥାଏ କିନ୍ତୁ ଭୋଗ ବିଳାସରେ ଧନ ଖର୍ଚ୍ଚ କରିଥାଏ। ଏହାଛଡା ଗୁରୁ ଦୁର୍ବଳ ହେଲେ ବ୍ୟକ୍ତି ସବୁବେଳେ ନିଶାରେ ରହିଥାଏ।

– କୁଣ୍ଡଳୀରେ ତୃତୀୟ ଘରେ ଗୁରୁ ଏବଂ ରାହୁ ମିଳନ ହେଲେ ମଣିଷ ପରାକ୍ରମୀ ଏବଂ ସାହାସୀ ହୋଇଥାଏ। କିନ୍ତୁ ଭୁଲ ଏବଂ ଖରାପ କାମ କରିଥାଏ। ଏହା ସହିତ ବ୍ୟକ୍ତି ଜଣକ ଜୁଆ ଖେଳି ପଇସା ରୋଜଗାର କରିବାର ଚେଷ୍ଟା କରେ।

ଉପାୟ:

ଗୁରୁ ଚାଣ୍ଡାଳ ଦୋଷରୁ ମୁକ୍ତି ପାଇବା ପାଇଁ ଜାତକକୁ ଗୁରୁ ଏବଂ ରାହୁର ଶାନ୍ତି ପାଠ କରାନ୍ତୁ। ଏହାଛଡା ମାତା ପିତାଙ୍କ ସେବା କରନ୍ତୁ। ଘରେ କିମ୍ବା କୌଣସି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ଗୁରୁ ଚାଣ୍ଡାଳ ଦୋଷର ପ୍ରଭାବ କମ୍‌ ହୋଇଥାଏ। ସୋମବାର ଦିନ ଦୁଇ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଲାଭକାରୀ ହୋଇଥାଏ। ଏହାସହିତ ଭଗବାନ ଗଣେଶଙ୍କୁ ନିୟମିତ ପୂଜା କରି ଗୁରୁ ଚାଣ୍ଡାଳ ଦୋଷରୁ ମୁକ୍ତି ମିଳିଥାଏ। ତେଣୁ ବୃହସ୍ପତି ମନ୍ତ୍ର ଓମ ବ୍ରାଂ ବ୍ରିଂ ବ୍ରୋଂ ସଃ ଗୁରବୈ ନମଃ’ ପ୍ରତିଦିନ ଜପ କରନ୍ତୁ।

 

Leave A Reply

Your email address will not be published.