ସ୍ପେଶାଲ

ଏଥରକ ଗୁରୁ ପୂର୍ଣ୍ଣିମାରେ ପଡ଼ୁଛି ୪ଟି ଶୁଭ ଯୋଗ, ଜାଣନ୍ତୁ ତିଥି ଓ ପୂଜା ବିଧି

ହିନ୍ଦୁ ଧର୍ମରେ ଗୁରୁ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଶିଷ୍ୟମାନେ ନିଜ ନିଜ ଗୁରୁଙ୍କୁ ପୂଜା କରିଥାନ୍ତି। ଏହାକୁ ବ୍ୟାସ ପୂର୍ଣ୍ଣିମା ଓ ବେଦବ୍ୟାସ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ, ବେଦ ବ୍ୟାସ ମନୁଷ୍ୟଙ୍କୁ ଚାରି ବେଦ ସହ ପରିଚିତ କରାଇଥିଲେ। ଏଣୁ ତାଙ୍କୁ ପ୍ରଥମ ଗୁରୁ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ କେବେ ପଡ଼ୁଛି ଗୁରୁ ପୂର୍ଣ୍ଣିମା ଓ ଏହାର ପୂଜା ବିଧି ସମ୍ପର୍କରେ…

ଗୁରୁ ପୂର୍ଣ୍ଣିମା ୨୦୨୨ ତିଥି:

ଏଥରକ ଜୁଲାଇ ୧୩ରେ ପଡ଼ୁଛି ଗୁରୁ ପୂର୍ଣ୍ଣିମା। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଆଷାଢ଼ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିର ଆରମ୍ଭ ଜୁଲାଇ ୧୩ ତାରିଖ ଭୋର୍‌ ୪.୦୨ରୁ ହେଉଛି। ସେହିପରି ବିଳମ୍ବିତ ରାତି ୧୨.୦୫ରେ ପୂର୍ଣ୍ଣିମା ଶେଷ ହେଉଛି। ଏହି ସମୟ ମଧ୍ୟରେ ଗୁରୁ ପୂଜା କଲେ ଶୁଭ ଫଳ ମିଳିଥାଏ।

ଜ୍ୟୋତିଷ ଶାସ୍ତ୍ର ମୁତାବକ, ଚଳିତ ବର୍ଷ ଗୁରୁ ପୂର୍ଣ୍ଣିମା ଦିନ ମଙ୍ଗଳ, ବୁଧ, ଗୁରୁ ଓ ଶନି ଶୁଭ ସ୍ଥିତିରେ ବିରାଜମାନ ହେଉଛନ୍ତି। ଏହି ଶୁଭ ସ୍ଥିତି ଯୋଗୁ ଗୁରୁ ପୂର୍ଣ୍ଣିମାରେ ରୁଚକ, ଭଦ୍ର, ହଂସ ଓ ଶଶ ନାମକ ୪ ରାଜ ଯୋଗ ବନୁଛି। ଏଥିସହ ଏହି ଦିନ ବୁଦ୍ଧାଦିତ୍ୟ ଯୋଗ ମଧ୍ୟ ପଡ଼ୁଛି। ଜ୍ୟୋତିଷ ଦୃଷ୍ଟି କୋଣରୁ ଗ୍ରହମାନଙ୍କର ଏହି ସ୍ଥିତି ବହୁତ ଶୁଭ ହୋଇଥାଏ। ଏହି କାରଣରୁ ଚଳିତ ବର୍ଷ ଗୁରୁ ପୂର୍ଣ୍ଣିମାର ଗୁରୁତ୍ୱ ଅଧିକ ବଢ଼ିଯାଉଛି।

ଗୁରୁ ପୂର୍ଣ୍ଣିମା ପୂଜା ବିଧି:

ଗୁରୁ ପୂର୍ଣ୍ଣିମା ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ପରିଷ୍କାର ପୋଷାକ ପିନ୍ଧନ୍ତୁ। ଏହି ଦିନ ହଳଦିଆ ବସ୍ତ୍ର ପରିଧାନ କରି ଗୁରୁଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ। ଏଥିସହ ବିଧି ପୂର୍ବକ ପୂଜା କରନ୍ତୁ। ଯଦି ଏମିତି କରିପାରୁ ନାହାନ୍ତି ତେବେ ଇଷ୍ଟ ଦେବଙ୍କ ଫଟୋକୁ ଘରର ଏକ ପରିଷ୍କାର ସ୍ଥାନରେ ରଖନ୍ତୁ। ଏହା ପରେ ଗୁରୁଙ୍କ ଫଟୋକୁ ପବିତ୍ର ଆସନରେ ବିରାଜମାନ କରନ୍ତୁ ଓ ଫୁଲମାଳା ପିନ୍ଧାନ୍ତୁ। ତାଙ୍କୁ ତିଳକ ଓ ଫଳ ଅର୍ପଣ କରନ୍ତୁ। ଏହା ପରେ ଗୁରୁଙ୍କୁ ଧ୍ୟାନର ସହ ପୂଜା କରନ୍ତୁ।

ଏହି ଦିନ ଓଁ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ମନ୍ତ୍ର ଜପ କରିବା ଶୁଭ ହୋଇଥାଏ।

Also Read: ବାଇକ୍‌ରେ ୟୁରୋପ ବୁଲୁଛନ୍ତି ସାଉଥ୍‌ ସୁପରଷ୍ଟାର ଅଜିତ କୁମାର, ଭାଇରାଲ ହେଉଛି ଫଟୋ-ଭିଡିଓ

WCW 11

Recent Posts

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

18 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

30 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

42 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago