ନାଷ୍ଟ୍ରୋଡମସ୍ ଓ ବାବା ଭେଙ୍ଗାଙ୍କ ଭଳି ଏହି ୧୯ ବର୍ଷର ଝିଅ ବି କରୁଛି ଭବିଷ୍ୟବାଣୀ, କହୁଥିବା ସବୁ କଥା ହୋଇଛି ସତ
ଭବିଷ୍ୟତରେ କ’ଣ ହେବ ସେ ନେଇ ଲୋକଙ୍କ ମଧ୍ୟରେ ସବୁବେଳେ ଉତ୍ସୁକତା ରହିଥାଏ। ବାବା ଭେଙ୍ଗା ହୁଅନ୍ତୁ କି ନାଷ୍ଟ୍ରୋଡମସ୍, ସମସ୍ତେ ଭବିଷ୍ୟତକୁ ନେଇ ଅନେକ କିଛି କହିଥାନ୍ତି, ଯାହା କେତେକାଂଶରେ ସତ ବି ହୋଇଛି। ତେବେ ବର୍ତ୍ତମାନ ଆଉ ଜଣେ ଝିଅ ୨୦୨୨କୁ ନେଇ ୨୮ଟି ଭବିଷ୍ୟତବାଣୀ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେଥିରୁ ୮ଟି ସତ ବି ହୋଇସାରିଲାଣି। ଏହି ଭବିଷ୍ୟତବାଣୀ କରୁଥିବା ଝିଅ ହେଉଛନ୍ତି ହାନା କେରୋଲ। କେରୋଲଙ୍କ ବୟସ ମାତ୍ର ୧୯ ବର୍ଷ।
ଇତି ମଧ୍ୟରେ କେରୋଲଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି। ଯଥା- ହ୍ୟାରୀ ଷ୍ଟାଇଲିସ୍ ଓ ବ୍ରୋନ୍ସଙ୍କ ନୂଆ ଆଲବମ୍, ରିହାନା ଗର୍ଭବତୀ ହେବା, ନିକ୍ ଓ ପ୍ରିୟଙ୍କାଙ୍କ ଘରକୁ ନୂଆ ଅତିଥି ଆସିବା ଇତ୍ୟାଦି। ତାଙ୍କର ଏକ ଭବିଷ୍ୟତ ବାଣୀ ଥିଲା ପେଟ୍ ଡେବିଡସନ୍ ଓ କିମ୍ କାଦର୍ସିଆନ୍ ଅଲଗା ହେବେ। ଏହା ଗତ ସପ୍ତାହରେ ହିଁ ସତ ହୋଇଛି। ଏ ନେଇ ହାନା ଆଗରୁ ସତର୍କ କରିଥିଲେ। ତେବେ ଚଳିତବର୍ଷ ବ୍ରିଟେନ୍ର ମହାରାଣୀ ଏଲିଜାବେଥ୍ଙ୍କ ମୃତ୍ୟୁ ଘଟିବ ବୋଲି ଭବିଷ୍ୟବାଣୀ କରିଛନ୍ତି ହାନା।
Hannah Carroll, defined as the new generation Baba Vanga, became the agenda on social media with her 2022 prophecies and people started talking about her.
19-year-old Hannah Carroll, who soon became famous on social media as the new generation Babahttps://t.co/gypQfrMMC1 pic.twitter.com/p1BGA2dank
— GMSPORS (@Gmspors) August 15, 2022
ଭବିଷ୍ୟବାଣୀ ନେଇ ହାନା କହିଛନ୍ତି, ମୋ କହିବା କଥା ସତ ହେଲେ ମୋତେ ଭାରି ଉତ୍ସାହିତ ଲାଗେ ଓ ଆଗକୁ ଭବିଷ୍ୟବାଣୀ କରିବାକୁ ଇଚ୍ଛା ହୁଏ। ମୋ ମନକୁ ଯାହା ଆସେ ତାହା ହିଁ ମୁଁ କୁହେ। ତାହା ପରେ ସତ ହୋଇଯାଏ। ମୁଁ ସବୁବେଳେ ପପ୍ କଲଚର ଓ ସେଲିବ୍ରିଟିଙ୍କ ମଧ୍ୟରେ ରହି ଆସିଛି। ଏଣୁ ସେମାନଙ୍କ ବିଷୟରେ ଭବିଷ୍ୟବାଣୀ କରିବାକୁ ଭଲ ଲାଗେ ବୋଲି କହିଛନ୍ତି ହାନା।
Also Read: ସ୍କୁଲ ଯିବା ବାଟରେ ଜଗିଥିଲା ଯମ: ଶିକ୍ଷକ ସ୍ୱାମୀ-ସ୍ତ୍ରୀଙ୍କୁ ଦଳିଦେଲା ପିକ୍ଅପ୍ ଭ୍ୟାନ୍, ଘଟଣାସ୍ଥଳରେ ମୃତ୍ୟୁ