ଗୋଟିଏ ଥର ହାରିଥିଲେ ମହାବଳୀ ହନୁମାନ,ଜାଣନ୍ତୁ କିଏ ସେହି ଯୋଦ୍ଧା

ହିନ୍ଦୁ ଧର୍ମ ଗ୍ରନ୍ଥରେ ହନୁମାନଙ୍କୁ ସବୁଠାରୁ ଶକ୍ତିଶାଳୀ କୁହାଯାଇଛି। ଧର୍ମ ଅନୁସାରେ ହନୁମାନଙ୍କ ବିନା ରାମ ଏବଂ ରାମାୟଣର ସୃଷ୍ଟି ନାହିଁ। ରାମ ରାବଣ ଯୁଦ୍ଧ ସମୟରେ ହନୁମାନ ହିଁ ଏକମାତ୍ର ଯୋଦ୍ଧା ଥିଲେ ଯାହାକୁ କୌଣସି ପ୍ରକାର କ୍ଷତି ପହଞ୍ଚିନଥିଲା। ହନୁମାନ ନିଜେ ସେବା,ଦୟା ,ପରାକ୍ରମ ଓ ଅନ୍ୟମାନଙ୍କର ଗର୍ବ ଭାଙ୍ଗିଥାନ୍ତି କିନ୍ତୁ ହନୁମାନଙ୍କୁ ମଧ୍ୟ ଯୁଦ୍ଧରେ ଗୋଟେ ଥର ହାରିବାକୁ ପଡ଼ିଥିଲା । ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗିଲେ ମଧ୍ୟ ପୁରାଣ କଥା ଅନୁସାରେ ଏହା ସତ ଅଟେ। କୁହାଯାଏ ହନୁମାନଙ୍କୁ ଯୁଦ୍ଧରେ ତାଙ୍କର ଭକ୍ତ ହରାଇଥିଲେ।

hANUMANପୁରାଣ କଥା ଅନୁସାରେ ମଛିନ୍ଦ୍ରନାଥ ନାମକ ଜଣେ ବଡ଼ ତପସ୍ବୀ ଥିଲେ। ତପସ୍ବୀ ଜଣକ ରାମେଶ୍ବର ଆସିବା ସମୟରେ ଭଗବାନ ରାମଙ୍କ ଦ୍ବାରା ତିଆରି ହୋଇଥିବା ରାମସେତୁ ଦେଖି ସେ ଭାବ ବିଭୋର ହୋଇପଡ଼ିଥିଲେ। ଏହା ପରେ ଭଗବାନ ରାମଙ୍କ ଭକ୍ତିରେ ଲୀନ ହୋଇ ସମୁଦ୍ରରେ ସ୍ନାନ କଲେ। ସେହି ସମୟରେ ବାନର ବେଶରେ ଉପସ୍ଥିତ ଥିବା ହନୁମାନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା।ସେ ଜାଣିଥିଲେ ମଛିନ୍ଦ୍ରନାଥ ଜଣେ ବଡ଼ ତପସ୍ବୀ। ତଥାପି ସେ ମଛିନ୍ଦ୍ରନାଥଙ୍କର ପରୀକ୍ଷା ନେବା ପାଇଁ ଚାହିଁଥିଲେ। ଏହାପରେ ହନୁମାନ ନିଜର ଲୀଳା ଆରମ୍ଭ କରିଥିଲେ ଯାହାଦ୍ବାରା ଚାରିଆଡ଼େ ବର୍ଷା ହେବାରେ ଲାଗିଲା।

ନିଶ୍ଚୟ ପଢ଼ନ୍ତୁ : ଦେଖିଛନ୍ତି କି ଏହି ମନ୍ଦିର, ଯେଉଁଠି ଲଙ୍କାରେ ହୁଏ ଅଭିଷେକ

ଏହି ସମୟରେ ବାନର ବେଶଧାରୀ ହନୁମାନ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଉପରେ ଏକ ଗୁମ୍ଫା ତିଆରି କରିବାର ମିଛ ନାଟକ କରିଥିଲେ। ଏହାପଛରେ ତାଙ୍କ ଉଦ୍ଦେଶ୍ଯ ଥିଲା ମଛିନ୍ଦ୍ରନାଥଙ୍କ ଧ୍ୟାନ ଭଙ୍ଗ କରିବା। କିଛି ସମୟପରେ ତାଙ୍କ ନଜର ବାନର ଉପରେ ପଡ଼ିଥିଲା। ସେ କହିଥିଲେ ହେ ବାନର ତୁମେ ଏ ଭଳି ର୍ମୁଖ କାମ କଣ ପାଇଁ କରୁଛ ? ଶୋଷ ହେବା ସମୟରେ କଣ କୂଅ ଖୋଳାଯାଇଥାଏ। ପ୍ରଥମେ ନିଜେ ରହିବା ପାଇଁ ସୁରକ୍ଷିତ ସ୍ଥାନ ଖୋଜିବା ଆବଶ୍ୟକ।

bajrangbaliଏହା ଶୁଣିବା ପରେ ବାନର ବେଶଧାରୀ ହନୁମାନ ମଛିନ୍ଦ୍ରନାଥଙ୍କୁ ପଚାରିଥିଲେ ଆପଣ କିଏ। ମଛିନ୍ଦ୍ରନାଥ କହିଥିଲେ ମୁଁ ଜଣେ ସିଦ୍ଧ ଯୋଗୀ ଏବଂ ମତେ ମନ୍ତ୍ର ଶକ୍ତି ପ୍ରାପ୍ତ ହୋଇଛି। ଏହାଶୁଣିବା ପରେ ବାନର ରୂପ ଧାରୀ ହନୁମାନ କହିଥିଲେ ଶ୍ରୀ ରାମ ଏବଂ ମହାବଳୀ ହନୁମାନଙ୍କ ଠାରୁ ଶ୍ରେଷ୍ଟ ଯୋଦ୍ଧା ତ ଏହି ସଂସାରରେ କେହି ନାହାନ୍ତି। ତପସ୍ବୀ ଜଣକ କହିଥିଲେ କିଛି ସମୟ ସେବା କରିବା ପରେ ସେ ତାଙ୍କର କିଛି ଶକ୍ତି ମତେ ପ୍ରଦାନ କରିଥିଲେ। ଯଦି ଆପଣଙ୍କ ପାଖରେ ଏତେ ଶକ୍ତି ଅଛି ତାହେଲେ ଆପଣ ମତେ ଯୁଦ୍ଧରେ ହରାଇ ଦେଖାନ୍ତୁ।

ଏହା ଶୁଣିବା ପରେ ମଛିନ୍ଦ୍ରନାଥ ଏବଂ ହନୁମାନଙ୍କ ମଧ୍ୟ ରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଶେଷରେ ହନୁମାନଙ୍କର ସବୁ ଶକ୍ତି ଶେଷ ହୋଇଯାଇଥିଲା। ହନୁମାନଙ୍କର ଏହି ଅବସ୍ଥା ଦେଖି ତାଙ୍କ ପିତା ବାୟୁ ଦେବତା ସେଠାରେ ପହଞ୍ଚି ମଛିନ୍ଦ୍ରନାଥଙ୍କୁ ହନୁମାନଙ୍କୁ କ୍ଷମା କରିବାପାଇଁ ଅନୁରୋଧ କରିଥିଲେ। କୁହାଯାଏ ଯେ,ଏହି ଯୁଦ୍ଧର ଶେଷରେ ହନୁମାନଙ୍କର ପରାଜୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.