ହନୁମାନ ଲେଖିଥିଲେ ପ୍ରଥମ ରାମାୟଣ , କିନ୍ତୁ ଏହି କାରଣରୁ ସମୁଦ୍ରରେ ଦେଇଥିଲେ ଫିଙ୍ଗି

ସଙ୍କଟ ମୋଚକ ହେଲେ ମହାବୀର ହନୁମାନ । ତାଙ୍କ ଶକ୍ତି ଓ ଭକ୍ତି ସହିତ ସମସ୍ତେ ପରିଚିତ । କୁହାଯାଏ ମହାବୀରଙ୍କୁ ଭକ୍ତି ମନରେ ପୂଜା କଲେ ଭକ୍ତ ଖାଲି ହାତରେ ଫେରେନି । ହନୁମାନଙ୍କୁ ଏମିତିରେ ତ ସବୁଦିନ ପୂଜା କରାଯାଏ । ହେଲେ ଶନିବାର ଓ ମଙ୍ଗଳବାର ହନୁମାନଜୀଙ୍କ ବିଶେଷ ପୂଜା କରାଯାଏ ।

ତେଣୁ ସବୁ ମଙ୍ଗଳବାର-ଶନିବାର ପ୍ରାତଃ ସମୟରୁ ଉଠି ନିତ୍ୟ କର୍ମ ସାରି ହନୁମାନଙ୍କ ମୂର୍ତ୍ତିକୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ । ପୂଜା କରିବା ବେଳେ ପୂର୍ବ ଦିଗକୁ ମୁହଁ କରି ଲାଲ ଆସନ ପକାଇ ବସନ୍ତୁ । ପ୍ରତିମାରେ ସିନ୍ଦୁର ଟିକା ଲଗାଇ ବଜରଙ୍ଗ ବଲୀଙ୍କୁ ଲାଲ୍‌ ଫୁଲ ଅର୍ପଣ କରନ୍ତୁ । ପରେ ଲାଲ୍‌ ବସ୍ତ୍ର, ଦୁବ, କୁଙ୍କୁମ,ଫୁଲ, ସିନ୍ଦୁର,ହାର ଚାଉଲ, ଚନ୍ଦନ ଓ ଅନ୍ୟ ସାମଗ୍ରୀ ଅର୍ପଣ କରନ୍ତୁ । ଏଥି ସହିତ ହନୁମାନଜୀଙ୍କୁ କଦଳୀ ପତ୍ର କିମ୍ବା ପାନ ପତ୍ରରେ ପ୍ରସାଦ ଚଢ଼ାନ୍ତୁ । ଏହାଦ୍ୱାରା ହନୁମାନଜୀ ପ୍ରଶନ୍ନ ହୋଇ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିବେ ।

ଶାସ୍ତ୍ର ଅନୁଯାୟୀ ସର୍ବ ପ୍ରଥମେ ଶ୍ରୀରାମ କଥା ହନୁମାନ ଲେଖିଥିଲେ । ଯାହାକୁ ନିଜ ନଖ ସାହାଯ୍ୟରେ ପଥର ଉପରେ ଲେଖିଥିଲେ । ଏହାକୁ ହନୁମଦ ରାମାୟଣ କୁହାଯାଏ ।ରାମାୟଣ କଥା ଉଠିଲେ ଆମେ ସମସ୍ତେ ବାଲ୍ମୀକି ରାମାୟଣ କିମ୍ବା ତୁଳସୀ ଦାସ ରଚିତ ରାମ ଚରିତ ମାନସ କଥା ଭାବିଥାଉ । ପ୍ରଥମ ରାମାୟଣ ବାଲ୍ମୀକିଜୀ ଲେଖିଥିଲେ । ହେଲେ ପ୍ରଥମ ରାମ କଥା ଭକ୍ତ ହନୁମାନ ଲେଖିଥିଲେ । ଯାହାକୁ ସେ ନିଜ ନଖରେ ଏକ ମସ୍ତ ବଡ଼ ପଥର ଚଟାଣ ଉପରେ ଲେଖିଥିଲେ । ଏହାକୁ “ହନୁମଦ ରାମାୟଣ” ବୋଲି କୁହାଯାଏ ।

ଲଙ୍କା ବୀଜୟ ପରେ ଶ୍ରୀରାମ ଅଯୋଧ୍ୟା ଫେରି ରାଜ୍ୟ ଶାସନ ସମ୍ଭାଳି ଥିଲେ । କିଛି ଦିନ ଏଠାରେ ରହି ଶ୍ରୀରାମଙ୍କ ସେବା କରିବା ପରେ ହନୁମାନଜୀ ହିମାଳୟ ଯାଇ ଶିବ ତପସ୍ୟାରେ କରିବାକୁ ଲାଗିଲେ । ଏହି ଅବସରରେ ସେ ପ୍ରତିଦିନ ଖଣ୍ଡେ ଖଣ୍ଡେ ପଥର ଉପରେ ନିଜ ନଖରେ ଶ୍ରୀରାମ କଥା ଲେଖିବାକୁ ଲାଗିଲେ । କିଛି ବର୍ଷ ପରେ ହନୁମାନଙ୍କର ତପସ୍ୟା ଓ ରାମାୟଣ କଥା ଉଭୟ ସରିଗଲା । ଯାହାକୁ କାଳାନ୍ତରରେ ହନୁମଦ ରାମାୟଣ ବୋଲି କୁହାଯାଏ ।

ଏକଥା ଶୁଣି ହନୁମାନ ବାଲ୍ମୀକିଙ୍କୁ ଗୋଟିଏ କାନ୍ଧରେ ବସାଇଲେ ଓ ଅନ୍ୟ କାନ୍ଧରେ ଶିଳା ଉପରେ ଲିଖିତ ତାଙ୍କ ରାମାୟଣ ରଖି ହଜାର ମାଇଲ ଦୂର ସମୁଦ୍ର ଭିତରେ ତାଙ୍କ ରାମାୟଣକୁ ଶ୍ରୀରାମଙ୍କୁ ଉତ୍ସର୍ଗ କରି ଫିଙ୍ଗିଦେଲେ । ଏହା ଦେଖି ବାଲ୍ମୀକି ହନୁମାନଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ମହିମା ଲେଖିବାକୁ ପୁଣି ଥରେ ଜନ୍ମ ନେବେ ବୋଲି କହିଥିଲେ ।

ହନୁମାନଙ୍କ ଗୁଣ ଗାନ ଲେଖିବା ପାଇଁ ଜନ୍ମ ପୁଣି ନେଇଥିଲେ ବାଲ୍ମୀକି :
ହନୁମାନଙ୍କ ଏପରି ବଦାନ୍ୟତା ଦେଖି ବାଲ୍ମୀକି କଳିଯୁଗରେ ପୁଣି ଥରେ ଜନ୍ମ ନେବେ ଓ ତାଙ୍କ ଗୁଣଗାନ ଲେଖିବେ ବୋଲି କହିଥିଲେ । ସେହି ରାମାୟଣ ସାଧାରଣ ଲୋକଙ୍କ ଭାଷାରେ ହେବ । କୁହାଯାଏ କଳିଯୁଗରେ ରାମଚରିତ ମାନସ ଲେଖିଥିବା ଗୋସ୍ୱାମୀ ତୁଳସୀ ଦାସ ହେଉଛନ୍ତି ମହର୍ଷି ବାଲ୍ମୀକିଙ୍କ ଦ୍ୱିତୀୟ ଜନ୍ମ । ରାମଚରିତ ମାନସ ଲେଖିବା ପୂର୍ବରୁ ସେ ହନୁମାନ ଚାଳିସା ମଧ୍ୟ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.