Categories: ସ୍ପେଶାଲ

ଏଠାରେ ଭୂତକୁ ଦିଆଯାଇଥାଏ ଥାର୍ଡ ଡିଗ୍ରୀ, ଯେଉଁଠି ବିଚାର କରିଥାନ୍ତି ହନୁମାନ

ଆପଣମାନେ ଶୁଣିଥିବେ ସାଧାରଣତଃ ପୋଲିସ୍‌ ଅପରାଧୀର ଦୋଷ ପ୍ରମାଣିତ କରିବା ପାଇଁ ଥାର୍ଡ ଡିଗ୍ରୀର ବ୍ୟବହାର କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଭୂତ, ପ୍ରେତ କିମ୍ବା ଖରାପ ଆତ୍ମାକୁ ଥାର୍ଡ ଡିଗ୍ରୀ ଦିଆଯାଇଥାଏ। ଆଜ୍ଞା ର୍ହ କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ବିଲକୁଲ୍‌ ସତ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମେହନ୍ଦୀପୁରର ବାଲାଜୀ ମନ୍ଦିରରେ ଭୂତ, ପ୍ରେତ ବା ଖରାପ ଆତ୍ମାକୁ କୌଣସି ବି ବ୍ୟକ୍ତୀଙ୍କ ଶରୀରରେ ଛାଡିବା ପାଇଁ ଦିଆଯାଉଥିବା ଥାର୍ଡ ଡିଗ୍ରୀ କୌଣସି ପ୍ରକାର ଶାରୀରିକ ଉତ୍ପିଡନ ନହୋଇ ଭଗବାନ ହନୁମାନଙ୍କ ନାଁରେ ଜୟକାର ହୋଇଥାଏ। ପ୍ରତ୍ୟେକ ଉପାୟ କରିବା ପରେ ଯେତେବେଳେ ଲୋକ ହାରି ଯାଇଥାନ୍ତି ସେତେବେଳେ ଲୋକମାନେ ରାଜସ୍ଥାନର ମେହନ୍ଦୀପୁରରେ ଅବସ୍ଥିତ ଭଗବାନ ବାଲାଜୀଙ୍କ ଶରଣରେ ଆସିଥାନ୍ତି। ଶୁଣିବାକୁ ମିଳିଛି ଏଠାକୁ ଯେକୌଣସି ବ୍ୟକ୍ତି ଆସି ଗୁହାରି କରିଥାନ୍ତି ସେ କେବେ ବି ଖାଲି ହାତରେ ଫେରିନଥାନ୍ତି। ମନ୍ଦିରରେ ଭଗବାନ ବଜରଙ୍ଗବଲୀଙ୍କର ବାଲ୍ୟ ରୂପ ପ୍ରତିମା ପୂଜା ପାଉଛି। ଏହି ପ୍ରତିମାର ଛାତି ପାଖରେ ଏକ କ୍ଷୁଦ୍ର କଣା ରହିଛି, ଯେଉଁଠାରୁ ପବିତ୍ର ଜଳଧାରା ସର୍ବଦା ବୋହିଥାଏ। ଏହି ଜଳକୁ ଭକ୍ତମାନେ ଚରଣାମୃତ ରୂପେ ନିଜ ସାଥୀରେ ନେଇଯାଇଥାନ୍ତି। ବାଲାଜୀ ମନ୍ଦିରରେ ପ୍ରେତରାଜ ସରକାର ଏବଂ କୋତଓ୍ଵାଲ କପ୍ତାନ ଭୈରବଙ୍କର ମୂର୍ତ୍ତି ମଧ୍ୟ ରହିଛି।

ମନ୍ଦିରର ଉପର ଭାଗରେ ଥିବା ଅଧିକାଂଶ ଲୋକମାନେ ଅଭୁତ ବ୍ୟବହାର କରିବାର ନଜର ଆସିଥାନ୍ତି। ଯେଉଁ କାରଣରୁ ମନ୍ଦିର ପରିସରରେ ଦିନ-ରାତି ବାଲାଜୀଙ୍କ ଜୟ ଜୟକାର କରାଯାଇ ଏହି ଲୋକମାନଙ୍କର ଚିକିତ୍ସା କରାଯାଇଥାଏ। ଏଠାର ପୁରା ଦୃଶ୍ୟ ଏପରି ଭ୍ରମ ସୃଷ୍ଟି କରିଥାଏ ଯେପରି କୌଣସି ଅପରାଧୀକୁ ଥାର୍ଡ ଡିଗ୍ରୀ ଦିଆଯିବା ସମୟରେ କୃପା ଭିକ୍ଷା କରିଥାଏ। ଅନେକ ଲୋକମାନେ ମଧ୍ୟ ଏପରି ଘଟଣାରେ ମୂର୍ଚ୍ଛା ହୋଇଯାଇଥାନ୍ତି।

ରିପୋର୍ଟ ଅନୁଯାୟୀ ବୁଂଦେଲଖଣ୍ଡରୁ ଆସିଥିବା ସୋନି କହିଛନ୍ତି ୨୫ ରୁ ୩୦ ବର୍ଷ ହେବ ଆସୁଥିବା ସମୟରେଏପରି କୌଣସି ବର୍ଷ ନାହିଁ ଯେପରି ବାବାଙ୍କ ଚମତ୍କାରିତାର ଅନୁଭବ ହୋଇନାହିଁ। ସେହିପରି ଅନୁପ ମୋଦିଙ୍କ କହିବା ଅନୁଯାୟୀ ପରିବାର ଏବଂ ସାଙ୍ଗମାନଙ୍କ ସହ ଜଡିତ ଅନେକ ମାମଲାରେ ଦିଲ୍ଲୀରୁ ଔଷଧ ଖାଇଥିଲେ ମଧ୍ୟ କିଛି ଠିକ୍‌ ହୋଇନଥିଲା କିନ୍ତୁ ଏଠାକୁ ଆସିବା ପରେ ଚମତ୍କାରିତା ରୂପେ ଲୋକମାନେ ଠିକ ହୋଇଯାଇଥିଲେ।

ଏହାସହ ପଢନ୍ତୁ: ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାର୍ଗଶୀର, ଜାଣନ୍ତୁ କେଉଁ ସବୁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ

ମନ୍ଦିରରେ ଲାଗି ହୋଇନଥାଏ ପ୍ରସାଦ

ମେହନ୍ଦୀପୁର ବାଲାଜୀ ଧାମ ସ୍ୱତନ୍ତ୍ର କାରଣ ଏହି ମନ୍ଦିରରେ ଅନ୍ୟ ମନ୍ଦିର ଭଳି ପ୍ରସାଦ ଲାଗି କରାଯାଇନଥାଏ ଏବଂ ଶ୍ରଦ୍ଧାଳୁମାନେ କୌଣସି ପ୍ରକାର ପ୍ରସାଦ ଘରକୁ ନେଇ ଯାଇନଥାନ୍ତି। କିନ୍ତୁ ସେଠାରେ ତିବା ଛୋଟ ଛୋଟ ଲଡୁ ପ୍ରସାସଦ ରୂପେ ଲାଗି କରିପାରିବେ। ମନ୍ଦିର ସହ ଜଡିତ ବିଶେଷ ନିୟମ ଅନୁଯାୟୀ ଏଠାକୁ ଆସିଥିବା ଭକ୍ତମାନେ କୌଣସି ଖାଦ୍ୟ କିମ୍ବା ପାନୀୟକୁ ପୂନର୍ବାର ନେଇପାରିବେ ନାହିଁ। ସୂଚନା ଅନୁଯାୟୀ ଆଜି ମଧ୍ୟ ମେହନ୍ଦୀପୁରର ବାଲାଜୀ ମନ୍ଦିରରେ ଏପରି କାର୍ଯ୍ୟ ଦେଖିବାକୁ ମିଳୁଛି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

45 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago