ପ୍ରେମ ସପ୍ତାହର ତୃତୀୟ ଦିନ, ଚକୋଲେଟ ଦିବସରେ ନିଜ ପାର୍ଟନରକୁ ଦିଅନ୍ତୁ ମନ ପସନ୍ଦର ଚକୋଲେଟ

ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ଆଜି ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥା ଚକୋଲେଟ ଡେ। ଆଜିର ଦିନର ନିଜ ମନ ପସନ୍ଦର ସାଥୀଙ୍କୁ ପ୍ରିୟ ଚକୋଲେଟ ଦେଇ ମନ କଥା ହୁଅନ୍ତୁ। ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ଆଜି ଚକୋଲେଟ୍ ଡେ’ । ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବେ ପ୍ରେମୀଯୁଗଳ ।

ନିଜ ମନର ସାଥୀକୁ ଚକୋଲେଟ୍ ଦେଇ ଅଭିନନ୍ଦନ ଜଣାଇବା ପାଇଁ ବେଶ ଉତ୍ସାହର ସହ ଚାହିଁବସିଛନ୍ତି ଯୁବପିଢ଼ି । ପ୍ରେମ ସପ୍ତାହରେ ନିଜ ପ୍ରେମୀକୁ ମିଠା ମିଠା ଫ୍ଲେଭର୍ ଦେବାକୁ କେହି ସୁଯୋଗକୁ ହାତଛଡ଼ା କରିବେନି । ସେଥିପାଇଁ ଅନେକ ପ୍ରେମୀଯୁଗଳ ଅନେକ ଦୋକାନ ଦୋକାନ ବୁଲି ଚକୋଲେଟ୍ କିଣିଥିଲେ । କିଟ୍କାଟ୍, ମଞ୍ଚ୍, ପର୍କ, ଅମୁଲ୍ ଡାର୍କ ଚକୋଲେଟ୍, ମିଲ୍କ୍ ଚକୋଲେଟ୍, ସେଲିବ୍ରେସନ୍, ଡାଏରି ମିଲ୍କର ବିଭିନ୍ନ ଫ୍ଲେଭର ଥିବା ଚକୋଲେଟ୍ ସବୁ ଖୋଜିଥିଲେ ।

chocolate-day-for-InUth

ତେଣୁ ଆଜିର ଦିନରେ ବିଭିନ୍ନ ଫ୍ଲେଭରର ଚକୋଲେଟ ଦେଇ ସାଥୀ ମନକୁ କିଣି ନିଅନ୍ତୁ। ଆଉ ମନ ଭିତରେ ଯେତେ ବି ମାନ ଓ ଅଭିମାନ ରହିଛି ସବୁ କିଛି ଏହି ମଉକାରେ ଦୂର କରିନିଅନ୍ତି। ଏମିତିରେ ଆପଣଙ୍କ ସଂପର୍କ ଆଉ ବେଶ୍ ମଜବୁତ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.