ଏବେ କାର୍ଡବୋର୍ଡ଼ରେ ହେଉଛି ଫର୍ଣ୍ଣିଚର ପ୍ରସ୍ତୁତ, ଯାହାକୁ ଦେଖିଲେ ହେବ ନାହିଁ ବିଶ୍ବାସ

ପ୍ଲାଷ୍ଟିକ ଫ୍ରି କ୍ୟାମ୍ପେନ ସହ ଯୋଡି ହୋଇ ଅନେକ ଲୋକ ଆଉ ପ୍ଲାଷ୍ଟିକ ବ୍ୟବାହାର କରୁନାହାନ୍ତି । କିଛି ଲୋକ ଚେୟାର, ଟେବୁଲଠୁ ଆରମ୍ଭ କରି ଡଷ୍ଟବିନ,ଟେବୁଲ ଲ୍ୟାମ୍ପ ପର୍ଯ୍ୟନ୍ତ କାଠର ଜିନିଷ ସବୁ ବ୍ୟବହାର କଲେଣି । ହେଲେ ଆଧିକ ମହଙ୍ଗା କାରଣରୁ ଏହି ସାମଗ୍ରୀକୁ ସାଧାରଣ ସ୍ତରରେ କିଣି ପାରୁନାହାନ୍ତି । ଯଦି ଏହି ଲିଷ୍ଟରେ ଆପଣ ବି ଅଛନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ପାଇଁ ଏକ ବିକଳ୍ପ ରାସ୍ତା ଆଣିଛନ୍ତି ମୁମ୍ବାଇର ହରେଶ ମେହେତା । ସେ ପେପର କାର୍ଡ ବୋର୍ଡରେ ଏମିତି ଏମିତି ଜିନିଷ ତିଆରି କରୁଛନ୍ତି । ଯାହାକୁ ଆପଣ ନ ଦେଖିଲେ ବିଶ୍ୱାସ କରିବେ ନି ।
ଅନେକ ସମୟରେ କାର୍ଡ ବୋର୍ଡକୁ ଆପଣ ଅନେକ ଜାଗାରେ ଦେଖିଥିବେ । ସାଧାରଣତଃ ନୂଆ ଜିନିଷ କିଣିବାବେଳେ ଏହାକୁ ଖୋଳ ଭାବେ ଦୋକାନି ଦେଇଥାନ୍ତି। ଥରେ ଏହାର ବ୍ୟବହାର ହେଇଗଲା ତା କାମ ତମାମ୍ । ସିଧା ଯାଏ ଡଷ୍ଟବିନ୍ । ହେଲେ ଆପଣ ଥରେ ଚିନ୍ତା କରିଛନ୍ତି , ଏହି କାର୍ଡବୋର୍ଡ ଆପଣଙ୍କ କେତେ କାମକୁ ଆସି ପାରିବ । ସ୍ୱଭାବିକ, ଆପଣଙ୍କ ମୁଣ୍ଡକୁ କେବେ ବି ଏକଥା ଆସିନଥିବ । ହେଲେ ମୁମ୍ବାଇର ହରେଶ ମେହେତା କିନ୍ତୁ କାର୍ଡ ବୋର୍ଡର ମୂଲ୍ୟକୁ ବୁଝି ପାରିଥିଲେ । ଆଉ କାର୍ଡ ବୋର୍ଡ଼ ଜରିଆରେ ଏଭଳି କିଛି ତିଆରି କଲେ , ଯାହାକୁ ଦେଖି ଆପଣଙ୍କ ଆଖି ଖୋଲାକୁ ଖୋଲା ରହିଯିବ ।
ସେ ସୁନ୍ଦର ସୁନ୍ଦର ଲ୍ୟାମ୍ପ, ଟେବୁଲ, ଚୌକୀ, ଖେଳନା , ଟେବୁଲ ଲ୍ୟାମ୍ପ, ଡାଇନିଂ ଟେବୁଲ, ସ୍କୁଲ ବ୍ୟାଗ ଆହୁରି କଣ । ବିଶ୍ୱାସ କରିବେନି ଏହି ସବୁ ଜିନିଷ କାର୍ଡ ବୋର୍ଡରେ ତିଆରି । ଆଉ ଏହାକୁ ତିଆରି କରିଥିବା ବ୍ୟକ୍ତି ହେଉଛନ୍ତି ହରେଶ ମେହେତା ।
କିଏ ହରେଶ ମେହେତା :
ହରେଶ ଜଣେ କଲେଜ ଡ୍ରପ ଆଉଟ୍ । ହେଲେ ଏହାର ପ୍ରଭାବ ତାଙ୍କ ଟ୍ୟାଲେଣ୍ଟ ଉପରେ ପଡିନଥିଲା । ନିଜ ପ୍ୟାକେଜିଂ କମ୍ପାନୀ ଥିବା ଯୋଗୁଁ ହରିଶଙ୍କୁ କାର୍ଡ ବୋର୍ଡର ନଲେଜ ଥିଲା । ହେଲେ ସେ ଏହି ନଲେଜକୁ ଇମ୍ଫ୍ଲିମେଣ୍ଟ କରିଥିଲେ କିଛି ନୂଆ ଓ ୟୁନିକ ଜିନିଷ ପ୍ରସ୍ତୁତ କରିବାରେ। ଆଉ ଏହାକୁ ନେଇ ଆରମ୍ଭ କଲେ କାର୍ଡବୋର୍ଡ ଫରନିଚର୍ କମ୍ପାନୀ ପେପର ଶେପର୍ । ସାଧାରାଣତଃ ଲୋକ କାର୍ଡବୋର୍ଡକୁ ପ୍ୟାକେଜିଂରେ ବ୍ୟବହାର କରି ଫୋପାଡ଼ି ଦେଉଛନ୍ତି। ହେଲେ ଏହାକୁ ହରେଶ ବ୍ୟବହାର କଲେ ଫରନିଚର୍ ତିଆରିରେ । ଏହା କୌଣସି ଅର୍ଡିନେରୀ କାର୍ଡବୋର୍ଡ ନୁହେଁ । ହରେଶଙ୍କ ଫର୍ଣ୍ଣିଚର ବନିଥାଏ କୋର୍ୟୁଗେଟେଡ୍ କାର୍ଡ ବୋର୍ଡରେ ।
ବଡ଼ କଥା ଏହି ପେପର ବୋର୍ଡ ତିଆରି ଜିନିଷ ଇକୋ ପ୍ରେଣ୍ଡଲି , ଲାଇଟ୍େଓ୍ଵଟ୍ , ଆଫର୍ଡେବଲ । ତା ସହ ଏହାର ଦାମ ବି ବହୁତ୍ କମ । ପିଲାଙ୍କ ଷ୍ଟଡି ଟେବୁଲ ଯେଉଁଠି ୯ ହଜାର ଟାଙ୍କାରେ ଆସିଥାଏ । ସେଠି ପେପେର ସେପର୍ ଟେବୁଲ ଚେୟାର ୧୯୫୦ରେ ଆସିଯିବ । ପ୍ରଥମରୁ ହରେଶଙ୍କ ପାଇଁ ଗୋଟିଏ ଚ୍ୟାଲେଞ୍ଜ ଥିଲା କେମିତି ଏହି ପ୍ରଡକ୍ଟକୁ ଲୋକଙ୍କ ପାଖକୁ ନେବେ । ହେଲେ ଏବେ ତାଙ୍କର ଆଉ ସେହି ସମସ୍ୟା ନାହିଁ । ହରେଶ ଏହାର ମାର୍କେଟିଙ୍ଗକୁ ମୁମ୍ବାଇରୁ ଅନ୍ୟ ଜାଗାକୁ ବି ବଢାଇବାକୁ ସ୍ଥିର କରିଛନ୍ତି । ଏଥିପାଇଁ ଗତ ବର୍ଷ ପେପର ଶେପର କମ୍ପାନୀ ଲଞ୍ଚ କରିଛି ତାର୍ ନୂଆ ଅନଲାଇନ୍ ସପିଙ୍ଗ୍ େଓ୍ଵବସାଇଟ । ମାନେ ଘରେ ବସି ଆପଣ ହରେଶଙ୍କ ଏହି ପ୍ରଡ଼କ୍ଟ ଗୋଟିଏ କ୍ଲିକରେ ପାଇପାରିବେ ।
ହରେଶଙ୍କ ତିଆରି ପୋର୍ଟେବୁଲ ଫର୍ଣ୍ଣିଚର ସହ ପୋର୍ଟେବୁଲ ଟଏଲେଟର ଖୁବ ଡିମାଣ୍ଡ ରହିଛି । ତା ସହ ପିଲାଙ୍କ ମନସୁନ ସ୍ପେଶାଲ ବୋଟ୍କୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି । ଯାହା ଦେଖିବାକୁ ଯେତିକି ସୁନ୍ଦର ଚଲେଇବାକୁ ବି ଖୁବ ମଜାଦାର । ଆପଣ ଯାହା ବି କୁହନ୍ତୁ ହରେଶଙ୍କ ବୁଦ୍ଧିକୁ ମାନିବାକୁ ପଡିବ ।