ସ୍ପେଶାଲ

ଗୋଟିଏ ପରିବାରର ଛ ଛ ଜଣ ଝିଅ ବୈଜ୍ଞାନିକ, ୪ ଜଣ ବିଦେଶରେ ଭାରତକୁ କରୁଛନ୍ତି ଗୌରବାନ୍ୱିତ

ଏବେକା ସମୟରେ ପୁଅ ମାନଙ୍କ ଠାରୁ ଯଥେଷ୍ଟ ଆଗେଇ ଯାଇଛନ୍ତି ଝିଅ । ଆଉ କୌଣସି କ୍ଷେତ୍ରରେ କମ ନାହାନ୍ତି ଝିଅ । ଆପଣ ଶୁଣି ବିସ୍ମିତ ହେବେ ଗୋଟିଏ ପରିବାରର ଛ ଛ ଜଣ ଝିଅ ବୈଜ୍ଞାନିକ ।  ଏମିତିକି ଏମାନଙ୍କ ମଧ୍ୟରୁ ଜଣେ କ୍ୟାନ୍ସର ରୋଗ ଉପରେ ଅଧିକ ରୁ ଅଧିକ ରିସର୍ଚ୍ଚ କରିବା ପାଇଁ ସ୍ୱୀକୃତି ପାଇଛନ୍ତି । ଯେବେକି ସେମାନଙ୍କ ମଧ୍ୟରୁ ଦୁଇଜଣ ଦେଶରେ ରହି ଦୁଇ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚର ଭାବରେ କାର୍ଯ୍ୟରତ ଅଛନ୍ତି । ଝିଅ ମାନଙ୍କର ଏହି କୃତିତ୍ୱକୁ ନେଇ ବାପାଙ୍କୁ ଝିଅ ମାନେ ଦୁର୍ଗା ମା’ଙ୍କ ଅବତାର ଭାବରେ ନଜର ଆସୁଛନ୍ତି । ଏମିତିକି ନିଜ ମାତୃଭାଷାରେ କହିଛନ୍ତି, “ମାହରୀ ଛୋଡିଆଁ ଛୋରୋଂନ ସେ କମ ନେହିଁ ହେ” । ହରିୟାଣା ସୋନିପତ ଜିଲ୍ଲାର ଜଣେ ଶିକ୍ଷକଙ୍କ ଛ ଛ ଜଣ ଝିଅ ଏହି ବିରଳ କୃତିତ୍ୱ ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଝିଅ ବିଦେଶରେ ଗବେଷଣା ଜାରି ରଖିଛନ୍ତି । ଝିଅ ମାନଙ୍କ ପିତା ଜଗଦେବ ପ୍ରକୃତରେ ଦହିୟା ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ  ଅଧ୍ୟାପକ ଥିଲେ ।

ତାଙ୍କର ୬ ଝିଅଙ୍କ ସହ ଜଣେ ପୁଅ ବି ଅଛନ୍ତି । ଯେଉଁ ସମୟରେ ଝିଅ ମାନଙ୍କୁ ଲୋକେ ବୋଝ ଭାବୁଥିଲେ ଠିକ ସେହି ସମୟରେ ଏହି ଝିଅ ମାନଙ୍କ ବାପା ସମାଜ ସହ ଲଢେଇ କରି ଝିଅ ମାନଙ୍କ ପ୍ରାଥମିକ ଶିକ୍ଷା ଗାଁରେ ଶେଷ କରେଇ ଥିଲେ । ସ୍କୁଲ ଶିକ୍ଷା ଶେଷ ପରେ ସମସ୍ତେ ସୋନିପତର ଟିକରାମ ମହିଳା ବିଧ୍ୟାଳୟରେ ଦ୍ୱାଦଶ ଶିକ୍ଷା ଶେଷ କରିବା ସହ ହିନ୍ଦୁ କଲେଜରୁ ବିଏସ୍ସି ପଢା ଶେଷ କରିଥିଲେ । ଏହାପରେ ଉଚ୍ଚ ଶିକ୍ଷା ପାଇଁ ଝିଅ ମାନଙ୍କୁ ଚଣ୍ଡୀଗଡ଼ ପଠାଇଥିଲେ । ଜଗଦେବ ଦହିୟାଙ୍କ ଗୋଟେ ଝିଅ ଡଃ ସଂଗୀତା ଦହିୟା ପଦାର୍ଥ ବିଜ୍ଞାନ, ଡଃ ମୋନିକା ଦହିୟା ବାୟୋଟେକ୍ନୋଲୋକୀ, ଡଃ ନିତୁ ଦହିୟା ବାୟୋଟେକ୍ନୋଲୋଜିରେ ଉଚ୍ଚତର ଡିଗ୍ରୀ ଶେଷ କରିଛନ୍ତି । ଯେବେକି କଳ୍ପନା ଦହିୟା, ଡଃ ଡ଼େନି ଦହିୟା ଓ ରୁଚି ଦହିୟା ଗଣିତରେ ଏମଏସଏସସି- ପିଏଚଡିରେ କରିଛନ୍ତି ।

ଏମାନଙ୍କ ମଧ୍ୟରେ ସବୁଠୁ ବଡ ଭଉଣୀ ଡଃ ସଂଗୀତା ସହରର ଜିବିଏମ କଲେଜରେ ପଦାର୍ଥ ବିଜ୍ଞାନରେ ପ୍ରଫେସର ଥିବା ବେଳେ ଚତୁର୍ଥ ଝିଅ ଡଃ କଳ୍ପନା ଦହିୟା ଚଣ୍ଡୀଗଡ଼ ସ୍ଥିତ ପଞ୍ଜାବ ୟୁନିଭର୍ସିଟିରେ ପ୍ରଫେସର ଭାବରେ ଅବସ୍ଥାପିତ ଅଛନ୍ତି । ବଡ ଝିଅ ମୋନିକା କାନାଡ଼ାର ଟରୋନଟୋରେ ବୈଜ୍ଞାନିକ ଥିବା ବେଳେ ଡଃ ନିତୁ ଦହିୟା ୟୁଏସଏରେ ‘ଫୁଡ ଆଣ୍ଡ ଡ୍ରଗ ଡିପାର୍ଟମେଣ୍ଟ”ରେ ବୈଜ୍ଞାନିକ ରୂପେ କାର୍ଯ୍ୟରତ ଅଛନ୍ତି । ଖାଦ୍ୟ ଅପମିଶ୍ରଣ କାରଣରୁ ହେଉଥିବା କ୍ୟାନ୍ସର ଉପରେ ନିଜ ଗବେଷଣା ଜାରି ରଖିଛନ୍ତି । ଡ଼େନି ଦହିୟା ୱାସିଂଟନରେ ସ୍ୱାସ୍ଥ୍ୟ ବିଭାଗରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଅଛନ୍ତି । ଯେବେକି ଏମାନଙ୍କ ଭାଇ ଯୋଗେଶ ନିଜ ଏମବିଏ ପାଠପଢା ଶେଷ କରି ଅନଲାଇନ ଜରିଆରେ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି । ଝିଅ ମାନଙ୍କ ଏହି କୃତିତ୍ୱରେ ଗରବାନ୍ବିତ ଅଛନ୍ତି ଉଭୟ ପିତା ମାତା ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

4 seconds ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

10 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

21 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

50 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago