ପୋଷାକରୁ ଧୋକା : ସେଲସମ୍ୟାନ୍ ଭାବିଲେ ଭିକାରୀ, ହେଲେ ଲକ୍ଷପତି କିଣି ନେଲେ ହାର୍ଲେ ଡେଭିଡସନ ବାଇକ୍

ଅନେକ ସମୟରେ ପୋଷାକ ଧୋକା ଦେଇଦିଏ । ଆମେ ଜଣେ ବ୍ୟକ୍ତିର ପରିଧାନରୁ ତାର ବ୍ୟକ୍ତିତ୍ବ ଓ ସ୍ତର କଥା ଭାବି ନେଉ । ଠିକ୍ ଯେମିତି ଘଟିଛି ଥାଇଲାଣ୍ଡରେ । ଜଣେ ମଇଳା ପୋଷାକ ପିନ୍ଧା, ଦାଢ଼ି ରଖିଥିବା ବ୍ୟକ୍ତି ପ୍ରବେଶ କଲେ ବିଶ୍ବର ସବୁଠୁ ଦାମୀ ବାଇକ୍ ହାର୍ଲେ ଡେଭିଡସନ ସୋ’ରୁମରେ । କିଛି ସମୟ ସୋରୁମ୍ ବାହାରୁ ଦେଖିଲା ପରେ ଭିତରକୁ ଯାଇଥିଲେ। ସେଲସମ୍ୟାନମାନେ ତାଙ୍କୁ ଦେଖି ହସିବା ଆରମ୍ଭ କରି ଦେଇଥିଲେ । ବୋଧହୁଏ ଜଣେ ଭିକାରୀ କିମ୍ବା ଦିନ ମଜୁରିଆ ଏମିତି ଚାଲି ଆସିଛନ୍ତି ବୋଲି ଭାବି ନେଲେ । ସେ ଯେତେବେଳେ ବାଇକ୍ ଦେଖିବାକୁ କହିଲେ ତାଙ୍କୁ ପରିହାସ କରିବାକୁ ଲାଗିଲେ ସୋ’ରୁମ୍ କର୍ମଚାରୀ । ତେବେ ଗାଡ଼ି ଚଏସ୍ କରି ସେ ଯେତେବେଳେ ଟଙ୍କା ଗଣି ଦେଲେ ସମସ୍ତେ ହତବାକ୍ ହୋଇଗଲେ । ଏହି ବ୍ୟକ୍ତି ଜଣକ ହାର୍ଲେ ଡେଭିଡସନ ବାଇକ୍ କିଣିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

harleyପ୍ରଥମେ ସେଲ୍ସମ୍ୟାନ୍ ତାଙ୍କୁ ଅଣଦେଖା କରିଥିଲେ । ଏହା ପରେ ବ୍ୟକ୍ତି ଜଣକ ଜୋର ପାଟିରେ ସୋରୁମର ମାଲିକଙ୍କୁ ଡାକି ସବୁ କଥା କହିଲେ। ସୋରୁମର ମାଲିକ ତାଙ୍କୁ ହାର୍ଲେ ଡାଭିଡସନ ଗାଡି ଦେଖାଇଲେ, ଯାହାର ଦାମ ପ୍ରାୟ ୧୨ ଲକ୍ଷ ଟଙ୍କା। ଗାଡିକୁ ଭଲ ଭାବେ ଦେଖିଲା ପରେ ବ୍ୟକ୍ତି ଜଣକ ତୁରନ୍ତ ୧୨ ଲକ୍ଷ ଟଙ୍କା କାଢ଼ି ବାଇକଟିକୁ କିଣି ନେଇଥିଲେ।

harley2

ସେତେବେଳେ ସୋରୁମରେ ଉପସ୍ଥିତ ଥିବା ଲୋକ ଘଟଣାରେ ହତଚକିତ ହୋଇପଡ଼ିଥିଲେ । ସେହି ବ୍ୟକ୍ତିଙ୍କର ଫଟୋ ଏବଂ ଭିଡିଓ କରି ଫେସବୁକରେ ଅପଲୋଡ କରିଦେଲେ। ଅଳ୍ପ ସମୟ ମଧ୍ୟରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଫଟୋ ଭାଇରାଲ ହେଲା ପରେ .ସେହି ବ୍ୟକ୍ତିଙ୍କ ଭଉଣୀ ଭାଇର ପରିଚୟ ସମ୍ପର୍କରେ ଜଣାଇ କହିଥିଲେ ଯେ ସେ ବହୁତ ସାଧାରଣ ଲୋକ। ତାଙ୍କର ସ୍ବପ୍ନ ଥିଲା ନିଜ ପାଇଁ ଏକ ହାର୍ଲେ ଡେଭିଡସନ୍ ବାଇକ୍ କିଣିବା। ସେ ଏଥିପାଇଁ ବହୁତ ଦିନ ଧରି ଟଙ୍କା ସଞ୍ଚୟ କରି ଆସୁଥିଲେ।