ଏହି ଗାଁରେ ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଚାଷ କରୁଛନ୍ତି କୃଷକ, ଗତ ୫୦ ବର୍ଷ ହେଲା ଏମିତି ଚାଲିଛି କୃଷି କାର୍ଯ୍ୟ

ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ହେଉଛି କୃଷି କାର୍ଯ୍ୟ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ କଥାଟି ଏକ ଦମ୍‌ ସତ। କୌଣସି ବାହାର ଦେଶରେ ନୁହେଁ ବରଂ ଆମ ଦେଶ ଭାରତରେ ହିଁ ଏମିତି ହେଉଛି କୃଷି କାର୍ଯ୍ୟ। ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଚାଷ କରିବା ପଛରେ ବି ରହିଛି ଏକ ବଡ଼ କାରଣ। ନିଜ ସୁରକ୍ଷା ପାଇଁ କୃଷକମାନେ ଏଠାରେ ବୁଲେଟ୍‌ପ୍ରୁଫ୍‌ ତଥା କ୍ୟାମେରା ଲାଗିଥିବା ଟ୍ରାକ୍ଟର ବ୍ୟବହାର କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣା ଓ ଉତ୍ତର ପ୍ରଦେଶ ସୀମା ଗାଁରେ।

ଏଠାରେ ଦୀର୍ଘ ଦିନ ଧରି କୃଷି କ୍ଷେତକୁ ନେଇ ବିବାଦ ଲାଗିରହିଛି। ହରିୟାଣା ଓ ଉତ୍ତର ପ୍ରଦେଶର ବର୍ଡର ହୋଇଥିବାରୁ ଦୁଇ ରାଜ୍ୟର କୃଷକମାନେ ଉକ୍ତ ଜମିକୁ ନିଜର ବୋଲି କହୁଛନ୍ତି। ଫଳ ସ୍ୱରୂପ ସବୁବର୍ଷ ଧାନ ରୋଇବା ବେଳେ ଓ କାଟିବା ବେଳେ ଦେଖାଦିଏ ବିବାଦ। ଫଳ ସ୍ୱରୂପ ହୁଏ ରକ୍ତ ସଂଘର୍ଷ। ଦୁଇ ରାଜ୍ୟର କୃଷକମାନେ ପରସ୍ପରକୁ ଖଣ୍ଡା, ଛୁରୀ, ଭୁଜାଲି ଏମିତିକି ଗୁଳି ମାଡ଼ ମଧ୍ୟ କରିଥାନ୍ତି। ଏହି ଆକ୍ରମଣରରୁ ବର୍ତ୍ତିବା ପାଇଁ ଏଠାକାର କୃଷକମାନେ ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟର ବ୍ୟବହାର କରୁଛନ୍ତି। ଏଥିସହ ପ୍ରମାଣ ରଖିବା ପାଇଁ ଏଥିରେ କ୍ୟାମେରା ବି ଲଗାଇଛନ୍ତି।

bulletproof2
Image Credit: amarujala

ରିପୋର୍ଟ ମୁତାବକ, ଏହି ସୀମାରେ ମୋଟ ୪ଟି ଗାଁର ୪୫୦ ଏକର ଜମି ରହିଛି। ଏଠାରେ ଉଭୟ ଉତ୍ତର ପ୍ରଦେଶ ଓ ହରିୟାଣାର କୃଷକଙ୍କ ଜମିଥିବାରୁ ସବୁବେଳେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଏହାର ସମାଧାନ କରିବା ଅବସରରେ ୧୯୭୪ ମସିହାରେ କେନ୍ଦ୍ର ସରକାର କହିଥିଲେ, ଉତ୍ତର ପ୍ରଦେଶର ଯେଉଁ ଜମି ହରିୟାଣା ପଟେ ଅଛି ସେମାନେ ସେତିକି ଜମି ଉତ୍ତର ପ୍ରଦେଶରୁ ନେଇ ଯାଆନ୍ତୁ ଓ ହରିୟାଣାର କୃଷକ ବି ସେଭଳି କରନ୍ତୁ। ଫଳରେ ବିବାଦର ଅନ୍ତ ଘଟିବ। କିନ୍ତୁ କୃଷକମାନେ ଏହି ନିର୍ଦ୍ଦେଶକୁ ପାଳନ ନ କରି ସବୁବେଳେ ଆକ୍ରମଣ ପ୍ରତି ଆକ୍ରମଣ କରୁଛନ୍ତି। ଗତ ୫୦ ବର୍ଷ ହେଲା ଏଭଳି କୃଷକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ରକ୍ତ ସଂଘର୍ଷ ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.