ଯଦି ଆପଣଙ୍କ ପାଖରେ ଅଛି ଭାରତୀୟ ପାସପୋର୍ଟ, ତେବେ ବିନା ଭିସାରେ କରନ୍ତୁ ଏହି ୫୮ଟି ଦେଶକୁ ଯାତ୍ରା

ସାରା ବିଶ୍ବ ଭ୍ରମଣ ପାଇଁ ପାସପୋର୍ଟ ନିହାତୀ ଆବଶ୍ୟକ ପଡିଥାଏ । କିନ୍ତୁ ଏମିତି କିଛି ଦେଶର ପାସପୋର୍ଟ ଏତେ ଶକ୍ତିଶାଳୀ ହୋଇଥାଏ ଯେ ସାରା ବିଶ୍ବ ବୁଲିବାରେ କୌଣସି ଅସୁବିଧା ହୋଇନଥାଏ। ହେଲେ ପାସପୋର୍ଟ ଇଡେକ୍ସ ଚଳିତ ବର୍ଷର ସୂଚୀ ଜାରି କରି କହିଛନ୍ତି ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ କେଉଁ ଦେଶର ଅଟେ । ଏହି ଲିଷ୍ଟ ମୁତାବକ ଜାପାନ ଏବଂ ସିଙ୍ଗାପୁରର ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ କାରଣ ଏହା ଜରିଆରେ ଆପଣ ୧୮୯ଟି ଦେଶ ବୁଲିବାକୁ ଯାଇପାରିବେ ଏବଂ ତାହା ପୁଣି ବିନା ଭିସାରେ । ଭାରତ ଏହି ସୂଚୀରେ ୮୬ତମ ସ୍ଥାନରେ ରହିଛି।

passportsଏହି ରାଙ୍କିଗ୍ ଦେଶର ପାସପୋର୍ଟର ମାନଦଣ୍ଡ ଉପରେ ନିର୍ଭର କରୁଛି। ଯେଉଁଦେଶର ପାସପୋର୍ଟ ଜରିଆରେ ବିନା ଭିସା ଦ୍ବାରା ଅଧିକ ଦେଶ ବୁଲିପାରିବେ ତାହା ସବୁଠାରୁ ଅଧିକ ଶକ୍ତୀଶାଳୀ ପାସପୋର୍ଟ ବୋଲି ଧରାଯାଇଥାଏ । ଏହି ଇଡେକ୍ସରେ ଅନ୍ତିମ ୬ରେ ନେପାଳ,ଫିଲିସ୍ତିନ୍,ସୁଡାନ୍,ୟମନ,ପାକିସ୍ତାନ, ସୋମାଲିୟା,ସିରିୟା, ଆଫଗାନିସ୍ତାନ ଏବଂ ଇରାକ୍ ନାମ ସାମିଲ୍ ଅଛି।

ଆସନ୍ତୁ ଜାଣିବା କେଉଁ ଦେଶର ପାସପୋର୍ଟ କେତେ ନମ୍ବରରେ ରହିଛି :

passport

ଏହାସହ ପଢନ୍ତୁ : ଏହା ହେଉଛି ବିଶ୍ବର ପାଂଚ ରହସ୍ୟମୟୀ ଜିନିଷ, ଯାହାର ସତ୍ୟତା ଆଜି ଯାଏ ବି କେହି ଜାଣିପାରିଲେନି

-ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ମାମଲାରେ ପ୍ରଥମ ନମ୍ବରରେ ଜାପାନ ରହିଛି । ଯେକୌଣସି ବି ଜାପାନୀ ନାଗରିକ ନିଜ ପାସପୋର୍ଟ ଆଧାରରେ ଦୁନିଆର ସବୁଠାରୁ ଅଧିକ ସ୍ଥାନ ଯାଇପାରିବେ ତାହା ପୁଣି ବିନା ଭିସାରେ ।

– ୧୯୦ ଦେଶରେ ନିଜର ପାସପୋର୍ଟରେ ଭିସା ଫ୍ରି ଏଣ୍ଟ୍ରୀ ନେଇପାରିବ ଜାପାନ । ଏଥିରେ ଭାରତ,ଚୀନ,ଶ୍ରୀଲଙ୍କା,ଅଷ୍ଟ୍ରେଲିଆ,ଇଣ୍ଡୋନେସିୟା,ନ୍ୟୁଜିଲ୍ୟାଣ୍ଡ ଭଳି ଦେଶ ମଧ୍ୟ ସାମିଲ୍ ଅଛି ।

-୧୦୬ ରାଙ୍କିଙ୍ଗରେ ପଡୋଶୀ ଦେଶ ପାକିସ୍ତାନ ରହିଛି । ଏହି ଦେଶର ପାସପୋର୍ଟରେ ୩୦ଟି ଦେଶରେ ହିଁ ଭିସା ମୁକ୍ତ ଯାତ୍ରା କରାଯାଇପାରିବେ ।

-୨୦୧୪ରେ ଶୀର୍ଷ ରହିଥିବା ଆମେରିକା ଏବଂ ବ୍ରିଟେନ୍ ଏବେ ପର୍ଯ୍ୟନ୍ତ ନିଚ୍ଚ ସ୍ତର ୬ତମ ରାଙ୍କରେ ପହଁଚିଯାଇଛି ।

-୪୭ ନମ୍ବରରେ ଅଛି ଋଷ୍ । ଏହି ଦେଶର ନାଗରିକମାନେ ପାଖାପଖି ୧୧୯ଦେଶ ଯାଇପାରିବେ ବିନା ଭିସାରେ ।

-୧୯୯ ଦେଶର ଏହି ପାସପୋର୍ଟ ରାଙ୍କିଙ୍ଗର ସବୁଠାରୁ ତଳେ ଆଫଗାନିସ୍ତାନ ରହିଛି ।

-ଇରାକ୍ ଏବଂ ଆଫଗାନିସ୍ତାନ ଦୁନିଆର ସବୁଠାରୁ ଦୁର୍ବଳ ପାସପୋର୍ଟ ଧାରୀ ଅଟନ୍ତି । ଯେଉଁମାନେ କେବଳ ୩୦ଟି ଦେଶକୁ ଭିସା ଫ୍ରି ଏଣ୍ଟ୍ରୀ କରିପାରିବେ ।

-ଚଳିତ ବର୍ଷ ଆରମ୍ଭରୁ ଭାରତ ୭୯ ତମ ସ୍ଥାନରେ ରହିଥିଲା । ଯାହାର ପାସପୋର୍ଟ ଦ୍ବାରା ୬୧ଟି ଦେଶକୁ ବିନା ଭିସାରେ ଯିବାକୁ ଅନୁମତି ଥିଲା । କିନ୍ତୁ ଏବେ ଏହାର ସ୍ଥାନ ୮୬କୁ ଖସିଆସିଛି ଏବଂ ବିନା ଭିସାରେ ବୁଲିବା ପାଇଁ ୫୮ ଦେଶର ଅନୁମତି ରହିଛି।

-୨୦ଟପ୍ ଦେଶ ଭିତରେ ସାମିଲ ଅଛି ୟୁଏଇ । ଏହା ୨୦୦୬ରେ ୬୨ ସ୍ଥାନରେ ଥିଲା ।

worldଭାରତୀୟ ପାସପୋର୍ଟ ଦ୍ବାରା ଏହି ୫୮ଟି ଦେଶକୁ ଯାଇପାରିବେ :

  1. Thailand
  2. Mauritius
  3. Ecuador
  4. British Virgin Islands
  5. Cook islands
  6. Bhutan
  7. Seychelles
  8. Dominica
  9. Haiti
  10. El Salvador
  11. Cambodia
  12. Togo
  13. Bolivia
  14. Saint Lucia
  15. Fiji
  16. Maldives
  17. Kenya
  18. Guyana
  19. Jamaica
  20. Micronesia
  21. Macao
  22. Tanzania
  23. St. Kitts and Nevis
  24. Vanuatu
  25. Indonesia
  26. Ethiopia
  27. St. Vincent
  28. Samoa
  29. Iraq
  30. Madagascar
  31. Grenada
  32. Tuvalu
  33. Nepal
  34. Mozambique
  35. Trinidad and Tobago
  36. Niue
  37. Laos
  38. Ugandan
  39. Monserrat
  40. Palau
  41. Jordan
  42. Guinea bissau
  43. Nicaragua
  44. Timor Lacey
  45. Cape Verde
  46. Turks and Caicos
  47. Comoros Islands
  48. Gymbay
  49. Sao Tome and Principe
  50. Rwanda
  51. Malaysia
  52. Georgia
  53. Gabon
  54. Antigua and Barbuda
  55. Côte d’Ivoire
  56. Bahrain
  57. Myanmar
  58. Tajikistan
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.