ଆୟୁର୍ବେଦରେ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ କଂସା ବାସନ, ଜାଣନ୍ତୁ ଏଥିରେ ଭୋଜନ କରିବାର ଅଦ୍ଭୁତ ଲାଭ
ପୁରାତନ କାଳରେ ପ୍ରାୟ ସମସ୍ତଙ୍କ ଘରେ କଂସା ବାସନ ବ୍ୟବହାର କରାଯାଉଥିଲା । କଂସା ବାସନ ରେ ରୋଷେଇ କରାଯିବା ସହ ଖାଦ୍ୟ ମଧ୍ୟ ପରସା ଯାଉଥିଲା । ଷ୍ଟିଲ୍ ବାସନର ବହୁଳ ପ୍ରଚଳନ ଯୋଗୁ ବର୍ତ୍ତମାନ ଘରେ ଘରେ ଷ୍ଟିଲ୍ ବାସନର ବ୍ୟବହାର କରାଯାଉଛି । ଯାହାକି ସ୍ୱାସ୍ଥ୍ୟ ଅନୁରୂପ ନୁହେଁ । ସେଥିପାଇଁ ଆୟୁର୍ବେଦରେ କଂସା ବାସନରେ ଭୋଜନ ଦ୍ୱାରା ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ୍ ମିଳିଥାଏ ବୋଲି କୁହାଯାଇଛି ।
ମସ୍ତିସ୍କ ଶକ୍ତି ବଢ଼ିବା
କଂସା ବାସନରେ ଥିବା ଏଣ୍ଟି ଅକ୍ସିଡାଣ୍ଟ ଗୁଣ ଯୋଗୁ ଶରୀରର ଇମ୍ୟୁନିଟି ବଢ଼ିବା ସହ ବିଭିନ୍ନ ଋତୁକାଳୀନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ । କଂସା ବାସନରେ ଭୋଜନ ଦ୍ୱାରା ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ୍ ମିଳିଥାଏ ।
କିଡନୀ ରହିବ ସୁସ୍ଥ
କଂସା ବାସନରେ ଖାଦ୍ୟ ପ୍ୟୁରିଫାଏ (ବିଶୋଧନ) ହେବା ଯୋଗୁ ଏଥିରେ ଖାଦ୍ୟ ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ । ଶରୀରରେ ଥିବା ମଇଳା ବାହାର କରିବାରେ ସହାୟକ ହୋଇଥାଏ । ଫଳରେ କିଡନୀ ସୁସ୍ଥ ରହିଥାଏ ।
ରୋଗ ସଂକ୍ରମଣ ହ୍ରାସ କରିଥାଏ
କଂସା ବାସନରେ ଏଣ୍ଟି-ଭାଇରାଲ ଓ ଏଣ୍ଟି-ବ୍ୟାକ୍ଟେରିୟଲ ଗୁଣ ଥିବାରୁ ଏଥିରେ ଖାଦ୍ୟ ଖାଇବା ଦ୍ୱାରା ଜୀବାଣୁ ନଷ୍ଟ ହୋଇଥାଏ । ଫଳରେ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ ।
ଶକ୍ତି ବଢ଼ାଇବା ସହ ହଜମରେ ସାହାଯ୍ୟ କରିଥାଏ
କଂସା ଗ୍ଲାସରେ ପାଣି ପିଇବା ଦ୍ୱାରା ଦୁର୍ବଳତା, ଅବସାଦ ଆଦି ଦୂର ହୋଇଥାଏ । ଏହି ବାସନରେ ଖାଇବା ଦ୍ୱାରା ହଜମ ଶକ୍ତି ଦୃଢ଼ ହେବା, ଓଜନ କମିବା ସହ ପେଟ ଦରଜ, ଏସିଡିଟି ଓ ପେଟ ସମ୍ବନ୍ଧୀୟ ରୋଗରୁ ଆରାମ ମିଳିଥାଏ । ଏହି ବାସନରେ ଖାଦ୍ୟ ଡେରି ପର୍ଯ୍ୟନ୍ତ ଗରମ ରହିଥାଏ ।