ସ୍ପେଶାଲ

ଇଏ ଷଣ୍ଢ ନୁହେଁ ଆଜ୍ଞା…ଛେଳି ! ଓଜନ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ଭୋପାଳ: ଦୁନିଆରେ ପ୍ରାୟତଃ ପ୍ରତିଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ସହଜରେ ବିଶ୍ୱାସ କରିବା କଷ୍ଟକର । ବର୍ତ୍ତମାନ ସମାଜରେ ପରସ୍ପର ଭିତରେ ଚାଲିଛି ପ୍ରତିଯୋଗୀତା । ରେକର୍ଡ ନିଶାରେ କିଛି ଲୋକେ ଏପରି କାର୍ଯ୍ଯ କରିଥାନ୍ତି ଯାହା ଆଖିରେ ନଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ଠିକ୍‌ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଭୋପାଳରୁ ।

ଭୋପାଳର ଆସିଫ ଅଲ୍ଲୀ । ପ୍ରତି ବର୍ଷ ପରି , ଚଳିତ ବର୍ଷ ମଧ୍ୟ ଆସିଫ୍‌ ଏକ ଛେଳିକୁ ଖାଇବା ପିଇବାକୁ ଦେଇ ପ୍ରସ୍ତୁତ କରିଛନ୍ତି । ଏହି ଛେଳିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବାଟା ସ୍ୱଭାବିକ । ଏହି ବର୍ଷ ଆସିଫ ଅଲ୍ଲୀ ସବୁଠାରୁ ଭାରୀ ଛେଳି ପ୍ରସ୍ତୁତ କରିଛନ୍ତି । ଯାହାର ନାମ ରଖାଯାଇଛି ‘ଆଣ୍ଡୁ କିଙ୍ଗ’ । ଏହାର ଓଜନ ୧୭୬ କିଲୋଗ୍ରାମ ।

ଯାହାକୁ ଦେଖିଲେ ଆପଣ ଭାବିବେ ଏହା ବୋଧେ ଏକ ଷଣ୍ଢ । ତେବେ ଏଥର କରୋନା କଟକଣା ପାଇଁ ସାମାଜିକ ଦୁରତ୍ୱକୁ ଆଖିରେ ରଖି ଛେଳିକୁ ପ୍ରଦର୍ଶନ କରିବା ପାଇଁ ଆସିଫ୍‌ ଫେସବୁକ୍‌ ର ସାହାରା ନେଇଥିଲେ। ଫେସବୁକରେ କିଙ୍ଗ ଅଫ୍ ଇଣ୍ଡିଆର ଶୁଭାରମ୍ଭ କରି ଛେଳିକୁ ଦେଖାଇଥିଲେ ।

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

9 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

16 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

32 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

37 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

51 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago