ବରଫ ଚାଦରରେ ଅଚ୍ଛାଦିତ ବଦ୍ରିନାଥ ମନ୍ଦିର, ଶୋଭା ପାଉଛି ପ୍ରକୃତିର ଏହି ଅପୂର୍ବ ଶୃଙ୍ଗାର

ପ୍ରାକୃତିକ ସୁନ୍ଦରତା ସହ ଆସ୍ଥାକୁ ନେଇ ବିଶ୍ୱ ବିଖ୍ୟାତ ବଦ୍ରିନାଥ ମନ୍ଦିର। ପ୍ରକୃତିର କୋଳରେ ଏହି ମନ୍ଦିରରେ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଭାବେ ବିରାଜିତ ଅଛନ୍ତି। ମନ୍ଦିରର ନିର୍ମାଣ ଶୈଳୀ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଆହୁରି ବଢ଼ାଉଛି। ତେବେ ଏହି ମନ୍ଦିରକୁ ଯିବା ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି। କାରଣ ଏହି ମନ୍ଦିର ୬ ମାସ ଖୋଲା ରୁହେ ଏବଂ ୬ ମାସ ବନ୍ଦ ରୁହେ।
ଶୀତ ଦିନରେ ଏହି ସ୍ଥାନକୁ ଯିବାକୁ ମନାକରାଯାଇଛି । କାରଣ ଏହି ସ୍ଥାନରେ ଅଧିକ ବରଫ ପଡ଼ୁଥିବା କାରଣରୁ ମନ୍ଦିର ପୁରା ବରଫରେ ଆଚ୍ଛାଦିତ ହୋଇଯାଏ। ବଦ୍ରିନାଥରେ ବରଫ ବର୍ଷା ହେବା କାରଣରୁ ବରଫର ମୋଟା ଆସ୍ତରଣ ଏହି ମନ୍ଦିରକୁ ଘୋଡ଼ାଇ ରଖେ। ତେଣୁ ପର୍ଯ୍ୟଟକ କିମ୍ବା ସ୍ଥାନୀୟ ଲୋକଙ୍କୁ ଏଠାକୁ ଆସିବାକୁ ମନାକରାଯାଏ।
ବରଫ ବର୍ଷା କାରଣରୁ ଏହିଠାରେ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ହୋଇଯାଏ। ଏହି କାରଣରୁ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସମ୍ଭବ ହୁଏ ନାହିଁ। ଏହି ସମୟରେ କିଛି ଫଟୋ ଖୁବ ଭାଇରାଲ ହୋଇଥାଏ । ବରଫାଦୃତ ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କ ମନକୁ ଛୁଇଁଯାଏ।

ଉତ୍ତରାଖଣ୍ଡରେ ଥିବା ବଦ୍ରିନାଥ ମନ୍ଦିରରେ ବରଫ ବର୍ଷା କାରଣରୁ ପୁରା ଇଲାକା ୨ ରୁ ୩ ଫୁଟ ପର୍ଯ୍ୟନ୍ତ ମୋଟା ବରଫରେ ଅଚ୍ଛାଦିତ ହୋଇଯାଇଛି। ପ୍ରକୃତି ଦ୍ୱାରା କରାଯାଇଥିବା ବରଫର ଏହି ଶୃଙ୍ଗାର ମନ୍ଦିରକୁ ଆହୁରି ସୁନ୍ଦର କରାଇଛି। ଏବେ ବଦ୍ରିନାଥରେ ଜବରଦସ୍ତ ଶୀତ ଲହର ଜାରି ରହିଛି। ତାପମାତ୍ରା ମାଇନସ୍ ୧୯ ଡିଗ୍ରୀ ସେଲସିୟସ୍ ହୋଇଛି। ଏମିିତିକି ଏଠାରେ ପାଣି ମଧ୍ୟ ବରଫ ହୋଇଗଲାଣି। କେବଳ ତୃପ୍ତ କୁଣ୍ଡର ପାଣି ଗରମ ଅଛି। ଯାହାର ଉପଯୋଗ ଲୋକ କରୁଛନ୍ତି। କାରଣ ଏହି କୁଣ୍ଡର ପାଣି ସବୁବେଳେ ଗରମ ରହିଥାଏ। ଏହା ମନ୍ଦିର ତଳ ଭାଗରେ ରହିଛି।