ବିଜୁଳି ତାରରେ ଫସିଥିବା ପକ୍ଷୀକୁ ବଞ୍ଚାଇବାକୁ ଯାଇ କିଛି ଏମିତି କଲେ ବ୍ୟକ୍ତି, ଦେଖନ୍ତୁ ଭିଡ଼ିଓ

ଇଣ୍ଟରନେଟ ଏମିତି ଏକ ମାଧ୍ୟମ, ଯେଉଁଠି ବହୁତ କିଛି କଥା ଶିଖିବାକୁ ମିଳିଥାଏ। ଏମିତି ଅନେକ ଭିଡ଼ିଓ ଭାଇରାଲ ହେଉଛି, ଯାହା ବ୍ୟକ୍ତିଙ୍କର ମାନବତାକୁ ପ୍ରଦର୍ଶନ କରିଥାଏ। ଯାହା ଆମକୁ ଭାବିବାକୁ ବାଧ୍ୟ କରିଦେଇଥାଏ । ଏବେ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ବ୍ୟକ୍ତି ଜଣକ ନିଜର ମହନତା ଦେଖାଇ ଇଲେକ୍ଟ୍ରି ତାରରେ ଫସି ଯାଇଥିବା ଚଢ଼େଇକୁ ରକ୍ଷା କରଛନ୍ତି।

ଏମିତି ଅନେକ ଭିଡ଼ିଓ ଆପଣ ମାନେ ଦେଖିଥିବେ ଯେଉଁଥିରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କିନ୍ତୁ ଏଥିରେ ବ୍ୟକ୍ତି ଜଣକ ନିଜ ଜୀବନକୁ ବିପଦରେ ପକାଇ ଚଢ଼େଇକୁ ରକ୍ଷା କରିଛନ୍ତି। ଏଥିରେ ହେଲିକପ୍ଟରରେ ବସି ବ୍ୟକ୍ତି ନିଜ ଜୀବନକୁ ବିପଦରେ ପକାଇ ଇଲେକ୍ଟ୍ରି ତାର ପାଖକୁ ଯାଉଛନ୍ତି। ଏକ ଛୋଟ ପକ୍ଷୀକୁ ବଞ୍ଚାଇବା ପାଇଁ। ଏହାକୁ ଦେଖିବା ପରେ ୟୁଜର୍ସ ମାନେ ଖୁବ ତାରିଫ କରିଛନ୍ତି। ମାନବତା ଦେଖାଇ ବ୍ୟକ୍ତି ଜଣଙ୍କ ଏହି କାମକୁ ବେଶ ପ୍ରଂଶସା କରାଯାଉଛି।

ବିଜୁଳି ତାରରେ ଫସି ରହିଥିବା ଏହି ପକ୍ଷୀକୁ ବଞ୍ଚାଇବା ପାଇଁ ବ୍ୟକ୍ତି ଜଣକ ସବୁ ଉପାୟ ଆପଣାଇଛନ୍ତି। ତାରରେ ଫସି ରହିଥିବା ଏହି ପକ୍ଷୀ ବାହାରିବା ପାଇଁ ସବୁ ପ୍ରକାର ଚେଷ୍ଟା କରି ଚାଲିଛି। ଶେଷରେ ହେଲିକପ୍ଟର ସାଇଡରେ ଚଢ଼ି ସେହି ପକ୍ଷୀକୁ ବଞ୍ଚାଉଛନ୍ତି।

ଏହି ଭାଇରାଲ ଭିଡ଼ିଓକୁ ଆଇଏଫଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ତାଙ୍କର ଏହି ଭିଡ଼ିଓକୁ ଖୁବ ପସନ୍ଦ କରୁଛନ୍ତି ଲୋକେ। ଏବେପର୍ଯ୍ୟନ୍ତ ୪୪ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.