ମୃତ୍ୟୁ ପରେ କେଉଁ ପାପ ପାଇଁ ମିଳେ କି ପ୍ରକାର ଦଣ୍ଡ ? ଦେଖନ୍ତୁ ଏହି ନର୍କ ମନ୍ଦିରରେ

ମନ୍ଦିର ନାଁ ଶୁଣିଲେ ମନରେ ଦେବା ଦେବୀଙ୍କ ପ୍ରତିମୂର୍ତ୍ତି ସହ ଭକ୍ତିମୟ ମାହୋଲ୍ ଚାଲିଆସେ । କିନ୍ତୁ ଦକ୍ଷିଣ – ଏସିଆର ଦେଶ ଥାଇଲାଣ୍ଡର ଚିୟାଙ୍ଗରେ ଏମିତି ଏକ ମନ୍ଦିର ଅଛି ଯେଉଁଠିକୁ ଶ୍ରଦ୍ଧାଳୁ ଦେବା ଦେବୀ ନୁହେଁ ବରଂ ନର୍କ ଦର୍ଶନ କରିବାକୁ ଯାଆନ୍ତି । ଏହି ମନ୍ଦିରକୁ ବେଟ ମେ କେଟ୍ ନୋଇ କୁହାଯାଏ । ଏଠାରେ ଭକ୍ତ କୌଣସି ଭଗବାନଙ୍କର ପୂଜା କରନ୍ତି ନାହିଁ । ବରଂ ମୃତ୍ୟୁ ପରେ ନିଜ ପାପ ପାଇଁ ମିଳୁଥିବା ଦଣ୍ଡ ଦେଖିବାକୁ ଯାଆନ୍ତି । ମନ୍ଦିରରେ ଏମିତି ଅନେକ ମୂର୍ତ୍ତି ଅଛି ଯାହା ପାପ ବଦଳରେ ନର୍କରେ ଦିଆଯାଉଥିବା ପୀଡାକୁ ଦର୍ଶାଇଥାଏ ।
ସନାତନ ଧର୍ମ ଏବଂ ବୌଦ୍ଧ ଧର୍ମ ଦ୍ବାରା ପ୍ରେରିତ ଏହି ମନ୍ଦିର । ଏହି ମନ୍ଦିରର ସଭ୍ୟତା ତଥା ସଂସ୍କୃତିରେ ଭାରତୀୟ ପ୍ରଭାବ ଦେଖିବାକୁ ମିଳେ । ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କଙ୍କଠୁ ପ୍ରାୟ ୭୦୦ କିଲୋମିଟର ଦୂରରେ ସ୍ଥିତ ଚିୟାଙ୍ଗ । ଯେଉଁଠାରେ ପ୍ରାୟ ୩୦୦ ମନ୍ଦିର ଅଛି । କିନ୍ତୁ ନର୍କ ମନ୍ଦିର ନା କେବଳ ଏକ ନିଆରା ମନ୍ଦିର ବରଂ ବିଶ୍ବର ଏକ ମାତ୍ର ମନ୍ଦିର ।
ଏହି ମନ୍ଦିର ତିଆରି କରିବାର ମୂଳ ବିଚାର ଜଣେ ବୌଦ୍ଧ ଭିକ୍ଷୁ ପ୍ରା କ୍ରୁ ବିଶାନଜାଲିକନଙ୍କର ଥିଲା । ସେ ଜଣାଇବାକୁ ଚାହୁଁଥିଲେ ଯେ ପାପ କରିବା ତଥା ଅନ୍ୟକୁ ପୀଡା ପହଂଚାଇବାର ପରିଣାମ ଶେଷରେ ଦୁଃଖଦାୟୀ ହୋଇଥାଏ । ଏହି ବିଚାରରେ ପ୍ରେରିତ ହୋଇ ସେ ନର୍କର ପରିକଳ୍ପନା କରି ଏଭଳି ଏକ ମନ୍ଦିର ନିର୍ମାଣ କଲେ ଯେଉଁଠାରେ ମୃତ୍ୟୁ ପରେ ଆତ୍ମା ଭୋଗୁଥିବା କଷ୍ଟକୁ ଦେଖିପାରିବେ ।
ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ନା କେବଳ ଏହାର ନାଁ ନର୍କ ମନ୍ଦିର ବରଂ ଦେଖିବାକୂ ମଧ୍ୟ ନର୍କ ପରି । ମୃତ୍ୟୁ ପରେ ଦିଆଯାଉଥିବା ଯାତନାକୁ ମୂର୍ତ୍ତି ଆକାରରେ ନିର୍ମାଣ କରି ଏଠାରେ ରଖାଯାଇଛି । ଏଠାକାର ପ୍ରତ୍ୟେକ ମୂର୍ତ୍ତି ନର୍କର ଯାତନା ଏବଂ କଷ୍ଟର ସଙ୍କେତ ଦେଇଥାଏ । ଏହା ସହ ଦର୍ଶାଇଥାଏ କେଉଁ ପାପ ପାଇଁ କି ପ୍ରକାର ଦଣ୍ଡ ମିଳିଥାଏ ।
ନିଜ ପାପର ପ୍ରାୟଶ୍ଚିତ କରିବାକୁ ଏହି ମନ୍ଦିରକୁ ଆସିଥାନ୍ତି ଲୋକ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯିଏ ଏହି ମନ୍ଦିର ଆସି ଦର୍ଶନ କରିନିଏ ତା ପାପର ପ୍ରାୟଶ୍ଚିତ ହୋଇଯାଏ ।