ଏଠି ପୂଜା ହେଉଛି ପାପ : ଏହି ମନ୍ଦିରରେ ଶିବଙ୍କ ଆରାଧନା କଲେ ମିଳେ ଅଭିଶାପ

ଶ୍ରାବଣ ମାସ ଚାଲିଛି ଏବଂ ସମସ୍ତ ଭକ୍ତ ମନ୍ଦିରକୁ ପୂଜା ପାଇଁ ଯାଉଛନ୍ତି କାରଣ ଭଗବାନ ଶିବଙ୍କ ଠାରୁ ଆର୍ଶ୍ରୀବାଦ ପାଇବା ପାଇଁ । ପୁରା ଦେଶରେ ଅନେକ ମନ୍ଦିର ରହିଛି ଯାହା ନିଜର ଗାରିମା ପାଇଁ ବିଶ୍ବପ୍ରସିଦ୍ଦ । କିନ୍ତୁ ଆଜି ଆମେ ଏମିତି ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ ପୂଜା କରିବା ଦ୍ବାରା ଭଗବାନଙ୍କ ଠାରୁ ଆର୍ଶ୍ରୀବାଦ ବଦଳରେ ପାପ ଲାଗିଥାଏ ।

ଆାରମ୍ଭରୁ ଏହି ମନ୍ଦିରରେ କେହିବି ପୂଜରା କରିନାହାଁନ୍ତି । ଏଥି ପାଇଁ ଏହି ମନ୍ଦିରକୁ ଭକ୍ତମାନେ ଭଗବାନ୍ ଶିବଙ୍କୁ କେବଳ ଦର୍ଶନ କରିବାକୁ ଆସିଥାନ୍ତି, ପୂଜା କେହି କରି ନଥାନ୍ତି । ଏହି ମନ୍ଦିରଟି ଦେବଭୂମି ଉତ୍ତରାଖଣ୍ଡର ପାଇଥାଗଡ ଠାରେ ଅବସ୍ଥିତ । ଏହି ମନ୍ଦିରଟି ବାଲିଥର ଗାଁ ଠାରେ ନିର୍ମିତ । ପାଇଥାଗଡରୁ ଗାଁର ଦୂରତା ପାଖାପାଖି ୬କିମି । ଏହି ମନ୍ଦିରଟି ନିଜର କାରୁକାର୍ୟ୍ୟ କଳା ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ । ମନ୍ଦିରଟି ହାତିଆଦେବାଲ୍ ନାଁରେ ମଧ୍ୟ ଖୁବ୍ ଜଣାଶୁଣା । ବହୁତ ପୂରୁଣା କଥା ଏଠାରେ କେବେ ରାଜା କତ୍ୟୁୟରୀଙ୍କ ଶାସନ ଥିଲା । ରାଜା ସ୍ଥାପ୍ୟତ କଳାକୁ ବହୁତ ମହତ୍ବ ଦେଇଥିଲେ ତେଣୁ ରାଜା ଏହି କ୍ଷେତ୍ରରେ ଶିବ ମନ୍ଦିର ତିଆରି କରିଥିଲେ ।

ଏହି ମନ୍ଦିରକୁ ଏକ କୁଶଳ କାରୀଗରି ଗୋଟେ ହାତରେ ତିଆରି କରିଥିଲେ । କାହିଁକିନା ତାଙ୍କର ଆଉ ଏକ ହାତ କୌଣସି ଏକ ର୍ଦୁଘଟଣାରେ ନଷ୍ଟ ହୋଇଯାଇଥିଲା । ଯେବେ ସେ ମୂର୍ତ୍ତୀ ତିଆରି କରିବା ଆରମ୍ଭ କରିଥିଲେ ସେବେ ଲୋକମାନେ ତାଙ୍କୁ ଦେଖି ହସୁଥିଲେ ଏବଂ ମଜା କରୁଥିଲେ । ସେବେ ସେ ଶପଥ କଲେ ଏହି ପୂରା ମନ୍ଦିରକୁ ନଜର ଗୋଟିଏ ହାତରେ ନିର୍ମାଣ କରିବେ ।

ଏହିପ୍ରକାରରେ ଗୋଟେ ରାତିରେ ସେ ଏକ ଚଟାଣକୁ କାଟି ଏହି ମନ୍ଦିରର ନିର୍ମାଣ କରିଥିଲେ । ଏହି ମନ୍ଦିରରେ ଏକ ଶିବଲିଙ୍ଗ ମଧ୍ୟ ରହିଛି ଯାହାର ପ୍ରାଣ ପ୍ରତିଷ୍ଠା ହୋଇ ନାହିଁ । ତେଣୁ ଏହି ମନ୍ଦିରେ ଶିବଲିଙ୍ଗର ପୂଜା କରାଯାଏ ନାହିଁ । ସେବେ ଠାରୁ ଲୋକମାନଙ୍କର ଧାରଣକି ଯେ କେହିବି ଏହି ମନ୍ଦିରରେ ପୁଜା କରିବ ତେବେ ଭଗବାନ ଶିବ ତାଙ୍କୁ ଅଭିଶାପ୍ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.