ମୋଟା କରିବା ପାଇଁ ମହିଳାଙ୍କୁ ଦିଆଯାଉଛି ଏକ ବିଷାକ୍ତ କେମିକାଲ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରାୟ ପ୍ରତିଦିନ ଦୁନିଆରେ ହେଉଥିବା କିଛି ନା କିଛି ଆଶ୍ଚର୍ୟ୍ୟକର ଘଟଣା ଶୁଣିବାକୁ ମିଳୁଛି। ଏନେଇ ଆଜି ଆମେ ଆପଣଙ୍କ ପାଇଁ ଏକ ଅଦ୍ଭୁତ ଘଟଣା ନେଇଆସିଛୁ। ଆଜିର ବ୍ୟସ୍ତବହୁଳ ସମୟରେ ପ୍ରାୟ ସମସ୍ତ ବ୍ୟକ୍ତି ନିଜକୁ ଫିଟ ଏବଂ ସ୍ଲିମ୍ ରଖିବା ଆଶାରେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ମହିଳାଙ୍କୁ ମୋଟା କରିବା ପାଇଁ କେମିକାଲ ଦିଆଯାଉଛି।
ଆଜ୍ଞା ହଁ, ଆଫ୍ରିକାର ମାରିଟେଟନିଆ ଅଞ୍ଚଳରେ ମହିଳାଙ୍କୁ ମୋଟା କରାଇବା ପାଇଁ ପଶୁଙ୍କୁ ମୋଟା କରାଇବା ପାଇଁ ବ୍ୟବହାର ହେଉଥିବା କେମିକାଲ ଦିଆଯାଉଥିବା ଜଣାପଡ଼ିଛି। ଏପରିକି ପରିବାର ଲୋକ ଜୋର ଜବରଦସ୍ତି ମହିଳାଙ୍କୁ ଏହି କେମିକାଲ ଦେଉଛନ୍ତି। ତେବେ ଏହା ପଛରେ ରହିଛି ଏକ ଅଦ୍ଭୁତ କାରଣ।
କାରଣଟି ହେଉଛି ଆଫ୍ରିକାର ଏହି ଅଞ୍ଚଳର ପୁରୁଷ ମାନେ ପତଳା ନୁହଁ ବରଂ ମୋଟା ମହିଳାଙ୍କୁ ଅଧିକ ପସନ୍ଦ କରିଥାନ୍ତି। ଲୋକଙ୍କ କହିବାନୁଯାୟୀ, ମୋଟା ନଥିବା ମହିଳା ସୁନ୍ଦର ହୋଇନଥାନ୍ତି। ଏପରିକି ପୁରୁଷ ମାନେ ମୋଟା ମହିଳାଙ୍କୁ ବିବାହ ପାଇଁ ଉପଯୋଗୀ ମଧ୍ୟ ମାନିଥାନ୍ତି। ମହିଳାଙ୍କ ମୋଟା କରାଇବାର ଏହି ପରମ୍ପରାକୁ ଲେବଲାହ ବୋଲି କୁହାଯାଇଥାଏ। ଏହି ପରମ୍ପରା ଅନ୍ତର୍ଗତ, ଝିଅ ମାନଙ୍କୁ ୫ବର୍ଷରୁ ହିଁ ଫ୍ୟାଟ୍ ଫାର୍ମ୍ ପଠାଯାଇଥାଏ। ଯେଉଁଠାରେ ତାଙ୍କର ଓଜନ ବଢ଼ାଇବା ପାଇଁ ବିଭିନ୍ନ ପଦ୍ଧତି ଆପଣା ଯାଇଥାଏ।
ଖାଲି ଏତିକି ନୁହଁ ଏଠାକାର ପରମ୍ପରା ନେଇ ଏକ ଡ଼କ୍ୟୁମେଣ୍ଟ୍ରି ନିକଟରେ ଆସିଥିଲା। ଯେଉଁଥିରେ ଲୋକଙ୍କ ଅନୁଯାୟୀ, ମୋଟା ମହିଳାଙ୍କୁ ସଂପୁର୍ଣ୍ଣତାର ସହ ଦେଖାଯାଇଥାଏ। ଖାଲି ସେତିକି ନୁହଁ ଏଠାରେ ଫିଡ଼ିଙ୍ଗ ସିଜନ୍ ନାମରେ ଦୁଇ ମାସ ସେଲିବ୍ରେଟ କରାଯାଇଥାଏ। ଏହି ସମୟରେ ମହିଳାଙ୍କୁ ମୋଟା କରାଯିବା ପାଇଁ ଓଟର କ୍ଷୀର ଏବଂ ଅନେକ ପ୍ରକାରର ସପ୍ଲିମେଣ୍ଟ ଦିଆଯାଇଥାଏ।
ଏଠାକାର ପରିବାରଲୋକ ତାଙ୍କ ଘରର ଝିଅକୁ ମୋଟା କରିବା ପାଇଁ ବାଧ୍ୟା କରିଥାନ୍ତି। ଏପରିକି ଗରିବ ପରିବାରରେ ଖାଇବାପିଇବାର ଅସୁବିଧା ରହିଥିଲେ ସେମାନେ ଘରର ଝିଅକୁ ପଶୁ ମୋଟା ହେବା ପାଇଁ ବ୍ୟବହାର ହେଉଥିବା ଏକ କେମିକାଲ ଦିଆଯାଇଥାଏ। ତେବେ ଆପଣଜାଣି ଆଶ୍ଚର୍ୟ୍ୟ ହେବେ , ମହିଳା ଏହି କେମିକାଲକୁ ପିଇବା ଦ୍ବାରା ତାଙ୍କର ମରିବାର ମଧ୍ୟ ସମ୍ଭାବନା ରହିଥାଏ। କିନ୍ତୁ ଏହାପରେ ମଧ୍ୟ ଲୋକ ନିଜ ଝିଅକୁ ଏହି କେମିକାଲ ପିଇବାକୁ ଦେଉଛନ୍ତି।