ଏଠାରେ ୮୦ ବର୍ଷୀୟା ମହିଳା ଦିଶନ୍ତି ୩୦ ବର୍ଷର ଯୁବତୀ!

ହୁଏତ ଆପଣ କେବେ ଏହା ବିଶ୍ୱାସ କରିବେନି ଯେ ୮୦ ବର୍ଷୀୟା ମହିଳା କିପରି ୩୦ ବର୍ଷର ଯୁବତୀଙ୍କ ଭଳି ଦେଖାଯାଇପାରିବେ। କିନ୍ତୁ ହଁ, କଥାଟି ସତ। ପାକିସ୍ତାନର କାରକୋରମ୍‌ ପର୍ବତ ଉପରେ ରହୁଥିବା ହୁଞ୍ଜା ଅଧିବାସୀ ବୁରୁଷୋ ସମ୍ପ୍ରଦାୟର। ଏମାନେ ହୁଞ୍ଜା ଉପତ୍ୟକାରେ ବସବାସ କରନ୍ତି। ଏହି ଲୋକମାନେ କେବେ ବି ରୋଗରେ ପଡ଼ି ନ ଥାଆନ୍ତି। ଆଉ ୧୨୦ ବର୍ଷ ବୟସ ପଯ୍ୟର୍ନ୍ତ ବଞ୍ଚିବା ଏଠାକାର ସାଧାରଣ କଥା ଅଟେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ହୁଞ୍ଜା ମହିଳାମାନେ ୬୫ ବର୍ଷ ବୟସରେ ବି ଛୁଆ ଜନ୍ମ କରିଥାଆନ୍ତି।

you3

ଏହାସହ ପଢ଼ନ୍ତୁ: କାହିଁକି ଏଠାରେ ବରର ସାଙ୍ଗ ବର ସାମ୍ନାରେ ଖୋଲିଥାଏ କନ୍ୟାର କପଡ଼ା?

ହୁଞ୍ଜା ଅଧିବାସୀମାନେ ନିଜର ଲମ୍ବା ବୟସର ଶ୍ରେୟ ନିଜ ଡାଏଟ୍‌କୁ ଦେଇଥାଆନ୍ତି। ସେମାନଙ୍କ ଡାଏଟ୍‌ ଚାର୍ଟରେ କେବଳ ପୁଷ୍ଟିକର ଖାଦ୍ୟ ସାମିଲ ହୋଇଥାଏ। ଏହି ଅଧିବାସୀମାନେ ଖାଦ୍ୟରେ ଅଧିକରୁ ଅଧିକ ଅଖରୋଟ୍‌ ବ୍ୟବହାର କରିଥାଆନ୍ତି। ହୁଞ୍ଜା ଲୋକେ ବର୍ଷରେ ୨ରୁ ୩ ମାସ ଖାଦ୍ୟ ଖାଇ ନ ଥାଆନ୍ତି। ଏହି ସମୟରେ ସେମାନେ କେବଳ ଜୁସ୍‌ ପିଇଥାଆନ୍ତି। ଟିକେ ଖାଇବା ପରେ ଲୋକେ ଚାଲିବା ପାଇଁ ଯାଆନ୍ତି। ଲୋକଙ୍କ ହାରାହାରି ବୟସ ୧୨୦ ବର୍ଷ ଅଟେ, ଯେଉଁଥିରେ ସେମାନେ ୭୦ ବର୍ଷ ପଯ୍ୟର୍ନ୍ତ ଯୁବା ଦେଖାଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.