ଏଠାରେ ପ୍ରତି ଘରେ ନାମ ଫଳକରେ ଲାଗିଛି ମହିଳାମାନଙ୍କର ନାଁ, ହେଲେ କାହିଁକି?

ଉନା:ନାରୀ ସୁରକ୍ଷା କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ନାରୀଙ୍କୁ ସମ୍ମାନ ଦେବା ସହ ସମାଜରେ ପୁରୁଷଙ୍କ ତୁଳନାରେ ସେମାନଙ୍କୁ ବରାବର ଅଧିକାର ଦିଆଯିବା ପାଇଁ ବିଭିନ୍ନ ସଚେତନତା ସୃଷ୍ଟି କରାଯାଉଛି । ମଣିଷ ଯଦି ନିଜ ମାନସିକତାରେ ପରିବର୍ତ୍ତନ ନଆଣିବ ତେବେ ଏସବୁ ଯୋଜନା, ଏ ସବୁ ସଚେତନତାର କିଛି ମୂଲ୍ୟ ନାହିଁ। ଦେଶରେ କନ୍ୟାଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗୁଥିବା  ଯେଉଁଠାରେ ଚିନ୍ତାର ବିଷୟ ପାଲଟିଛି, ସେଠାରେ ଏମିତି ଏକ ଆଦର୍ଶ ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ନିହାତି ଗର୍ବରେ ମୁଣ୍ଡ ଉପରକୁ ଉଠିଯିବ । ଏମିତି ଏକ ଜିଲ୍ଲା ଯେଉଁଠାରେ ମୁଖିଆ ପାଲଟିଛନ୍ତି ଘରର ମହିଳା ଏବଂ ଘରର ଫାଟକରେ ଲାଗିଛି ସେମାନଙ୍କ ନାମ ଫଳକ ।

women_empoweredଦେଶର ୧୦୦ଟି ଜିଲ୍ଲାରେ କନ୍ୟାମାନଙ୍କ ସଂଖ୍ୟା କମିଯାଉଥିବା ଘଟଣାକୁ ଆଖିରେ ରଖି ହିମାଚଳର ଉନା ଜିଲ୍ଲାର ଚିତ୍ର ଦିନକୁ ଦିନ ବଦଳିବାରେ ଲାଗିଛି । ଗ୍ରାମପଞ୍ଚାୟତ ମାୱା କୋହଲାନ୍ ଏକ ଆଦର୍ଶ ପ୍ରସ୍ତୁତ କରିଛନ୍ତି । ଯେଉଁଠାରେ ବର୍ତ୍ତମାନ ସବୁ ପରିବାରର ମୁଖିଆ ହୋଇଛନ୍ତି ମହିଳା । ଯାହାର ପ୍ରମାଣ ସମସ୍ତଙ୍କ ଘରର ଗେଟ୍ ର ନାମଫଳକକୁ ଦେଖିଲେ ଜଣାପଡିବ । ପରିବାରର ମହିଳା, ଏବଂ କନ୍ୟାମାନଙ୍କୁ ପାରିବାରିକ, ସାମାଜିକ, କ୍ଷେତ୍ରରେ ଏବଂ ଆର୍ଥିକ ସ୍ତରରେ ବରାବର ଅଧିକାର ଦେବା ପାଇଁ ଏହି ଆଦର୍ଶକୁ ପ୍ରଥମେ ଏହି ଜିଲ୍ଲାରୁ ଆରମ୍ଭ କରାଯାଇଛି ।

woman-india1ଏହି ପଞ୍ଚାୟତର ସାଢେ ପାଞ୍ଚ ଶହ ଘରେ ମହିଳାମାନଙ୍କ ନାମଫଳକ ଲଗାଯାଇଛି । ଖାସ୍ କଥା ହେଉଛି କି କେବଳ ଘରେ ନୁହେଁ ବରଂ ବଜାରରେ ଥିବା ଦୋକାନମାନଙ୍କରେ ମଧ୍ୟ ପରିବାରର ମହିଳା ଏବଂ କନ୍ୟାମାନଙ୍କର ନାମ ବୋର୍ଡରେ ଲେଖାଯାଇଛି । ଏହି ପଦକ୍ଷପ ନାରୀ ସୁରକ୍ଷା ଦିଗରେ ଏକ ବଡ ସଚେତନତା ବୋଲି ସାଧାରଣରରେ ଚର୍ଚ୍ଚାର ବିଷୟ ପାଲଟିଛି ।

laaija-pose-for-new-schoolଝିଅ ସଂଖ୍ୟା କମ୍ ଥିବା ୧୦୦ଟି ଜିଲ୍ଲା ମଧ୍ୟରୁ ଏହି ଜିଲ୍ଲା ଭିନ୍ନ । ଏହି ଜିଲ୍ଲାରେ ଲିଙ୍ଗଅନୁପାତ କଥା କହିଲେ ୧ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୭୬ । ଉନା ଉତ୍କର୍ଷ ଯୋଜନା ମୁତାବକ ଗ୍ରାମ ପଞ୍ଚାୟତ ନିଜେ ଏହି ଅଭିଯାନ ସହ ଯୋଡିହୋଇଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ କହିବା ମୁତାବକ ବର୍ତ୍ତମାନ ସେଠାରେ ମହିଳା ମାନଙ୍କୁ ସମ୍ମାନ ଦେବାରେ କୌଣସି କମ ରଖାଯାଉନାହିଁ । ତେଣୁ ସେ ଆଶା ରଖିଛନ୍ତି ଯେ ଏହି ପ୍ରୟାସ ମାଧ୍ୟମରେ ଦେଶରେ କନ୍ୟା ରତ୍ନଙ୍କୁ ନେଇ ଥିବା ଅବିଶ୍ବାସ ଦୂର ହେବା ସଙ୍ଗେ ସଙ୍ଗେ ଲିଙ୍ଗଅନୁପାତ ମଧ୍ୟରେ ଥିବା ତାରତମ୍ୟ ଦୂର ହେବ ।

Unicef and Ikeaଉନା ଡେପୁଟି କମିଶନର ରାକେଶ କୁମାର ପ୍ରଜାପତିଙ୍କ ସୂଚନା ମୁତାବକ ଜିଲ୍ଲାର ଅନ୍ୟ ୨୩୩ ପଞ୍ଚାୟତରେ ମଧ୍ୟ ଏହି ପ୍ରୟାସ ଆରମ୍ଭ ହେଉଥିବାବେଳେ ପଞ୍ଚାୟତରେ ପ୍ରତି କନ୍ୟାଙ୍କ ବିବାହରେ ୫୧ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଉଛି । ଏହାସହିତ ଆଗକୁ କନ୍ୟାମାନଙ୍କ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଦିଆଯିବ । ତେବେ କେବଳ କନ୍ୟା ଥିବା ପରିବାରକୁ ଡିସି କାର୍ଡ ଯୋଗାଇ ଦିଆଯାଇଥିବା ବେଳେ, ଯାହା ଦ୍ବାରା ସରକାରୀ କାର୍ଯ୍ୟାଳୟରେ ପ୍ରାଥମିକତା ସ୍ତରରେ କାର୍ଯ୍ୟ ହେବ ।

You might also like