ଆଇସକ୍ରିମ୍ ପ୍ରେମୀଙ୍କ ପାଇଁ ଖୁସି ଖବର : ମାର୍କେଟକୁ ଆସିଲା କେବେ ନତରଳିବା ଆଇସକ୍ରିମ୍

ଆଇସକ୍ରିମ୍ ଖାଇବା କାହାକୁ ପସନ୍ଦ ନୁହଁ। ସାଧାରଣତଃ ଆଇସକ୍ରିମ୍ ଖାଉଥିବା ସମୟରେ ଏହା ତରଳି ଯିବାର ଭୟ ଲାଗିରହିଥାଏ । ଏଥିପାଇଁ ଏହାକୁ ଶୀଘ୍ର ଶୀଘ୍ର ଖାଇବାକୁ ପଡ଼ିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଆଇସକ୍ରିମ୍ ବିଷୟରେ କହିବା ପାଇଁ ଯାଉଛୁ ଯାହା କେବେ ମଧ୍ୟ ତରଳି ନଥାଏ । ଏହି ଆଇସକ୍ରିମ୍ କେବଳ ତୁର୍କୀରେ ଖାଇବାକୁ ମଳିଥାଏ । ଖାସ କଥା ହେଉଛି ଏହାକୁ ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ କିଛି ସମୟ ଲୁଚକାଳି ଖେଳିବାକୁ ପଡ଼ିଥାଏ।
ଏହି ଆଇସକ୍ରିମ୍ ନତରଳିବାର କାରଣ ହେଉଛି ଅରଚିଡ଼୍ । ଏହା ଛେଳିର କ୍ଷୀର ଏବଂ ଅରଚିଡ଼କୁ ମିଶାଇ ପ୍ରସ୍ତୁତ କରାଯାଇଥାଏ ଏଣୁ ଏହା ଏତେ ସହଜରେ ତରଳିନଥାଏ । ତେବେ ଏଠାରେ ଆଇସକ୍ରିମ୍ ବିକାଳିଙ୍କ ଆଇସକ୍ରିମ୍ ଦେବା ଅନ୍ଦାଜ ମଧ୍ୟ ଖୁବ୍ ନିଆରା । ସେମାନେ ଆଇସକ୍ରିମ୍ ଦେବା ପାଇଁ ଗ୍ରାହକଙ୍କ ସହ ଲୁଚକାଳି ଖେଳିଥାନ୍ତି ଆଇସକ୍ରିମ୍ ବିକାଳି। ଏନେଇ କେତେବେଳେ ଆଇସକ୍ରିମ ଲୁଚାଇଥାନ୍ତି ତ କେତେବଳେ ଖାଲି ହାତ ଧରାଇଥାନ୍ତି। ଦୋକାନୀଙ୍କୁ ଏହି କଳା ଶିଖିବା ପାଇଁ ବହୁତ ବର୍ଷ ଲାଗିଥିଲା। ତେବେ ଏତେସମୟ ପରେ ମଧ୍ୟ ଆଇସକ୍ରିମ୍ ତରଳି ନଥାଏ ବିଳକୁଲ ସେମିତି ହିଁ ରହିଥାଏ।