ଏଠାରେ କାହାର ମୃତ୍ୟୁ ହେଲେ ନାଚ ଗୀତ କରନ୍ତି ପରିବାର ଲୋକେ, ଶବ ସତ୍କାର ପାଇଁ କରାଯାଏ ବାହାଘର ଭଳି ଖର୍ଚ୍ଚ

ଆମେ ସମସ୍ତେ ଜାଣିଛନ୍ତି ଯେ ଦୁନିଆର ପ୍ରତ୍ୟେକ ସ୍ଥାନର ପରମ୍ପରା ଅଲଗା ଅଲଗା। ଏଥିମଧ୍ୟରୁ କିଛି ଏମିତି ଅଦ୍ଭୁତ ପରମ୍ପରା ରହିଛି ଯାହା ବିଷୟରେ ଜାଣିଲେ ଆପଣ ଏକଦମ ଆଶ୍ଚର୍ଯ୍ୟ ହୋଇଯିବେ। ତାହେଲେ ଆସନ୍ତୁ ଜାଣିବା ଏମିତି ଏକ ଦ୍ୱୀପ ବିଷୟରେ। ଆମେ ଆଜି ଆପଣଙ୍କୁ ଯେଉଁ ଦ୍ୱୀପ ବିଷୟରେ ଜଣାଇବୁ ସେହି ଦୀପର ନାମ ହେଉଛି ବାଲି ଦ୍ୱୀପ ସମୂହ। ଏଠାରେ ଜଣେ ମଣିଷଙ୍କ ମୃତ୍ୟୁ କୌଣସି ପର୍ବ ଠାରୁ ବି କମ ହୋଇନଥାଏ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଯଦି କାହାର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାର ଲୋକେ ନାଚ-ଗୀତ କରିବା ଆରମ୍ଭ କରିଦିଅନ୍ତି। ଏମାନଙ୍କର ଏହି ଆନନ୍ଦ ଉତ୍ସବ ଲମ୍ବା ସମୟ ଧରି ଚାଲିଥାଏ। ବାଲି ନିବାସୀଙ୍କ କହିବା କଥା ଯେ ମୃତ୍ୟୁ ପରେ ଆତ୍ମା ସବୁ ବନ୍ଧନରୁ ମୁକ୍ତ ହୋଇଯାଏ। ଏଥିପାଇଁ ପରିବାର ସଦସ୍ୟ ଉତ୍ସାହିତ ହୋଇ ଆତ୍ମାର ବନ୍ଧନ ମୁକ୍ତ ହେବା ଖୁସିରେ ଉତ୍ସବ ପାଳନ କରନ୍ତି।

ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପରିବାରରେ କାହାର ମୃତ୍ୟୁ ହୋଇଗଲେ ତାଙ୍କ ପରିବାର ଲୋକେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଶବକୁ ଅନ୍ତିମ ବିଦାୟ ଦେଇଥାନ୍ତି। ଯୁବତୀ ଏବଂ ମହିଳାମାନେ ଦାମୀ ଏବଂ ଚମକଦାର ଗହଣା ପିନ୍ଧି ଶେଷ ବିଦାୟ ଦେଇଥାନ୍ତି। ଖାଲି ଏତିକି ନୁହେଁ କେଶରେ ସୁନ୍ଦର ଫୁଲ ଲଗାଇ ବ୍ୟାଣ୍ଡ ବାଜା ସହିତ ଶବ ସତ୍କାର କରିବାକୁ ବହାରିପଡନ୍ତି।

କୁହାଯାଏ ଯେ ବାଲି ଦ୍ୱୀପର ଲୋକଙ୍କର ଆର୍ଥିକ ସ୍ଥିତି ଏତେଟା ସଶକ୍ତ ନୁହେଁ। ବେଳେବେଳେ ତ ଅନ୍ତିମ ସଂସ୍କାର ଭଲରେ କରିବା ପାଇଁ ଲୋକଙ୍କୁ ନିଜ ଘର ପର୍ଯ୍ୟନ୍ତ ବିକ୍ରି କରିବାକୁ ପଡେ। ଯେତେବେଳେ ବି କିଏ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ଘର ବାହାରେ ଦୀପ ଜଳାଯାଇଥାଏ ଏବଂ ଶବକୁ ଠିକ ଘରର ସମ୍ମୁଖରେ ରଖି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରାଯାଏ। ବେଳେବେଳେ ତ ଶବକୁ ସଂସ୍କାର କରିବା ପରେ ମଧ୍ୟ ଶୁଭ ମୁହୂର୍ତ୍ତ ଆସେ ନଥାଏ।