ଗାର୍ଲଫ୍ରେଣ୍ଡ ପାଇବା ପାଇଁ ଏଠାରେ ଛାତ୍ରମାନେ କରନ୍ତି ‘ଭର୍ଜିନିଟି ଟ୍ରି’ର ପୂଜା, ନିଆଯାଏ ଦମଦମୀ ମାଇଙ୍କ ଆଳତି

ଦିଲ୍ଲୀ ୟୁନିଭର୍ସିଟିର ହିନ୍ଦୁ କଲେଜରେ ରହିଛି ଏକ କଇଁଆ ଗଛ, ଯାହାକୁ ଏଠାକାର ଛାତ୍ରମାନେ ‘ଭର୍ଜିନ୍‌ ଟ୍ରି’ କୁହନ୍ତି। ଲଭର୍ସ ପଏଣ୍ଟ ପାଇଁ ଜଣାଶୁଣା ଏହି ଗଛକୁ ଭାଲେଣ୍ଟାଇନ୍‌ ଡେ’ ଦିନ ଖାସ୍‌ ପୂଜା କରାଯାଇଥାଏ।

କେମିତି କରାଯାଏ ଗଛର ପୂଜା

ଭାଲେଣ୍ଟାଇନ୍‌ ଡେ’ରେ ଏହି ଗଛକୁ ପାଣିରେ ଭରାଯାଇଥିବା ହାର୍ଟ ଶେପ୍‌ର ବେଲୁନ୍‌ ଏବଂ କଣ୍ଡୋମ୍‌ରେ ସଜାଯାଇଥାଏ। ଗଛକୁ ସଜାଇବା ପରେ ଛାତ୍ରମାନେ ଏଠାରେ ‘ଦମ୍‌ଦମୀ ମାଇ’ର ଫଟୋ ଲଗାଇଥାଆନ୍ତି। ଏଠାରେ କୌଣସି ଜଣେ ବଲିଉଡ୍‌ ହିରୋଇନ୍‌ଙ୍କୁ ଦମ୍‌ଦମୀ ମାଇ କୁହାଯାଇଥାଏ। ଦମ୍‌ଦମୀ ମାଇ ବନାଇବା ପରେ ସେହି ଅଭିନେତ୍ରୀଙ୍କ ଫଟୋ ଗଛରେ ଲଗାଯାଇଥାଏ।

del2

ଏହାସହ ପଢ଼ନ୍ତୁ: ଶହ ଶହ ବର୍ଷ ଧରି ସୁନା ବାହାର କରୁଛି ଓଡ଼ିଶାର ଏହି ଜଣାଶୁଣା ନଦୀ, ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି ରହସ୍ୟ

ଦମ୍‌ଦମୀ ମାଇଙ୍କ ପୂଜା କଲେ ମିଳିଥାଏ ଗାର୍ଲଫ୍ରେଣ୍ଡ

କଲେଜ ଛାତ୍ରମାନଙ୍କ ମଧ୍ୟରେ ଏହି ପୂଜାର ଏକ ଅଜବ ମାନ୍ୟତା ରହିଛି। ସେମାନଙ୍କ କହିବା ହେଲା, ଭାଲେଣ୍ଟାଇନ୍ସ ଡେ’ରେ ହେଉଥିବା ପୂଜାରେ ଯିଏ ଉପସ୍ଥିତ ଥାଏ ଏବଂ ପ୍ରସାଦ ପାଇଥାଏ, ତାକୁ ୬ ସପ୍ତାହ ଭିତରେ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ମିଳିଯାଇଥାଏ। ଏହା ମଧ୍ୟ କୁହାଯାଏ କି, ଯଦି ସେ ଭର୍ଜିନ୍‌ ଥାଆନ୍ତି, ତା’ହେଲେ ବର୍ଷେ ଭିତରେ ତାଙ୍କର ଭର୍ଜିନିଟି ମଧ୍ୟ ଭାଙ୍ଗିଯାଇଥାଏ।

de4

୨୦୧୫ରେ ମଡେଲ ତଥା ଅଭିନେତ୍ରୀ ଲିସା ହେଡେନ୍‌ଙ୍କୁ ଦମଦମୀ ମାଇ ବନାଯାଇଥିଲା। ଏହା ପୂର୍ବରୁ ୨୦୧୪ରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଏହି ତାଜ୍‌ ମିଳିଥିଲା। ଏଠାରେ ଦମଦମୀ ମାଇଙ୍କ ଆଳତି ବି କରାଯାଇଥାଏ।

Leave A Reply

Your email address will not be published.