ବିଚ୍ ରାସ୍ତାରେ ହାଇଡ୍ରାମା, ଚାଓମିନ୍ ଖାଉଥିବାବେଳେ ପ୍ରେମିକ-ପ୍ରେମିକାଙ୍କୁ ଚପଲରେ ପିଟିଲା ମା’

ବର୍ତ୍ତମାନ ଦୁନିଆରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳୁଛି । ସେହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କାନପୁର ଅଞ୍ଚଳରୁ । ଗାଡି ଉପରେ ବସି ଉଭୟେ ପ୍ରେମିକ ପ୍ରେମିକା ଚାଉମିନ ଖାଉଥିବାବେଳେ ପୁଅର ମା ଆସି ସେଠାରେ ପହଞ୍ଚି ପୁଅକୁ ନିରଧୂମ ପିଟିଥିଲେ । ଯାହାଫଳରେ ସେହି ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା । ଜନଗହଳି ହେବା ପରେ ଲୋକେ ଭିଡ଼ିଓ ସୁଟ କରିଥିଲେ । ଯାହା ଏବେ ଦ୍ରୁତଗତିରେ ଭିଡ଼ିଓଟି ଭାଇରଲ ହେବାରେ ଲାଗିଛି ।
ସୂଚନା ମୁତାବକ ପ୍ରେମିକ ଏବଂ ପ୍ରେମିକା ଉଭୟ ସମୟ ଅତିବାହିତ କରିବା ପାଇଁ ସେହି ପାଖ ଅଞ୍ଚଳରେ ଭେଟ କରିବାକୁ ପ୍ଲାନ କରିଥିଲେ । ପୁଅକୁ ଦେଖା କରିବା ପାଇଁ ସ୍କୁଟି ଧରି ଝିଅ ସେଠାରେ ପହଞ୍ଚିଥିଲା । ପରେ ସେମାନେ ଚାଓମିନ୍ ପାଇଁ ଅର୍ଡର କରି ଖାଉଥିଲେ । ଠିକ୍ ସେହି ସମୟରେ ପୁଅର ମା’ ତାଙ୍କ ସ୍ବାମୀଙ୍କ ସହ ମାର୍କେଟ ଯିବା ସମୟରେ ତାଙ୍କ ପୁଅକୁ ଗୋଟିଏ ଝିଅ ସହିତ ବସିଥିବାର ଦେଖିଥିଲେ । ପୁଅର ମା’ ହଠାତ୍ ଖୁବ ଜୋରରେ ରାଗି ଯାଇଥିଲେ । ଗାଡିରୁ ଓହ୍ଲାଇ କିଛି ବୁଝିବାକୁ ଚେଷ୍ଟା ନକରି ଚପଲରେ ମାଡ ମାରିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ଝିଅ ହସ୍ତକ୍ଷେପ କରିବାରୁ ସେ ମଧ୍ୟ ମାଡ ଖାଇବାରୁ ବଞ୍ଚିପାରିନଥିଲେ । ପୁଅ ରୋହିତଙ୍କ ମା’ ସୁଶୀଳା ଦେବୀ ଝିଅର ଚୁଟି ଧରି ଘୋଷାଡି ଘୋୋଡି ନେଇଥିଲେ । ଏପରି ହଙ୍ଗାମା ଦେଖିବାକୁ ସେହି ସ୍ଥାନରେ ଲୋକ ଗହଳି ଜମାଇଥିଲେ । ସେଥି ମଧ୍ୟରୁ ଅନେକ ଲୋକ ଭିଡିଓ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେଉଛି ।
ରିପୋର୍ଟ ଅନୁଯାୟୀ ପୁଅକୁ ଉଚିତ୍ ଶିକ୍ଷା ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ । ମାଡ ମାରିବା ପରେ ପୁଅ ମା’ ସହିତ ଚାଲିଯାଇଥିବାବେଳେ ଝିଅ ତା ସ୍କୁଟିରେ ଘରକୁ ଫେରିଥିଲା । ଏପରି ଭାଇରଲ ଭିଡିଓ ଦେଖିବା ପରେ ଅନେକ ଲୋକ ଅନେକ ମତାମତ ଦେବାରେ ଲାଗିଛନ୍ତି ।
Also Read : ବିବାହରେ ଅଧିକ ଟଙ୍କା ଖର୍ଚ୍ଚ ନକରି ଗାଁ ରାସ୍ତା ତିଆରି କଲେ ବର, ସମାଜ ପାଇଁ ପାଲଟିଲେ ଉଦାହରଣ