ଚାଷ କାମ ଯାହାର କି ଆନନ୍ଦ ତାହାର: ଉଚ୍ଚ ଶିକ୍ଷିତ ଦମ୍ପତିଙ୍କ ନିଆରା ପ୍ରଚେଷ୍ଟା, କଠିନ ପରିଶ୍ରମ କରି ଆଜି ସେମାନେ ସଫଳ ଚାଷୀ

ବାସୁଦେବପୁର(କେନ୍ଯୁଜ୍): ଚାଷ କାମ ଯାହାର, କି ଆନନ୍ଦ ତାହାର। ସେହି ସିନା ଦୁନିଆକୁ ଯୋଗାଉଛି ଆହାର। କଠିନ ପରିଶ୍ରମ ଓ ମନର ଆତ୍ମବିଶ୍ୱାସ ଥିଲେ ଜଣେ ଶିର୍ଷ ସ୍ଥାନରେ ପହଁବ ନିହାତୀ। ଏମିତି ଜଣେ ବ୍ଯକ୍ତି ବିଶେଷଙ୍କ ବିଷୟରେ ଆଜି ଆମେ କଥା ହେଉଛେ, ଯିଏକି ଚାକିରୀ ପଛରେ ନଗୋଡାଇ ଯୁବା ଅବସ୍ଥାରେ ଆପଣେଇ ନେଇଛନ୍ତି ଚାଷକୁ। ଏଥିପାଇଁ ସରକାର ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କ ପାଖରୁ ତାଙ୍କୁ ମିଳିଛି କୃଷି ସମ୍ମାନ। ବିଭିନ୍ନ ପ୍ରକାର ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ଯ ଯୁବଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।

ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ପଞ୍ଚାୟତର ଏ ଦୃଶ୍ଯ । ଆଉ ଏ ଦମ୍ପତି ଦୁଇ ଜଣ ହେଉଛନ୍ତି ଉଚ୍ଚ ଶିକ୍ଷିତ। ସ୍ୱାମୀ ଅରିନ୍ଦମ୍‌ ହୋଟେଲ୍‌ ମ୍ଯାନେଜମେଣ୍ଟପାସ୍‌ କରିଥିବାବେଳେ ସ୍ତ୍ରୀ ପ୍ରତିମା ବିଏ ବିଇଡି ପାସ କରି ମଧ୍ୟ ଶିକ୍ଷୟତ୍ରୀ ଚାକିରି ଛାଡି ସ୍ୱାମୀଙ୍କ ସହ ମିଶି ଗୋସେବାରେ ନିୟୋଜିତ ହୋଇଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ଏବେ ଅନ୍ଯମାନଙ୍କ ପାଇଁ ପେ୍ରଣା ପାଲଟିଛନ୍ତି । ନିଜେ ସ୍ୱାବଲମ୍ବି ହେବା ସହିତ ଅନ୍ଯମାନଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି । ୨ ଜଣ ମିଶି ଏକ ଗୋ ଫାର୍ମ କରିଛନ୍ତି । ପ୍ରଥମେ ଏଥିରେ ଲୋକାଲ ଗାଈଙ୍କୁ ଛାଡି ଗୁଜୁରାଟର ଗିର୍‌ ଜାତୀୟ ଦେଶୀ ଗାଈଙ୍କୁ ରଖିଥିଲେ । ପ୍ରଥମେ ୨ଟି ଗାଈକୁ ୪ଲକ୍ଷଟଙ୍କା ଦେଇ ଗୁଜୁରାଟରୁ କିଣି ଆଣି ଫାର୍ମ ଆରମ୍ଭ କରିଥିଲେ । ଏବେ ତାଙ୍କ ଫାର୍ମରେ ୯ଟି ଗିର୍‌ ଜାତୀୟ ଗାଈ ରଖିଛନ୍ତି । ଜାହାର ଆନୁମାନିକ ମୂଲ୍ଯ ପାଖାପାଖି ୧୮ଲକ୍ଷ ଟଙ୍କାରୁ ଅଧିକ ହେବ । ନିଜେ ଗାଈ ଗୁଡିକର ଜତ୍ନ ନେବା ସହିତ ୭ଜଣ ଷ୍ଟାଫଙ୍କୁ ରଖି ଗାଈକୁ ଦେଖିବା ପାଇଁ ନିୟୋଜିତ କରିଛନ୍ତି । ସେମାନେ ମଧ୍ୟ ଏହି ଫାର୍ମରୁ ନିଜ ପରିବାର ଚଳାଇ ପାରୁଛନ୍ତି ।

ଖାଲି ସେତିକି ନୁହେଁ ଗାଈ ମାନଙ୍କର ଖାଇବା ଲାଗି ନିଜର ଥିବା ୨ଏକର ଜାଗାରେ ସେ କରିଛନ୍ତି ଘାସ ଚାଷ । ଯେଉଁ ଘାସ ଗାଈ ମାନଙ୍କ ପାଇଁ କରିଛନ୍ତି । ଆଉ ଖାଦ୍ୟ ପାଇଁ ଗାଈ ମାନଙ୍କୁ ଅସୁବିଧା ଉପୁଜିବ ନାହିଁ । ଗାଈଙ୍କୁ ଖାଦ୍ୟ ଦେଲେ କିଲୋପ୍ରତି ଦାନାକୁ ମାର୍କେଟରୁ ୫୦ଟଙ୍କାରୁ ଅଧିକ ଟଙ୍କା ଦେଇ କିଣିବାକୁ ପଡିଥାଏ । ସେଥିପାଇଁ ଖାଦ୍ୟ କେମିତି କମ୍‌ ଟଙ୍କାରେ ହୋଇପାରିବ ସେଥିପାଇଁ ଗିର୍‌ ଜାତୀୟ ଗାଈଙ୍କ ପାଇଁ ବିଦେଶୀ ଘାଷ ଚାଷ ମଧ୍ୟ କରିଛନ୍ତି । ବିଦେଶୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଷ୍ଟ୍ରେଲିଆର ହାତିଆ ଘାଷ ଚାଷ କରି ଗାଈଙ୍କୁ ଖାଇବାକୁ ଦିଆଯାଉଛି । ଯେଉଁ ଘାଷ ଚାଷ କଲେ କିଲୋ ପ୍ରତି ୨ଟଙ୍କାରୁ ୩ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ଚାଷ କାମରେ ୫ରୁ ୬ଜଣ ଲୋକ ନିୟୋଜିତ ହେଇଛନ୍ତି । ପ୍ରତ୍ଯେକ ଦିନ ଦମ୍ପତ୍ତିଙ୍କ ସହ ସେମାନେ ମିଳିତ ଭାବେ ଘାଷର ଦେଖାଦେଖି କରିଥାନ୍ତି । ଉନ୍ନତମାନର ଗୋଖାଦ୍ୟ ଓ ଉନ୍ନତମାନର ଅଧିକ ଅର୍ଥ ବ୍ଯୟ କରି ଗୁହାଳ ନିର୍ମାଣ ସହିତ ବାଇପ୍ରୋ,ମୁଗଚୁନି,ମକା ସହିତ ଆଜୋଲା ଖାଦ୍ୟ ମଧ୍ୟ ଗାଈଙ୍କୁ ଦେଉଛନ୍ତି। ଏହି ଜାତୀୟ ଗାଈରେ କ୍ଷୀର ରେ ଜାଉଥିବାରୁ ଏହି କ୍ଷୀରରେ ବହୁ ଔଷଧୀୟ ଗୁଣ ସହିତ ରୋଗ ପ୍ରତିରୋଧକ ଶକ୍ତି ଓ ପୃଷ୍ଟିସାର ଅଧିକ ଥିବାରୁ ରହିଥିବାରୁ ଏହି କ୍ଷୀର ମାର୍କେଟରେ ଚାହିଦା ରହିଛି । କଟକ ଭୁବନେଶ୍ୱରରେ ଏହି କ୍ଷୀରକୁ ୧୦୦ଟଙ୍କାରୁ ୧୫୦ଟଙ୍କାରେ ବିକ୍ରୀ କରାଯାଉଛି । ପ୍ରତ୍ଯେକ ଦିନ ଏହି ଫାର୍ମରୁ ପାଖାପାଖି ୫୦ଲିଟର କ୍ଷୀର ଉତ୍ପାଦନ କରୁଛନ୍ତି ଅରିନ୍ଦମ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.