ଆମ ଦେଶରେ ଏମିତି ପାହାଡ଼ ଅଛି, କହୁଛି ଗର୍ଭରେ ଝିଅ ଅଛି ନା ପୁଅ

ଗର୍ଭବତୀଙ୍କ ପେଟରେ ଥିବା ସନ୍ତାନର ଲିଙ୍ଗ ନିରୂପଣ କରିବା ଆମ ଦେଶରେ ଆଇନଗତ ଅପରାଧ । ତଥାପି ଲୁଚାଛପାରେ ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ଚୋରା କାମ ଚାଲିଛି । ହେଲେ ଆମ ଭାରତରେ ଅଛି ଏମିତି ଏକ ଗାଁ ଯେଉଁଠି ଅଛି ଏକ ଅଜବ ପର୍ବତ । ଏହି ପର୍ବତକୁ ପଥର ଫିଙ୍ଗିବା ମାତ୍ରେ ଏହା ଜଣାଇଦିଏ ଯେ ମହିଳାଙ୍କ ଗର୍ଭରେ ପୁଅ ଅଛି କି ଝିଅ ।
ଆମେ ସମସ୍ତେ ଜାଣିଛୁ ଗର୍ଭରେ ଥିବା ଶିଶୁର ଲିଙ୍ଗ ଜାଣିବା ଏକ ଆଇନଗତ ଅପରାଧ ବୋଲି କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ମାତୃ ଗର୍ଭରେ ବଢୁଥିବା ଶିଶୁର ଲିଙ୍ଗ ଜାଣିବା ପାଇଁ ଅଜବ ପରମ୍ପରା ଅନୁସରଣ କରନ୍ତି |

ଆମ ଦେଶରେ ଅଦ୍ଭୁତ ପରମ୍ପରା ଅଛି, ଯାହା ମଧ୍ୟରୁ କିଛି ଆମେ ଭଲଭାବେ ଜାଣୁ | କିନ୍ତୁ ଏପରି ଅନେକ ବିଶ୍ୱାସ ମଧ୍ୟ ଅଛି, ଯାହା ବିଷୟରେ ଆମେ ସାଧାରଣତଃ ଜାଣି ନଥାଉ | ଏପରି ଏକ ଅଦ୍ଭୁତ କଥା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଶିଶୁଟିର ଲିଙ୍ଗ ଜାଣିବା ପାଇଁ ହସ୍ପିଟାଲ ଯାଇଥାଆନ୍ତି ଲୋକେ କିନ୍ତୁ ଏହି ଗାଁର ଲୋକେ ଏଠି ଥିବା ଏକ ପାହାଡରୁ ଜାଣନ୍ତି କି ଗର୍ଭବତୀ ମା’ର ପେଟରେ ଥିବା ଶିଶୁଟି ପୁଅ ଅଟେ ଝିଅ ।

Pregnant woman
Picture Credit -Bio pharma Reporter

ଝାଡଖଣ୍ଡର ଲୋହରଦାଗାରେ ଅବସ୍ଥିତ ଖୁଖ୍ରା ଗାଁରେ ଏକ ପର୍ବତ ଅଛି | ଏହି ପର୍ବତ ଉପରେ ଚନ୍ଦ୍ରର ଆକୃତି ପରି ଖୋଦିତ ହୋଇଛି , ତେଣୁ ଲୋକମାନେ ଏହାକୁ ଚନ୍ଦ୍ର ପର୍ବତ ବୋଲି ମଧ୍ୟ କୁହନ୍ତି | ବିଶ୍ୱାସ କରାଯାଏ ଯେ ସେହି ଜହ୍ନର ଚିତ୍ରରୁ ଜଣେ ମାତୃ ଗର୍ଭରେ ବଢୁଥିବା ଶିଶୁ ବିଷୟରେ ଜାଣିବାକୁ ପାଇଥାଏ | ଗର୍ଭରେ ଥିବା ପିଲାଟି ପୁଅ କି ଝିଅ ବୋଲି ପର୍ବତ ଜଣାଇଦିଏ | ଏଥିପାଇଁ ଗର୍ଭବତୀ ମହିଳାଙ୍କୁ ପର୍ବତ ଉପରେ ପଥର ଫିଙ୍ଗିବାକୁ ପଡିବ। ଗର୍ଭବତୀ ମହିଳା ଏକ ନିର୍ଦ୍ଦିଷ୍ଟ ଦୂରରୁ ଏହି ପାହାଡ଼ ଉପରେ ନିର୍ମିତ ଚନ୍ଦ୍ର ଆଡ଼କୁ ପଥର ଫିଙ୍ଗନ୍ତି | ଯଦି ଏହି ପଥର ଚନ୍ଦ୍ରରେ ପ୍ରବେଶ କରେ ତେବେ ପୁଅ ହେବ ବୋଲି ବିଶ୍ୱାସ କରାଯାଏ । ଆଉ ଯଦି ପଥରଟି ବାହାରକୁ ଚାଲିଯାଏ ତେବେ ଏହା ଝିଅ ହେବ ବୋଲି ସଂକେତ ଦିଏ । କୁହାଯାଏ କି ଏହି ପର୍ବତ ପ୍ରାୟ ୪୦୦ ବର୍ଷ ପୂର୍ବରୁ ଲୋକଙ୍କ ଭବିଷ୍ୟତ କହି ଆସୁଛି ।

Newborn twins Baby
Istock

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେବି ମହିଳା ଏମିତି ପଥର ଫିଙ୍ଗି ପରୀକ୍ଷା କରିଛନ୍ତି , ସେମାନେ ସଠିକ୍ ଉତ୍ତର ପାଇଛନ୍ତି । ଆଜି ବି ମହିଳାମାନେ ଏହି ପର୍ବତକୁ ଆସନ୍ତି ଜନ୍ମିତ ଶିଶୁର ଲିଙ୍ଗ ଜାଣିବା ପାଇଁ। ତେବେ ଦର୍ଶକବନ୍ଧୁ ପେଟରେ ଥିବା ପିଲାର ଲିଙ୍ଗ ନିର୍ଦ୍ଧାରଣ କରିବା ,ଆଇନ ଅନୁଯାୟୀ ଠିକ୍ ନୁହେଁ ଏବଂ ମାନବିକତାର ବିରୋଧୀ । କାରଣ ଝିଅ ହେଉ କି ପୁଅ ସବୁ କିଛି ଭଗବାନଙ୍କ ଆଶୀର୍ବାଦ । ସମସ୍ତଙ୍କୁ ଏହି ଦୁନିଆରେ ବଞ୍ଚିବାର ଅଧିକାର ରହିଛି । ତେଣୁ ନିଜର ସନ୍ତାନକୁ ଉଚିତ ଶିକ୍ଷା ଦେଲେ ସେମାନେ ଦିନେ ନା ଦିନେ ଆପଣଙ୍କ ପାଇଁ ଗର୍ବ ଗୌରବ ଆଣିବା ସହ ଦେଶ ମାଟି ପାଇଁ ଅନେକ ସଫଳତା ଓ ସମ୍ମାନ ଆଣି ଦେବେ ।

Leave A Reply

Your email address will not be published.