Categories: ସ୍ପେଶାଲ

ହିନ୍ଦୀ ଦିବସ ୨୦୧୯, କଣ ଆପଣ ଜାଣିଛନ୍ତି ଇଂରାଜୀର ଅନେକ ଶବ୍ଦ ଯାହାକି ହିନ୍ଦୀ ଭାଷାରୁ ଆସିଅଛି

ଭାରତରେ ପ୍ରତିବର୍ଷ ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଇଥାଏ । ପ୍ରତିବର୍ଷ ଏହିଦିନକୁ ହିନ୍ଦୀ ଦିବସ ରୂପେ ଏଥିପାଇଁ ପାଳନ କରାଯାଇଥାଏ । କାରଣ ୧୪ ସେପ୍ଟେମ୍ବର ୧୯୪୯ ମସିହାରେ ଦେଶର ସମ୍ବିଧାନରେ ରାଷ୍ଟ୍ରୀୟ ଭାଷା ରୂପେ ମାନ୍ୟତା ଦିଆଯାଇଥିଲା । ୨୦୦ରୁ ଅଧିକ ବର୍ଷ ଧରି ଆମ ଦେଶରେ ଇଂରେଜ ମାନେ ଶାସନ କରିଥିଲେ । ଏପରିସ୍ଥଳେ ଏହା କୌଣସି ସାଂସ୍କୃତିକ ଭାଷାଠାରୁ ଅଛୁଆଁ ହୋଇ ରହିଯିବା ଯେକୌଣସି ଭାଷା ପାଇଁ ମଧ୍ୟ ମୁସ୍କିଲ ଅଟେ । ଏହି କାରଣରୁ ହିନ୍ଦୀର ଅନେକ ଶବ୍ଦ ଇଂରାଜୀ ଭାଷାରେ ଏଭଳି ମିଶିଯାଇଛି ଯେ ଲାଗୁଛି ଏହା ହିନ୍ଦୀ ନୁହେ ବରଂ ଇଂରାଜୀ ଭାଷା ଅଟେ । ତାହେଲେ ଆସନ୍ତୁ ଜାଣିବା ଏପରି କିଛି ଇଂରାଜୀ ଶବ୍ଦ ଯାହାକି ହିନ୍ଦୀ ଶବ୍ଦରୁ ଆସିଅଛି ।

ଇଂରାଜୀ ଶବ୍ଦ ‘Blighty’ ହିନ୍ଦୀର ‘विलायती’ ଶବ୍ଦରୁ ଆସିଅଛି । ଏହା ପ୍ରଥମ ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ସୈନିକ ମାନଙ୍କ ଦ୍ୱାରା ବ୍ରିଟେନ ଏବଂ ଇଂଲଣ୍ଡ ପାଇଁ ବ୍ୟବହାର କରାଯାଇଥିଲା । ସେହିପରି ଇଂରାଜୀ ଶବ୍ଦ ‘Chit’ ହିନ୍ଦୀର ‘चिट्ठी’ ଶବ୍ଦରୁ ଆସିଅଛି । ଏଠାରେ ପତ୍ରକୁ ଚିଠି କୁହାଯାଇଥାଏ । ଇଂରାଜୀ ଶବ୍ଦ ‘Bangle’ ହିନ୍ଦୀର ‘बंगली ‘ ଶବ୍ଦରୁ ଆସିଅଛି ଯାହାର ଅର୍ଥ ହେଉଛି ଚୁଡ଼ି ।

ଇଂରାଜୀ ଶବ୍ଦ ‘Krait’ ହିନ୍ଦୀର ‘करैत’ ଶବ୍ଦରୁ ଆସିଅଛି । ଏହା କୋବ୍ରା ପରିବାରର ଏକ ବିଷାକ୍ତ ସାପ ଅଟେ । ଠିକ ସେହିପରି ଇଂରାଜୀ ଶବ୍ଦ ‘Cowrie’ ହିନ୍ଦୀର ‘कौड़ी’ ଶବ୍ଦରୁ ଆସିଅଛି ।

ଏହାସହ ପଢନ୍ତୁ ସୂର୍ଯ୍ୟଦେବଙ୍କର ଏହି ଚମତ୍କାରୀ ମନ୍ଦିର ଯିଏ ରାତାରାତି ପରିବର୍ତ୍ତନ କରିଥିଲା ନିଜର ଦିଗ, ଜାଣନ୍ତୁ ରହସ୍ୟ 

ଜାଣିକି ଆଶ୍ଚର୍ଯ୍ୟ ହେବେ ଇଂରାଜୀ ଶବ୍ଦ ‘Shampoo’ ହିନ୍ଦୀର ‘चंपू’ ଶବ୍ଦରୁ ଆସିଅଛି । ଏହାର ଅର୍ଥ ମସାଜ କରିବା ହୋଇଥାଏ ଏବଂ ଇଂରାଜୀରେ ଏହାର ବ୍ୟବହାର ସେହି ତରଳ ପଦାର୍ଥ ପାଇଁ କରାଯାଇଥାଏ ଯାହାଦ୍ୱାରା ମୁଣ୍ଡ ଧୁଆ ଯାଇଥାଏ । ଏହାସହିତ ଇଂରାଜୀର ‘Chutney’ ହିନ୍ଦୀର ‘चटनी’ ଶବ୍ଦରୁ ହୋଇଛି ।

ଇଂରାଜୀ ଶବ୍ଦ ‘Shawl’ ହିନ୍ଦୀର ‘शाल’ ଶବ୍ଦରୁ ଆସିଅଛି ଯାହାକୁକି ସାଧାରଣତଃ ଶୀତଋତୁରେ ବ୍ୟବହାର କରାଯାଇଥାଏ । ଠିକ ସେହିପରି ଇଂରାଜୀ ଶବ୍ଦ ‘Cheetah’ ହିନ୍ଦୀର ‘सीटा’ ଶବ୍ଦରୁ ଆସିଅଛି ଓ ଇଂରାଜୀ ଶବ୍ଦ ‘kedgeree’ ହିନ୍ଦୀର ‘खिचड़ी’ରୁ ଉଦ୍ଧୃତ । ଏହାଏକ ୟୁରୋପୀୟନ ଖାଦ୍ୟ ଅଟେ ଯାହାକି ମାଛ, ଚାଉଳ ଏବଂ ସିଝା ଅଣ୍ଡା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ ।

ଇଂରାଜୀ ଶବ୍ଦ ‘Mahout’ ହିନ୍ଦୀର ‘महावत’ ଶବ୍ଦରୁ ଆସିଅଛି । ମହାବତ ସେହି ବ୍ୟକ୍ତିଙ୍କୁ କୁହାଯାଇଥାଏ ଯିଏ ହାତୀ ଚଳାଇଥାନ୍ତି ।

ଇଂରାଜୀ ଶବ୍ଦ ‘Dungaree’ ହିନ୍ଦୀର ‘डूंगरी’ ଶବ୍ଦରୁ ହୋଇଅଛି । ଡୁଙ୍ଗରି ମୁମ୍ବାଇର ସେହି ଜିଲ୍ଲା ଅଟେ ଯେଉଁଠି ଡଙ୍ଗରି ପାଇଁ କପଡା ପ୍ରସ୍ତୁତ କରାଯାଇଥାଏ । ଇଂରାଜୀର ‘Bunglow’ ହିନ୍ଦୀର ‘बंगला’ ଶବ୍ଦରୁ ଆସିଅଛି । ଏହାର ଅର୍ଥ ହେଉଛି ବିଳାସପୂର୍ଣ୍ଣ ଘର ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

17 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

25 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

42 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago