ପାକିସ୍ତାନରେ ରହିଛି ହିନ୍ଦୁ ମାନଙ୍କର ବିଶାଳ ପ୍ରାସାଦ; ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ

ଭାରତ ଓ ପାକିସ୍ତାନର ସମ୍ପର୍କ କହିଲେ ଲୋକମାନେ ଘୋର ଶତ୍ରୁତା ବୁଝନ୍ତି। ଏବେ ପର୍ଯ୍ୟନ୍ତ ଏହି ଦୁଇ ଦେଶ ଜଣେ ଅନ୍ୟ ଜଣଙ୍କର ରାଜା ରାଜତ୍ୱ ସମ୍ପତ୍ତିକୁ ସମ୍ଭାଳିକି ରଖିଛି। ହିନ୍ଦୁ ଇତିହାସରେ ଥିବା ଅନେକ ରାଜା ରାଜତ୍ୱ ସମ୍ପତ୍ତି ଏବେ ମଧ୍ୟ ପାକିସ୍ତାନରେ ସୁସଜ୍ଜିତ ଅବସ୍ଥାରେ ରହିଛି। ପଞ୍ଜାବର ସୀମାନ୍ତକୁ ଲାଗିଥିବା ପାକିସ୍ତାନ ଦେଶର ପୋତେହାର କ୍ଷେତ୍ରରେ ଏବେଯାଏଁ ହିନ୍ଦୁଙ୍କର ହାବେଳୀ ରହିଛି। ଯେଉଠିଁ ଆଜି ମଧ୍ୟ ହିନ୍ଦୁ ମାନଙ୍କର ଖାସ୍‌ ଶୈଳୀ ଦେଖିବାକୁ ମିଳିବ। ସେଠାରେ ଏବେବି ଅତି ସୁନ୍ଦର ପ୍ରାସାଦ ଖାଲି ପଡିଛି ଏବଂ ଅନ୍ୟ କେତେକ ହାବେଳୀରେ ଜଣେ କିମ୍ବା ଦୁଇ ଜଣ ଲୋକ ରହିଥିବାର ଦେଖିବାକୁ ମିଳିଥାଏ। ହିନ୍ଦୁ ଇତିହାସରେ ଜଡିତ ପାକିସ୍ତାନରେ ଥିବା ଏହି ପ୍ରାସାଦ ବିଷୟରେ ଆସନ୍ତୁ ଜାଣିବା।

ପାକିସ୍ତାନର ପୋତେହାରରେ ହିନ୍ଦୁ ମାନଙ୍କର ଅନେକ ହାବେଳୀ ରହିଛି। ହାବେଳୀ ଏକ ପାର୍ଶିୟନ ଶବ୍ଦ ଯାହାର ଅର୍ଥ ‘ବିଶାଳ ଭବନ’। ପୂର୍ବରୁ ହାବେଳୀରେ କେବଳ ଧନୀ ମାନେ ବାସ କରୁଥିଲେ। ପୋତେହାରର ଅନେକ ସୁନ୍ଦର-ସୁନ୍ଦର ପ୍ରାସାଦ ମଧ୍ୟ ରହିଛି। ଏଥି ମଧ୍ୟରୁ ଖେମ୍‌ ସିଂହ େଓ୍ଵଦୀ ଅନ୍ୟ ଏକ ହାବେଳୀ। ଭାରତ ଭାଗ ହେବା ପୂର୍ବରୁ ରାବଲପିଣ୍ଡିରେ ଖେମ୍‌ ସିଂହ େଓ୍ଵଦୀଙ୍କର ଜନ୍ମ ହେଇଥିଲା। ତାଙ୍କ ନାମ ଅନୁସାରେ ଏହି ପ୍ରାସାଦର ନାମ କରଣ କରାଯାଇଥିଲା। ଖେମ୍‌ ସିଂହ େଓ୍ଵଦୀ କହିଥିଲେ ସେଠାରେ ଗୁରୁ ନାନକ ଦେବଙ୍କ ବଂଶଯ ରହୁଥିଲେ। େଓ୍ଵଦୀଙ୍କର ବହୁତ ବଡ ପ୍ରାସାଦ ଥିଲା। ସେହି ପ୍ରାସାଦରେ ହିନ୍ଦୁ ଓ ଇଂରେଜଙ୍କର ବାସ୍ତୁକଳା ପଦର୍ଶିତ ହୋଇଥିଲା।
ପଡୋଶୀ ଦେଶରେ ହିନ୍ଦୁ ମାନଙ୍କର ଅନେକ ହାବେଳୀ ରହିଛି। ଏଥିରୁ ଆତ୍ମ ସିଂହ ଗୁଜରାଲ ଓ ଜୀବନ ସିଂହଙ୍କ ପ୍ରାସାଦ ପ୍ରମୁଖ। ଏହି ପ୍ରାସାଦରୁ ପ୍ଲାଷ୍ଟର ଛାଡିଗଲାଣି କିନ୍ତୁ ଏବେ ମଧ୍ୟ ପୂର୍ବ ଭଳି ପାଚେରୀ ଛିଡା ହୋଇଛି। ଏହାର ମୁଖ୍ୟ ଦ୍ୱାରରେ ଆଜି ମଧ୍ୟ ଇଂରାଜୀ ଓ ଉର୍ଦ୍ଧୁ ଭାଷାରେ ଲିଖିତ ମାଲିକର ନାଁ ଦେଖିବାକୁ ମିଳିବ। ପାକିସ୍ତାନର ଗୁଲାୟାନା ଓ ଡୋରା ଗାଁରେ ହିନ୍ଦୁଙ୍କର ଏକ ବିଶାଳ ହାବେଳୀ ରହିଛି।

hindus

ଏହି ବିଶାଳ ପ୍ରାସାଦର ଖାସ୍‌ କଥା ହେଉଛି, ଏହାର ଝରକା କାଠରୁ ପ୍ରସ୍ତୁତ ହୋଇଛି ଓ ଏଥିରେ ନକ୍ସା ବା ଚିତ୍ର ଅଙ୍କା ଯାଇଛି। ଏହି ନକ୍ସା ବା ଚିତ୍ର ହାବେଳୀରେ ରହୁଥିବା ଲୋକ ମାନଙ୍କର ଜୀବନଶୈଳୀ ଓ ରୁଚି ଅନୁସାରେ ଚିତିତ୍ର କରାଯାଇଛି। ଏଠାରେ କେବଳ ପୁରୁଷ ମାନଙ୍କ ପାଇଁ ଝରକା ରହିଛି, କାରଣ ଏଠାରେ ମହିଳାଙ୍କୁ ଝରକା ବ୍ୟବହାର ନକରିବା ପାଇଁ ପ୍ରତିବନ୍ଧ ଲଗାଯାଇଥିଲା।

ଏହି ପ୍ରାସାଦର ପ୍ରତି ମହଲାରେ ବାଲ୍‌କୋନି ରହିଛି। ପ୍ରତ୍ୟେକ ମହଲାରେ ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ-ଭିନ୍ନ ବାଲ୍‌କୋନି ରହିଛି। ଉପରମହଲାକୁ କେବଳ ଘର ଲୋକ ମାନେ ଯିବାର ଅନୁମତି ଥିଲା ତେଣୁ ଏହି ବାଲ୍‌କୋନିକୁ ଉଭୟ ପୁରୁଷ ଓ ମହିଳା ବ୍ୟବହାର କରିପାରୁଥିଲେ। ପାକିସ୍ତାନରେ ଥିବା ହାବେଳୀ ଯେତିକି ବଡ ସେତିକି ଉଚ୍ଚ ମଧ୍ୟ। ଏହା ମଧ୍ୟରୁ ସବୁଠୁ ବିଶାଳ ପ୍ରାସାଦ ବଖ୍ସୀ ରାମ ହାବେଳୀ। ଏହି ପ୍ରାସାଦକୁ ଏଭଳି ଶୈଳୀରେ ନିର୍ମାଣ କରାଯାଇଛି ହାବେଳୀର ଉପର ମହଲାରେ ଛିଡା ହେଲେ ସମ୍ପୂର୍ଣ୍ଣ ଗାଁ ନଜର ଆସିବ। ଏହି ପ୍ରାସାଦ ଗୁଡିକ କେବଳ ସୁରକ୍ଷା ପାଇଁ ନୁହେଁ ଋତୁ ପରିବର୍ତ୍ତନର ଆନନ୍ଦ ନେବା ପାଇଁ ନିର୍ମାଣ କରାଯାଇଥିଲା।

ଭାରତ ଓ ପାକିସ୍ତାନ ଦୁଇ ଭାଗ ହେବାପରେ ଖେମ୍‌ ସିଂହ େଓ୍ଵଦୀ ହାବେଳୀକୁ ଏକ ସ୍କୁଲରେ ପରିଣତ କରାଯାଇଛି। ଏବେ ପର୍ଯ୍ୟନ୍ତ ଏହାର ଗଠନ ଓ ସ୍ଥାପତ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ସ୍କୁଲ୍‌ର କୋଠାରୀରେ ସିଖ୍‌ ମାନଙ୍କର ଗୁରୁ ଓ ହିନ୍ଦୁ ଦେବାଦେବୀଙ୍କର ଫଟୋ ରହିଛି। ଏଥିରୁ ମହିଳା ମାନେ ଶିଙ୍ଗାର ଦ୍ରବ୍ୟ ବ୍ୟବହାର କରନ୍ତି ଜଣାପଡିଛି।
ପୋତେହାରରେ ଥିବା କଟସ୍‌ ରାଜ ମନ୍ଦିର ପର୍ଯ୍ୟଟକ ମାନଙ୍କର ଆକର୍ଷଣ କେନ୍ଦ୍ର ଥିଲା। ଏଠାରେ ମନ୍ଦିର ଗୁଡିକ ଧାଡି ହୋଇକି ରହିଥିଲା, ଏହାକୁ କିଲା କଟସ୍‌ କୁହାଯାଏ। ଏଠାରେ ଏକ ବଡ ପୁଷ୍କରିଣୀ ରହିଛି । ଶୁଣିବାକୁ ମିଳିଛି ମାତା ସତୀଙ୍କ ମୃତ୍ୟୁ ପରେ ଭଗବାନ୍‌ ଶିବ ବହୁତ କାନ୍ଦିଥିଲେ। ଶିବଙ୍କ ଅଶ୍ରୁ ଏହି ପୁଷ୍କରିଣୀ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.