ବିଛଣାରୁ ଉଠୁ ନାହାନ୍ତି ହୀରାମଣିଙ୍କ ସ୍ବାମୀ, ସହାୟତା ପାଇଁ କରୁଛନ୍ତି ଗୁହାରୀ

ବାଲେଶ୍ବର: ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅନ୍ତୁ ଆଜ୍ଞା…. ମୋ ଶଙ୍ଖା ସିନ୍ଦୁରକୁ ରକ୍ଷା କରନ୍ତୁ । ଆପଣ ମାନେ ଚାହିଁଲେ ମୋ ସ୍ବାମୀଙ୍କ ଜୀବନ ବଞ୍ଚିପାରିବ । ଆପଣ ମାନଙ୍କୁ ନେହୁରା ହେଉଛି… ମୋ ପାଖରେ ସମ୍ବଳ ବୋଲି ଆଉ କିଛି ନାହିଁ । ଯାହା ଥିଲା ସ୍ବାମୀଙ୍କ ଚିକିତ୍ସାରେ ସବୁ ଶେଷ ହୋଇ ଗଲାଣି । ଆମେ ବହୁତ ଗରୀବ ଲୋକ ଆଜ୍ଞା, ସବୁକିଛି ହରାଇ ନିରାଶ ହୋଇ ଶେଷରେ ଆପଣ ମାନଙ୍କୁ ସାହାଯ୍ଯ ମାଗୁଛୁ । ଆପଣ ମାନଙ୍କ କିଛି ଟଙ୍କା ସାହାଯ୍ଯ କଲେ ମୋ ସ୍ବାମୀଙ୍କ ଚିକିତ୍ସା ହେବ ସେ ବଞ୍ଚି ଯାଇ ପାରିବେ । ଏ ମହିଳାଙ୍କ ଦୁଃଖ ଦେଖିଲେ ଆଉ ସହାୟତା ପାଇଁ ତାଙ୍କ ଗୁହାରୀ ଶୁଣିଲେ ଆପଣଙ୍କ ଆଖି ଲୁହରେ ଛଳ ଛଳ ହୋଇଯିବ । ସ୍ବାମୀଙ୍କ ଏ ଅବସ୍ଥା ଦେଖି ସହି ପାରୁ ନାହାଁନ୍ତି କାନ୍ଦି କାନ୍ଦି ଚେତା ହରାଇ ଦେଉଛନ୍ତି । ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପାଳଜାମକୁଣ୍ତା ଗାଁର ହରେନ୍ଦ୍ର ଖୁଣ୍ଟିଆଙ୍କ କଥା ।

ତାଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ତିନି ଝିଅ । ନିଜର ଜମିବାଡି କିଛି ନଥିବାରୁ ହରେନ୍ଦ୍ର କାଠମିସ୍ତ୍ରୀ କାମ କରି ପରିବାର ଚଳାଉଥିଲେ । ଯାହା କିଛି ରୋଜଗାର ହେଉଥିଲା ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ କଷ୍ଟେମଷ୍ଟେ ଚଳି ଯାଉଥିଲେ । ଧାର ଓଧାର କରି ବଡ ଝିଅ ର ବାହାଘର କରାଇ ଥିଲେ । ଏ ହସଖୁସିର ପରିବାରରେ ସତେ ଯେମିତି କାହାର ନଜର ଲାଗିଗଲା । ୫ ବର୍ଷ ପୂର୍ବରୁ ହଠାତ ହରେନ୍ଦ୍ରଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ବିଭିନ୍ନ ହସପିଟାଲରେ ଚିକିତ୍ସା କରାଇଥିଲେ ।

ମାତ୍ର ରୋଗ ଭଲ ହେବା ପରିବର୍ତ୍ତେ ଆହୁରି ବଢିବାରେ ଲାଗିଛି । ଦେହରେ ଚାଲିବାକୁ ବଳ ନଥିବାରୁ ଦିନରାତି ବିଛଣାରେ ପଡି ରହିଛନ୍ତି । ପିଠିରେ ଘା ହୋଇ ଗଲାଣି, ଗୋଡ ହାତ ପତଳା ହୋଇଯିବା ସହ ଛାତିର ପଞ୍ଜରା ହାଡ ସବୁ ଗଣି ହୋଇ ଯାଉଛି । ବୟସ ମାତ୍ର ୫୦ ବର୍ଷ ହୋଇଥିଲେ ବି ୭୦ ବର୍ଷର ବୃଦ୍ଧ ଭଳି ଦେଖା ଯାଉଛନ୍ତି । ସ୍ବାମୀ ଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହେବା ପରେ ଏବେ ଚିକିତ୍ସା କରିବା ତ ଦୂର ର କଥା ଅର୍ଥାଭାବ ଯୋଗୁଁ ଔଷଧ ମଧ୍ଯ କିଣି ପାରୁ ନାହାନ୍ତି । ନିଜ ଶଙ୍ଖା ସିନ୍ଦୁରକୁ ବଞ୍ଚାଇ ରଖିବା ପାଇଁ ସ୍ତ୍ରୀ ହୀରାମଣିଙ୍କ ବୁକୁ ଫଟା କାନ୍ଦ ଦେଖି ସାହି ପଡିଶା ବି କାନ୍ଦି ପକାଉଛନ୍ତି ।

ହରେନ୍ଦ୍ର ଜଣେ ଅତ୍ଯନ୍ତ ଗରୀବ ହୋଇ ଥିବାବେଳେ କେବଳ ଭଙ୍ଗା ଘର ଖଣ୍ତିଏ ବ୍ଯତୀତ ତାଙ୍କ ପାଖରେ ଆଉ କିଛି ବି ସମ୍ବଳ ନାହିଁ । ରୋଗାଗ୍ରସ୍ତ ହୋଇ ଶଯ୍ଯାଶାୟୀ ହେବା ପରେ ରୋଜଗାର ନଥିବାରୁ ଏହି ପରିବାର ଦିନକୁ ଦି ଓଳି ଖାଇବା ପାଇଁ ବି ସଂଘର୍ଷ କରିବାକୁ ପଡୁଛି । ଏମିତିକି ଅର୍ଥାଭାବ ଯୋଗୁଁ ପିଲା ମାନଙ୍କ ପାଠ ପଢାରେ ବି ଡୋରୀ ବନ୍ଧା ହୋଇଛି । ଯାହା କିଛି ସମ୍ବଳ ଥିଲା ହରେନ୍ଦ୍ରଙ୍କ ଚିକିତ୍ସାରେ ସବୁ ଶେଷ ହୋଇ ଗଲାଣି । ଦୁଇ ଝିଅ ବାପାଙ୍କୁ ଭଲ କରିବା ପାଇଁ ସାହାଯ୍ଯ ନିମନ୍ତେ ସରକାରଙ୍କୁ ଗୁହାରୀ କରିଛନ୍ତି । ସ୍ତ୍ରୀ ହିରାମଣୀ ନିଜ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଇଁ ଲୋଡିଛନ୍ତି ଜନସାଧାରଣଙ୍କ ସାହାଯ୍ୟ । ହୀରାମଣିଙ୍କ ଏଭଳି ଦୁଃଖ ଦେଖି ସାହି ପଡିଶା ଗାଁ ଲୋକେ କିଛି କିଛି ସାହାଯ୍ଯ କରୁଛନ୍ତି ।

ହରେନ୍ଦ୍ରଙ୍କୁ ଆପଣମାନଙ୍କ ସାହାଯ୍ୟର ଆବଶ୍ୟକତା ରହିଛି । ଆମେ ମଧ୍ଯ ଆପଣ ମାନଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ନିବେଦନ କରୁଛୁ ସହାୟତା ପାଇଁ । ଆପଣ ମାନେ ସବୁବେଳେ ଏଭଳି ଅସହାୟଙ୍କ ସାହାରା ପାଲଟିଛନ୍ତି । ଆପଣ ମାନଙ୍କ ସହଯୋଗ ହିରାମଣୀଙ୍କ ସିନ୍ଦୂର ବଞ୍ଚାଇବାରେ ସାହାଯ୍ଯ କରିବ ବୋଲି ଆଶା କରୁଛୁ । ଯଦି କେହି ସହୃଦୟ ବଦାନ୍ଯ ବ୍ଯକ୍ତି ତାଙ୍କୁ ସାହାଯ୍ଯ କରିବାକୁ ଚାହାଁନ୍ତି ତାହାଲେ ହୀରାମଣୀଙ୍କ ବ୍ଯାଙ୍କ ଆକାଉଣ୍ଟ କିମ୍ବା ଫୋନ ପେ ନମ୍ବରରେ ଟଙ୍କା ପଠାଇ ପାରିବେ ।

ACCOUNT DETAILS
NAME – HIRA MANI KHUNTIA
BANK – UCO BANK
A/C – 25983211012528
IFSC CODE – UCBA000259
MOB – 9040472880
PHONE PAY – 9040472880

Also Read:ପୋଲିସ କବଜାରେ ଅନଲାଇନ୍ ଟ୍ରେଡିଂ ଠକେଇ ରାକେଟ୍ , ୬ ସାଇବର ଠକ ଗିରଫ